PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ମାମଲାର ୪ ଦୋଷୀ, ତିହାଡ ଜେଲରେ ପ୍ରସ୍ତୁତି ଶେଷ

ନୂଆଦିଲ୍ଲୀ,  ୦୧|୦୧:  ତିହାଡ ଜେଲରେ ନିର୍ଭୟା ଘଟଣାରେ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ସମସ୍ତ ୪ଜଣ ଦୋଷୀଙ୍କୁ ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ ବୋଲି କୁହାଯାଉଛି। ତିହାଡ ଦେଶର ଏକ ମାତ୍ର ଜେଲ ହେବ ଯେଉଁଠାରେ ସମସ୍ତ ଦୋଷୀଙ୍କୁ ଏକା ସାଙ୍ଗରେ ମୃତ୍ୟୁଦଣ୍ଡ ଦିଆଯିବ। ଏବେ ଏଠାରେ ଫାଶୀ ଦେବା ପାଇଁ ଗୋଟିଏ ଖୁଣ୍ଟ ଥିଲା, ଯାହାକୁ ୪କୁ ବୃଦ୍ଧି କରାଯାଇଛି।

ଅନ୍ୟ ୩ଟି ଖୁଣ୍ଟ ନିର୍ମାଣ କାମ ଗତ ସୋମବାର ଦିନ ଶେଷ ହୋଇଛି। ଏହି କାମକୁ ପୁରା କରିବା ପାଇଁ ଜେଲ ମଧ୍ୟକୁ ଜେସିବି ମେସିନ୍ ଅଣାଯାଇଥିଲା। ଏହା ସାହାଯ୍ୟରେ ତିନୋଟି ଫାଶୀ ଖୁଣ୍ଟ ଓ ସୁଡଙ୍ଗ ନିର୍ମାଣ କରାଯାଇଥିଲା। ଏହି ସୁଡଙ୍ଗ ସାହାଯ୍ୟରେ କଏଦୀର ମୃତଦେହକୁ ବାହାର କରାଯାଇଥାଏ।  

୨୦୧୨, ଡିସେମ୍ବର ୬ ତାରିଖରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯିବା ନେଇ ଦଣ୍ଡାଦେଶ ଦିଆସରିଛି। ଏଥିପାଇଁ ପ୍ରକ୍ରିୟା ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି। ତେବେ ଅକ୍ଷୟ, ପବନ, ବିନୟ ଓ ମୁକେଶର ଡେଥ୍ ଓ୍ୱାରେଣ୍ଟ ଉପରେ ପଟିଆଲା ହାଉସ କୋର୍ଟ ଜାନୁଆୀ ୭ରେ ଶୁଣାଣି କରିବ।