PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଫେଲ୍ ମାରିଲା ନିର୍ଭୟା ଦୋଷୀ ପବନର ଚାଲ୍, ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ, ୧୯|୧୨:   ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ଜଣ ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତାଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ପବନ ଯାଚିକା ଦାଖଲ କରି ୨୦୧୨ରେ ଏହି ଅଘଟଣ ସମୟରେ ନାବାଳକ ଥିଲା ବୋଲି କହିଥିଲା। ଏଥିପାଇଁ ଜୁଭେନାଇଲ୍ ଆକ୍ଟରେ ଦେଖିବା ପାଇଁ ସେ ଅପିଲ କରିଥିଲା।

ଆଜି ସକାଳେ ଶୁଣାଣି ଆରମ୍ଭ ହେବା ପରେ ହାଇକୋର୍ଟ ଜାନୁଆରୀ ୨୪, ୨୦୨୦ରେ ଆଗାମୀ ଶୁଣାଣି କରିବେ ବୋଲି କହିଥିଲେ। ଫଳରେ ଦୋଷୀ ପବନଙ୍କ ଓକିଲ ଏପି ସିଂ କୋର୍ଟକୁ ଏହି ମାମଲାରେ ଦସ୍ତାବିଜ ଦାଖଲ ପାଇଁ ସମୟ ମାଗିଥିଲେ। କିନ୍ତୁ ନିର୍ଭୟାଙ୍କ ଓକିଲ ଓ ମା ଶୁଣାଣି ବିଳମ୍ବିତ ନକରିବାକୁ ଅନୁରୋଧ କରିଥିଲେ। ଏହାପରେ କୋର୍ଟ ଜାନୁଆରୀ ୨୪ ଯାଏଁ ଶୁଣାଣି ଘୁଞ୍ଚାଇବା ଆଦେଶକୁ ଫେରସ୍ତ ନେଇଥିଲେ।

ପବନ ଦାବି କରିଥିଲା ଯେ, ୨୦୧୨ରେ ଯେତେବେଳେ ଏହି ଅପରାଧ ହୋଇଥିଲା, ସେହି ସମୟରେ ସେ ନାବାଳକ ଥିଲା। ତଦନ୍ତ ଅଧିକାରୀ ତାହାର ବୟସ ଜାଣିବା ପାଇଁ କୌଣସି ପରୀକ୍ଷା କରିନଥିଲେ। କୋର୍ଟ ପୂର୍ବରୁ ପବନକୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଏବେ ସେ ତିହାଡ ଜେଲରେ ରହିଛି। ଏବେ ତା ବୟସ ଜାଣିବା ପାଇଁ ଅସ୍ଥି ପରୀକ୍ଷା କରିବାକୁ ସେ ଅନୁରୋଧ କରିଛି।