PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପ୍ରଶଂସା କଲେ ଏହି ବରିଷ୍ଠ କଂଗ୍ରେସ ନେତା; କହିଲେ, ଭୁଲ୍ ଦଳରେ ଠିକ୍ ଲୋକ

pic-indiatoday

ମୁମ୍ଵାଇ: ବିଜେପି ମନ୍ତ୍ରୀଙ୍କୁ କଂଗ୍ରେସ ନେତାଙ୍କ ପ୍ରଶଂସା। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନୀତିନ ଗଡକରୀଙ୍କୁ ଭୁରି ଭୁରି ପ୍ରସଂଶା କରିଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଚହ୍ଵାନ। ନୀତିନ ଗଡକରୀଙ୍କୁ ନିଜ ପସନ୍ଦର ମନ୍ତ୍ରୀ ବୋଲି କହିଛନ୍ତି ଏହି କଂଗ୍ରେସ ନେତା କହିଛନ୍ତି।

ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ଦୁଇ ବର୍ଷ ପୂର୍ତ୍ତି ଓ ମୋଟ୍ ସାତ ବର୍ଷ ପୂର୍ତ୍ତି ଅବସରରେ ଭର୍ଚୁଆଲ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀ କରି ଏପରି କହିଛନ୍ତି ମହାରାଷ୍ଟ୍ର କଂଗ୍ରେସର ପୂର୍ବତନ ସଭାପତି ଅଶୋକ ଚହ୍ୱାନ। ସେ  କହିଛନ୍ତି, କେନ୍ଦ୍ର ସରକାର କରୋନା ସମ୍ପର୍କିତ ସମସ୍ତ ନିର୍ଣ୍ଣୟ ନେବାର ଶକ୍ତି ରଖିଛନ୍ତି। ହେଲେ ଏବେ କୋଭିଡ୍-୧୯ ତୀବ୍ର ହେବାରୁ  ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦୁଛନ୍ତି ବୋଲି ଅଶୋ କହିଛନ୍ତି।

 ଏହି ମିଟିଂରେ ଅଶୋକଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ମୋଦି ସରକାରରେ ଆପଣଙ୍କ ପସନ୍ଦର ମନ୍ତ୍ରୀ କିଏ ? ଯାହା ଉତ୍ତର ଦେଇ ଅଶୋକ ଚହ୍ଵାନ କହିଥିଲେ, କେନ୍ଦ୍ର ମନ୍ତ୍ରୀ ତଥା ନାଗପୁର ସାଂସଦ ନୀତିନ ଗଡକରୀଙ୍କୁ ସେ ପସନ୍ଦ କରନ୍ତି। ତାଙ୍କ ବିଷୟରେ ଭଲ ଶବ୍ଦ କୁହାଯାଇ ପାରିବ। ସେ ବୈଚାରିକ ମତଭେଦ ପରେ ମଧ୍ୟ ଅନ୍ୟ ଦଳ ସହ ଆଲୋଚନା କରିଥାନ୍ତି। ଚହ୍ଵାନ କହିଛନ୍ତି, ନୀତିନ ଗଡକରୀ ଭୁଲ୍ ପାର୍ଟିରେ ଜଣେ ଠିକ୍ ବ୍ୟକ୍ତି। ମହାରାଷ୍ଟ୍ର ପ୍ରତି ତାଙ୍କର ସକାରାତ୍ମକ ଦୃଷ୍ଟିକୋଣ ରହିଛି। କିନ୍ତୁ ତାଙ୍କ ଶକ୍ତିକୁ କମ କରି ଦିଆଯାଉଛି।

ଏଥିସିହିତ ମୋଦୀ ସରକାରଙ୍କର କୋଭିଡ୍ ପରିଚାଳନାକୁ ଟାର୍ଗେଟ୍ କରି ଅଶୋକ କହିଛନ୍ତି ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ପ୍ରାୟ ୧୨.୨୧ କୋଟି ଲୋକ ନିଜର ରୋଜଗାର ହରାଇଥିଲେ। ବାଂଲାଦେଶ ଲୋକଙ୍କ ମୁଣ୍ଡ ପିଛା ଆୟ ତୂଳନାରେ ଭାରତୀୟଙ୍କ ମୁଣ୍ଡପିଛା ଆୟ କମ ରହିଛି। କେନ୍ଦ୍ରର ନୀତି ଦେଶକୁ ଧ୍ଵଂସ କରି ଦେଇଛି। କେନ୍ଦ୍ରର ମହାରାଷ୍ଟ୍ର ପ୍ରତି ସହାୟତା ଓ ଜିଏସଟି କ୍ଷତିପୂର୍ତ୍ତି ସହିତ ସବୁ ମୋର୍ଚ୍ଚାରେ ଭେଦଭାବ କରୁଛି ବୋଲି ଅଶୋକ କହିଛନ୍ତି।