PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଏବେ ଶସ୍ତା ଦରରେ ମିଳିବ ମାଛ-ମାଂସ-ଅଣ୍ଡା, ଜାଣନ୍ତୁ କେବେ ଓ କେଉଁ ସ୍ଥାନରେ

ନୂଆଦିଲ୍ଲୀ ୧୮।୧୨: ଏବେ ଅତି ଶୀଘ୍ର ଏବଂ ଅତି ଶସ୍ତା ଦରରେ ମିଳିପାରେ ମାଛ, ମାଂସ ଓ ଅଣ୍ଡା। ତାହା ପୁଣି ରାସନ ଦୋକାନରେ। ନିତି ଆୟୋଗ ଏକ ପ୍ରସ୍ତାବ ପ୍ରସ୍ତୁତ କରୁଛନ୍ତି, ଯାହାର ଲକ୍ଷ୍ୟ ରହିଛି କି, ଗରିବ ଶ୍ରେଣୀ ତଥା ଏହି ସୀମା ରେଖା ତଳେ ଜୀବନ ଯାପନ କରୁଥିବା ଲୋକଙ୍କୁ ଶସ୍ତାରେ ପ୍ରୋଟିନର ଖୋରାକ ଯୋଗାଇ ଦିଆଯାଇପାରୁ। ଏହି ପ୍ରସ୍ତାବ ଆସନ୍ତା ବର୍ଷଠାରୁ ଲାଗୁ ହେବ ଏବଂ ହୋଇପାରେ ସାରା ଦେଶରେ ୨୦୨୦ ଏପ୍ରେଲ ୧ ଠାରୁ ଲାଗୁ ହୋଇଯିବ।

ନିତି ଆୟୋଗର ବରିଷ୍ଠ ଅଧକାରୀଙ୍କ କହିବା ମୁତାବିକ, ରାଶନ ଦୋକାନରେ ଯେଉଁ ଗହମ, ଚାଉଳ, ଜଅ, ଚଣା, ଡାଲି ଏବଂ ଚିନି ମିଳୁଛି ସେଥିରୁ ଲୋକଙ୍କୁ ଉଚିତ୍ ମାତ୍ରାରେ ପ୍ରୋଟିନ୍ ମିଳୁପାରୁନାହିଁ। ତେବେ ଗରୀବ ଶ୍ରେଣୀର ଲୋକଙ୍କୁ କିଭଳି ଉଚିତ ମାତ୍ରାରେ ପ୍ରୋଟିନ ମିଳୁପାରିବ ସେଥିପାଇଁ ଏହି ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି।

ନିତି ଆୟୋଗର ସଦସ୍ୟ ରମେଶ ଚନ୍ଦ୍ର କହିଛନ୍ତି ଯେ, ପ୍ରତି ୧୦ଜଣରେ ୪ଜଣ ପିଲାଙ୍କୁ ପ୍ରୋଟିନର ଅଭାବ ରହିଥାଏ। ପିଲାମାନେ ଅଧିକମାତ୍ରାରେ ଜଙ୍କ୍ ଫୁଡ୍ ସେବନ କରୁଛନ୍ତି। ଯେଉଁଥିରେ ତେଲ, ଚିନି ଏବଂ ମସଲା ଭରପୁର ମାତ୍ରାରେ ରହିଥାଏ। ତେଣୁ ଏସବୁ ଦୃଷ୍ଟିରେ ରଖି ଏବେ ରାସନ ଦୋକାନରେ ମାଛ, ମାଂସ ଓ ଅଣ୍ଡା ଅତି ଶସ୍ତା ଦରରେ ମିଳିବ। ଏହା ଦ୍ବାରା କୁପୋଷଣ ସମସ୍ୟା ଦୂର କରାଯାଇପାରେ।