PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

କରୋନାରୁ ସୁସ୍ଥ ହୋଇଥିବା ମହିଳାଙ୍କ ସହ ଗଣଦୁଷ୍କର୍ମ : ଡାକ୍ତରଖାନା କର୍ମଚାରୀମାନେ ଘରକୁ ଯିବାକୁ ଦେଇନଥିଲେ ଆମ୍ବୁଲାନ୍ସ, ରାସ୍ତାରେ ଘଟିଥିଲା…

ଆସାମ ୩୧।୫: ଆସାମର ଚରାଇଦେବ ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଆସାମରେ ଜଣେ ମହିଳା କରୋନାରେ ଚିକିତ୍ସା କରାଇବା ପରେ ଘରକୁ ଫେରିବାକୁ ଚାହୁଁଥିଲେ, କିନ୍ତୁ ଡାକ୍ତରଖାନା ପ୍ରଶାସନ ମହିଳାଙ୍କୁ ଘରକୁ ଯିବାକୁ ଆମ୍ବୁଲାନ୍ସ ଦେବାକୁ ମନା କରିଦେଇଥିଲେ, ଯେଉଁ କାରଣରୁ ମହିଳାଙ୍କୁ ପାଦରେ ଚାଲି ଚାଲି ଘରକୁ ଯିବାକୁ ପଡ଼ିଲା।

ହସ୍ପିଟାଲରୁ ମହିଳାଙ୍କ ଘର ୨୫ କିଲୋମିଟର ଦୂରରେ ଥିଲା। ରାସ୍ତାରେ ଯିବା ସମୟରେ ଦୁଇ ଜଣ ମିଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ପୋଲିସର ସୂତ୍ରରୁ ପ୍ରକାଶ ଯେ, ରାସ୍ତାରେ ଯାଉଥିବା ସମୟରେ ଦୁଇ ଜଣ ଯୁବକ ଘୋଷାରି ଘୋଷାରି ଚା’ ବଗିଚାକୁ ନେଇଯାଇଥିଲେ। ଏହି ଘଟଣା ମେ ୨୭ରେ ହୋଇଥିଲା ଏବଂ ଦୁଇ ଦିନ ପରେ ଥାନାରେ ଅଭିଯୋଗ ହୋଇଥିଲା।

ମହିଳାଙ୍କ ଝିଅ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ତାଙ୍କ ପରିବାର ଲୋକେ କରୋନାରେ ସଂକ୍ରମିତ ହୋଇଥିଲେ। ସେମାନେ ହୋମ୍‌ ଆଇସୋଲେସନ୍‌ରେ ଥିଲେ। କିଛି ଦିନ ପରେ ମୋ ବାପା ଏବଂ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯିବାରୁ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଝିଅ କହିଛନ୍ତି ଯେ ଯେତେବେଳେ ତାଙ୍କ ମା’ଙ୍କ ରିପୋର୍ଟ ନେଗେଟିଭ୍‌  ଆସିଲା ସେତେବେଳେ ଡାକ୍ତରଖାନାରୁ ଡିସଚାର୍ଜ ହେବାକୁ କହିଥିଲେ।

ଝିଅଙ୍କ କହିବାନୁସାରେ, ଯେତେବେଳେ ହସ୍ପିଟାଲର ଲୋକଙ୍କୁ ଆମ୍ବୁଲାନ୍ସ ମାଗିଥିଲେ, ସେମାନେ ମନା କରିଦେଇଥିଲେ। ଶେଷରେ ମହିଳା ଜଣକ ପାଦରେ ଚାଲି ଚାଲି ଘରକୁ ଫେରିଥିଲେ। ଘଟଣାର ଦୁଇ ଦିନ ପରେ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ବର୍ତ୍ତମାନ ଅଭିଯୁକ୍ତଙ୍କୁ ଖୋଜୁଛୁ। ଏନେଇ ଥାନାରେ ମାମଲା ରୁଜୁ କରାଯାଇଛି। ଏବେ ମହିଳାଙ୍କ ଡାକ୍ତରୀ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର