PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ନିଶାସକ୍ତ ଯୁବକର ନାରକୀୟ କାଣ୍ଡ : ୨ମାସର ଶିଶୁ ହାତକୁ କଟୁରିରେ ହାଣି ଦୁଇଗଡ଼ କଲା

ଖଇରା,୧୨।୮: ଜଣେ ନିଶାସକ୍ତ ଯୁବକ ମଙ୍ଗଳବାର ନାରକୀୟ କାଣ୍ଡ ଘଟାଇଛି । ମଦ ନିଶାରେ ହିତାହିତ ଜ୍ଞାନ ହରାଇ ୨ ମାସର ଶିଶୁ ହାତକୁ କଟୁରିରେ ହାଣି ଦୁଇଗଡ଼ କରି ଦେଇଛି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଧୀନ ପାଇକିପଡ଼ା ଗ୍ରାମରେ । ଜୀବନ ସହିତ ସଂଗ୍ରାମ କରୁଥିବା ଶିଶୁ ଜଣକ ହେଉଛି ଗ୍ରାମର ପଙ୍କଜ ନାଇକୀଙ୍କ କନ୍ୟା ଦିପାଲୀ ।

ଘଟଣାରୁ ପ୍ରକାଶ, ସନ୍ଧ୍ୟାବେଳେ ପଙ୍କଜ ଦିପାଲୀକୁ ଧରି ଟିଭି ଦେଖୁଥିଲେ । ଏତିକିବେଳେ ନିଶାସକ୍ତ ଅବସ୍ଥାରେ ପଡ଼ୋଶୀ ବାଇଧର ନାଇକୀଙ୍କ ପୁଅ ଗଣେଶ ନାଇକୀ (୧୯) ଏକ ଧାରୁଆ କଟୁରି ଧରି ତାଙ୍କ ଘରେ ପଶିଥିଲା । କିଛି କାରଣ ନଥାଇ ପଙ୍କଜଙ୍କ ସହିତ ସେ ଝଗଡ଼ା କରିଥିଲା । ଏଥିସହିତ ଅଚାନକ ସେ ଧାରୁଆ କଟୁରିରେ ପଙ୍କଜଙ୍କୁ ଆକ୍ରମଣ କରିଥିଲା । ଏଥିରେ ପଙ୍କଜଙ୍କ ହାତର ପାପୁଲି ଅଧା କଟି ଯାଇଥିଲା । ଏଥିସହିତ ଦିପାଲୀର ଡାହାଣ ହାତଟି ହାଣି ଦୁଇଗଡ଼ ହୋଇ ଯାଇଥିଲା । ପାଟିତୁଣ୍ଡ ଶୁଣି ଗ୍ରାମବାସୀ ପହଞ୍ଚି ତୁରନ୍ତ ଦିପାଲୀକୁ ବାଇକ୍‌ ଯୋଗେ ଖଇରା ମେଡିକାଲକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସଂକଟାପନ୍ନ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାକୁ କଟକ ସ୍ଥାନାନ୍ତର କରାଯାଇଛି । ଏଥିସହିତ ଦିପାଲୀର କଟାହାତକୁ ବି ସାଙ୍ଗରେ ବରଫ ଦେଇ କଟକ ନିଆଯାଇଛି । ଖବରପାଇ ଔପଦା ଥାନା ପୁଲିସ ଖଇରା ମେଡିକାଲରେ ପହଞ୍ଚିଥିଲା । ଖବର ଲେଖା ହେବା ବେଳକୁ ଏନେଇ ଔପଦା ଥାନାରେ ମାମଲା ରୁଜୁ ହୋଇ ନଥିଲା ।

ସମ୍ବନ୍ଧିତ ଖବର