ଓଠ ନୀଳ ଓ ଶରୀର ପଡିଯାଉଛି ହଳଦିଆ… ବ୍ରିଟେନର ଶିଶୁଙ୍କ ଭିତରେ ଏବେ ଦେଖିବାକୁ ମିଳୁଛି ନୂଆ ଭାଇରସର ଲକ୍ଷଣ

ନୂଆଦିଲ୍ଲୀ,୩୦।୪: ସାରା ବିଶ୍ବରେ କରୋନା ସଂକ୍ରମଣ ମାମଲା ବଢି ୩୨,୧୮,୦୦ରୁ ଅଧିକ ହୋଇଯାଇଛି। ମୋଟ ମୃତ୍ୟୁ ସଂଖ୍ୟା ବଢିକି ୨,୨୮,୦୦୦ ବଢିକି ଅଧିକ ହୋଇଯାଇଛି। ବହୁ ଦେଶର ବୈଜ୍ଞାନିକ କରୋନା ଭାଇରସର ଔଷଧ କରୋନା ଭାଇରସର ଔଷଧ ତିଆରି କରିବାରେ ଲାଗିଛନ୍ତି। କିନ୍ତୁ କରୋନାର ଶରୀର ଉପରେ ଅଲଗା-ଅଲଗା ପ୍ରଭାବରୁ ବୈଜ୍ଞାନିକଙ୍କ ଚେଷ୍ଟା ମଧ୍ୟ ବୃଥା ହେବାରେ ଲାଗିଛି। ବ୍ରିଟେନର ବୈଜ୍ଞାନିକମାନେ ପିଲାଙ୍କ ଦେହରେ ଏଭଳି କିଛି ଲକ୍ଷଣ ଦେଖିବାକୁ ପାଇଛି ଓ ଚେତାବନୀ ଦେଇଛନ୍ତି ଏହା କରୋନା ଭାଇରସ୍ ଭଳି, କିନ୍ତୁ ଏହା ନୂଆ ଭାଇରସ୍। ଏଥିରେ ପିଲାଙ୍କର ଓଠ ନୀଳ ପଡିବା ସହ ଶରୀର ହଳଦିଆ ହୋଇପାରେ। ଏହି ନୂଆ ଭାଇରସ୍ ଆଗକୁ ଚାଲି ଆହୁରି ବିକରାଳ ରୂପ ନେଇପାରେ।

ଇଂଲଣ୍ଡର ମହାମାରୀ ଇନଟେନସିଭ କେୟାର ସୋସାଇଟିର ବୈଜ୍ଞାନିକଙ୍କ ପକ୍ଷରୁ କୁହାଯାଇଛି ଯେ, ଗତ ୩ ସପ୍ତାହ ଭିତରେ ଲଣ୍ଡନ ଓ ୟୁକେର ଅନ୍ୟ ଅଞ୍ଚଳରେ ପିଲାଙ୍କ ଭିତରେ ଏଭଳି ଲକ୍ଷଣ ଦେଖିବାକୁ ମିଳିଛି। ଯାହାକି କରୋନା ନୁହେଁ କି୍ତୁ କରୋନା ଭଳି ଏକ ବିପଦଜନକ ହୋଇପାରେ। ୟୁକେର ପିଲାଙ୍କ ଭିତରେ ଦେଖିବାକୁ ମିଳିଥିବା SARS-CoV-2 ସମ୍ପର୍କିତ ଭାଇରସର ସିଣ୍ଡ୍ରମ ଦେଖିବାକୁ ମିଳୁଛି, ଯାହାକୁ ଆଗକୁ ବଡ ମହାମାରୀ ହୋଇପାରେ।’

ଯେଉଁ ପିଲାଙ୍କ ଭିତରେ ଯାଞ୍ଚ ପରେ ଏହି କଥା ଜଣାପଡିଛି ସେମାନେ ସମସ୍ତେ କରୋନା ଟେଷ୍ଟରେ ପଜିଟିଭ ଥିଲେ। କିନ୍ତୁ ସେମାନଙ୍କ ଭିତରେ ଯେଉଁ ଲକ୍ଷଣ ମିଳିଛି ତାହା କରୋନାର ଲକ୍ଷଣ ନୁହେଁ। କରୋନାରେ ଯେପରି  ପ୍ରବଳ ଜ୍ବର, ଲୋ ବ୍ଳଡ ପ୍ରେସର, ପେଟ ଦରଜ, ଡାଇରିଆ ଓ ନିମୋନିଆ ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। ତେବେ ଡାକ୍ତରଙ୍କ କହିବା ଅନୁସାରେ ପିଲାମାନେ କରୋନା ଭାଇରସରେ ସଂକ୍ରମିତ ନହୋଇ କୌଣସି ଅନ୍ୟ ଭାଇରସରେ ସଂକ୍ରମିତ ହୋଇଥାଇ ପାରନ୍ତି। ତେବେ ଆଉ କେହି ଏହାକୁ କରୋନାର ଆଉ ଏକ ଲକ୍ଷଣ ବୋଲି କହୁଛନ୍ତି।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର

ଚୀନ୍‌ର ଡିଜିଟାଲ୍ ପ୍ଲାନ୍ ! ଚାଇନିଜ୍ ମୋବାଇଲରୁ ଅରୁଣାଚଳ ଗାଏବ୍…