ବିଜେପିର ୨୨ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା: ଜଣେ ମାତ୍ର ମହିଳା ଦିଗପହଣ୍ଡିରୁ ନିର୍ବାଚନ ଲଢ଼ିବେ, ବାଦ ପଡିଲେ ସୁବାଷ

ଭୁବନେଶ୍ୱର ୨୩।୩: କଂଗ୍ରେସ ସହ ବିଜେପି ମଧ୍ୟ ମଧ୍ୟରାତ୍ରୀରେ ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଦ୍ଵିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଓ ୨୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଜଣେ ମାତ୍ର ମହିଳାଙ୍କୁ ଟିକେଟ ଦେଇଛି ବିଜେପି।

ବରଗଡ଼ ଲୋକସଭାରୁ ସୁରେଶ ପୂଜାରୀ, ସମ୍ବଲପୁରରୁ ନିତେଶ ଗଙ୍ଗଦେଓ, କଳାହାଣ୍ଡିରୁ ବସନ୍ତ କୁମାର ପଣ୍ଡା, ପୁରୀରୁ ସମ୍ବିତ ପାତ୍ର ଓ କୋରାପୁଟରୁ ଜୟରାମ ପାଙ୍ଗି ପ୍ରାର୍ଥୀ ହୋଇଛନ୍ତି । ବରଗଡ଼ ଲୋକସଭାରୁ ଗତ ନିର୍ବାଚନରେ ସୁବାଷ ଚୌହାନ ପ୍ରାର୍ଥୀ ହୋଇଥିଲେ । ଏଥର ତାଙ୍କୁ ପରିବର୍ତ୍ତନ କରାଯାଇଛି । ତାଙ୍କ ସ୍ଥାନରେ ସୁରେଶ ପୂଜାରୀ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ନୂଆପଡା ବିଧାୟକ ତଥା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏଥର ବିଧାନସଭା ପାଇଁ ନଲଢ଼ି କଳାହାଣ୍ଡି ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ଦେବଗଡ଼ ବିଧାୟକ ନିତେଶ ଗଙ୍ଗଦେବ ମଧ୍ୟ ବିଧାନସଭା ଛାଡି ଲୋକସଭା ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ସେହିଭଳି ଭଟଲି ବିଧାନସଭା ଆସନରୁ ଇରାଶିଷ ଆଚାର୍ଯ୍ୟ ପ୍ରାର୍ଥୀ ହୋଇଥିବା ବେଳେ ଦେବଗଡରୁ ସୁବାଷ ପାଣିଗ୍ରାହୀ, ବିରମିତ୍ରପୁରରୁ ରଘୁନାଥ ଜଗଦଲ, ସୋନପୁରରୁ ଅଶୋକ ପୂଜାରୀ, ବଲାଂଗୀରରୁ ଅନନ୍ତ ଦାସ, ନୂଆପଡ଼ାରୁ ହୋମିସିଂ ମାଝୀ, ଝରିଗାଁରୁ ପର୍ଶୁରାମ ମାଝୀ, ଡାବୁଗାଁରୁ ପଦ୍ମନ ନାୟକ, ଭବାନିପାଟଣାରୁ ପ୍ରଦୀପ ନାୟକ, ଦଶପଲ୍ଲାରୁ ପୂର୍ଣ୍ଣ ଚନ୍ଦ୍ର ନାୟକ, କବିସୂର୍ଯ୍ୟନଗରରୁ ରଞ୍ଜନ ପଲାଇ, ଛାତ୍ରପୁରରୁ ପ୍ରଶାନ୍ତ କର, ଆସିକାରୁ ଦେବରାଜ ମହାନ୍ତି, ସୋରଡାରୁ ନୀଳମଣି ବିଶୋଇ, ବ୍ରହ୍ମପୁରରୁ କାହ୍ନୁ ପତି, ଦିଗପହଣ୍ଡିରୁ ପିଙ୍କି ପ୍ରଧାନ, ମୋହନାରୁ ପ୍ରଶାନ୍ତ ମଲ୍ଲିକ, ଗୁଣୁପୁରରୁ ଶିଶିର ଗମାଙ୍ଗ, ରାୟଗଡାରୁ ବସନ୍ତ ଉଲ୍ଲାକା, ଜୟପୁରରୁ ଗୌତମ ସାମନ୍ତରାୟ, କୋରାପୁଟରୁ ତ୍ରିପୁରା ଗରଡ଼ା ଓ ଚିତ୍ରକୋଣ୍ଡାରୁ ପଡୁ ମାଝୀ ପାର୍ଥି ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ପ୍ରକାଶିତ ପ୍ରଥମ ୧୦୦ ଜଣିଆ ପ୍ରାର୍ଥୀ ତାଲିକାରେ ଆସିକାରୁ ସରୋଜ ପାଢ଼ୀଙ୍କୁ ପ୍ରାର୍ଥୀ କରାଯାଇଥିଲା । କିନ୍ତୁ କିଛି ସମୟ ମଧ୍ୟରେ ପ୍ରକାଶିତ ସଂଶୋଧିତ ତାଲିକାରେ ସରୋଜ ପାଢ଼ୀ ବାଦ ପଡ଼ିଥିଲେ । ଆଜି ଏହି ଆସନରୁ ଦେବରାଜ ମହାନ୍ତି ପ୍ରାର୍ଥୀ ହୋଇଛନ୍ତି ।

   ସମ୍ବନ୍ଧିତ ଖବର


ଏହି ଦେଶର ରାଜା ନିଜ କୁକୁରକୁ କଲେ ଏୟାରଫୋର୍ସ ଚିଫ୍,୨୦ ସେକ୍ସ ସୋଲଜରଙ୍କ ସହ ବିଦେଶରେ ବିତାଉଛନ୍ତି ବିଳାସପୂର୍ଣ୍ଣ ଜୀବନ

ଭାରତକୁ ଆସିବା ପାଇଁ ସମସ୍ତଙ୍କୁ ଅନୁମତି ଦେଲା ଗୃହମନ୍ତ୍ରଣାଳୟ, କେବଳ ଏମାନଙ୍କ ପ୍ରବେଶ ଉପରେ ରହିଛି କଟକଣା

ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ସତ୍ୟାଗ୍ରହ , ଦାବି ପୂରଣ ନହେଲେ ସବୁ ଅଚଳ କରିବାକୁ ଚେତାବନୀ…

ପଶ୍ଚିମବଙ୍ଗର ଲୋକଙ୍କୁ ଦୁର୍ଗାପୂଜା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ- ଆତ୍ମନିର୍ଭର ଭାରତରେ ବଙ୍ଗଳାର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା

ବିହାର ନିର୍ବାଚନରେ ବିଜେପିର ୧୧ବଡ ଘୋଷଣା; ଜାଣନ୍ତୁ ବିହାରବାସୀଙ୍କ ପାଇଁ ସଙ୍କଳ୍ପ ପତ୍ରରେ ରହିଛି କଣ…