କରୋନା ଇଫେକ୍ଟ – ଚଳିତ ବର୍ଷ ଗଣତନ୍ତ୍ର ଦିବସରେ କେହି ଅତିଥି ନାହାନ୍ତି, ୧୯୬୬ମସିହା ପରେ ପ୍ରଥମ ଥର ଏମିତି ଘଟଣା

ନୂଆଦିଲ୍ଲୀ – ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ କୌଣସି ଦେଶର ରାଷ୍ଟ୍ର ମୁଖ୍ୟ ଅତିଥି ଭାବେ ଆସିବେ ନାହିଁ । ବିଦେଶ ମନ୍ତ୍ରାଳୟ ଗୁରୁବାର ଦିନ ଏକ ବୟାନ ଜାରି କରି ଏହି ସୂଚନା ଦେଇଛନ୍ତି । କରୋନା କାରଣରୁ ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ କୌଣସି ବିଦେଶ ରାଷ୍ଟ୍ରର ପ୍ରମୁଖ ବା ସରକାରଙ୍କର ମୁଖ୍ୟଙ୍କୁ ଆମନ୍ତ୍ରଣ ନକରିବାର ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ ୧୯୬୬ରେ ଏମିତି ଘଟଣା ଘଟିଥିଲା , ଯେବେ ଦେଶରେ ଗଣତନ୍ତ୍ର ଦିବସ ଉତ୍ସବ  ବିନା ଅତିଥିଙ୍କ ଉପସ୍ଥିତିରେ ପାଳନ କରାଯାଇଥିଲା ।

ଉଲ୍ଲେଖନୀୟ ଯେ,  ବ୍ରିଟେନ ପ୍ରଧାନମନ୍ତ୍ରୀ  ବୋରିସ୍‌ ଜନସନ ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ସାଜିଥିଲେ ।ପରେ ସେ ନିଜର ଏହି ଭାରତ ଗସ୍ତକୁ ରଦ୍ଦ କରିଦେଇଥିଲେ । ବୋରିସ୍‌ ଜନସନ କରୋନାର ନୂଆ ଷ୍ଟ୍ରେନ୍‌ ଯୋଗୁଁ ଭାରତ ଗସ୍ତକୁ ସ୍ଥଗିତ ରଖିଥିଲେ । ଗଣତନ୍ତ୍ର ଦିବସରେ ନଆସିପାରିବାରୁ ବୋରିସ୍ ଜନସନ ନିଜର ନିଷ୍ପତ୍ତିରେ ଦୁଃଖ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସେ କଥାବାର୍ତ୍ତା ହୋଇଥିଲେ ଏବଂ  ଭାରତ ଆସି ନପାରିବାର ଦୁଃଖ ଜଣାଇ ଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ବୋରିସ୍‌ ଜନସନ କହିଥିଲେ କି ଯେଉଁ ଗତିରେ ବ୍ରିଟେନ୍‌ରେ ନୂଆ କରୋନା ଭାଇରସ୍‌ ବ୍ୟାପୁଛି , ତାଙ୍କ ପାଇଁ ବ୍ରିଟେନ୍‌ରେ ରହିବା ମହତ୍ତ୍ୱପୂର୍ଣ୍ଣ ହେବ, ଏଇଥି ପାଇଁ କି ସେ ଭାଇରସ୍‌ର ଘରୋଇ ପ୍ରତିକ୍ରିୟା ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବେ ।   

UK Prime Minister Boris Johnson

ଏହା ୪ର୍ଥ ଥର ଏମିତି ଘଟିଛି ଯେବେ ଭାରତୀୟ ଗଣତନ୍ତ୍ର ଦିବସ ସମାରୋହରେ କୌଣସି ବି ମୁଖ୍ୟ ଗେଷ୍ଟ ହୋଇନାହାନ୍ତି । ଏହା ପୂର୍ବରୁ ୧୯୫୨,୧୯୫୩ ଓ ୧୯୬୬ମସିହାରେ ଏମିତି ହୋଇସାରିଛି ।  ଅନେକ ଥର ଏମିତି ଘଟିଛି ଯେବେ ଦେଶର ଗଣତନ୍ତ୍ର ଦିବସରେ ୨-୨ ଅତିଥି ମଧ୍ୟ ସାମିଲ ହୋଇଛନ୍ତି ।  ୧୯୫୬,୧୯୬୮ ଓ ୧୯୭୪ରେ ୨-୨ ଅତିଥି ସାମିଲ ହୋଇଥିଲେ । ୨୦୧୮ରେ ୧୦ ଏସିଆ ଦେଶର ପ୍ରମୁଖ ଅତିଥି ରୂପେ ଭାରତୀୟ ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହୋଇଥିଲେ ।