PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଘରୋଇକରଣ ହେବ ଆଉ ୨ ବ୍ୟାଙ୍କ ଓ ୧ ବୀମା କମ୍ପାନି, ନାମ ସୁପାରିସ କଲା ନୀତି ଆୟୋଗ

ନୂଆଦିଲ୍ଲୀ, ୦୪/୦୬: ଖୁବଶୀଘ୍ର ଆଉ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଗୋଟିଏ ସାଧାରଣ ବୀମା କମ୍ପାନିର ଘରୋଇକରଣ କରାଯିବ । ସରକାରଙ୍କ ଥିଙ୍କ୍‌ଟ୍ୟାଙ୍କ୍‌ ନୀତି ଆୟୋଗ ଏହି ବ୍ୟାଙ୍କ ଓ ବୀମା କମ୍ପାନିଙ୍କର ନାମ ବାବଦରେ ସୁପାରିସ କରିଥିବା ଜଣାପଡ଼ିଛି ।

ମିଳିଥିବା ଖବର ମୁତାବକ ପୁଞ୍ଜି ପ୍ରତ୍ୟାହାର ନେଇ ଗଠିତ ପ୍ରମୁଖ ସଚିବ ଗୋଷ୍ଠୀ ନିକଟରେ ନୀତି ଆୟୋଗ ଦୁଇଟି ବ୍ୟାଙ୍କ ଓ ଗୋଟିଏ ବୀମା କମ୍ପାନିର ନାମ ଦାଖଲ କରିଛି । ଅନ୍ୟପକ୍ଷରେ ଚଳିତ ଆର୍ଥିକବର୍ଷରେ ଏୟାର ଇଣ୍ଡିଆ, ବିପିସିଏଲ୍‌ ଏବଂ ସିପିଙ୍ଗ୍‌ କର୍ପୋରେସନ ଅଫ ଇଣ୍ଡିଆର ଘରୋଇକରଣ ପ୍ରକ୍ରିୟା ଶେଷ କରିବା ପାଇଁ ସରକାର ଚାହୁଁଥିବା ଜଣାପଡ଼ିଛି ।

ଚଳିତ ୨୦୨୧-୨୨ ଆର୍ଥିକବର୍ଷରେ କେନ୍ଦ୍ର ସରକାର ୧.୭୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ରଖିଛନ୍ତି । ବଜେଟ୍‌ରେ ଏ ବାବଦରେ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ, ଘରୋଇକରଣ ହେବାକୁ ଥିବା ବ୍ୟାଙ୍କଗୁଡ଼ିକର କର୍ମଚାରୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିଶ୍ରୁତି ଦେଇଥିଲେ ।

ସମ୍ବନ୍ଧିତ ଖବର