PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ମହାରାଷ୍ଟ୍ର ସଚିବାଳୟର ୬୦୨ ନମ୍ବର ରୁମକୁ ନେଇ ଆତଙ୍କରେ ନୂଆ ମନ୍ତ୍ରୀ! ଏହି କାରଣରୁ ସେଠାରେ କେହି ବସିବାକୁ ରାଜି ନୁହଁନ୍ତି

ମୁମ୍ବାଇ,୩୧।୧୨: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ସରକାର ଗଠନ ହୋଇସାରିଛି। ମନ୍ତ୍ରୀମଣ୍ଡଳର ବିସ୍ତାର ମଧ୍ୟ ସରିଛି। ବାସ୍ ଏବେ କେବଳ  ଚାର୍ଜ ଦେବାର କାମ ରହିଛି। ମୁମ୍ବାଇ ସ୍ଥିତ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରଣାଳୟରେ ସମସ୍ତ ମନ୍ତ୍ରୀଙ୍କୁ କାର୍ଯ୍ୟାଳୟ ଦେବାର କାମ ଆରମ୍ଭ ହୋଇସାରିଛି। କିନ୍ତୁ ମନ୍ତ୍ରଣାଳୟର ଷଷ୍ଠ ମହଲା ଉପରେ ଥିବା ଏକ ରୁମକୁ କୌଣସି ମନ୍ତ୍ରୀ ନେବାକୁ ଚାହାନ୍ତି ନାହିଁ। ଆସନ୍ତୁ ଜାଣିବା କାହିଁକି କୌଣସି ମନ୍ତ୍ରୀ ଏହି ରୁମକୁ ନେବାକୁ ଚାହାନ୍ତି ନାହିଁ?

ରାଜନୈତିକ  ଦୁନିଆରେ ଚର୍ଚ୍ଚା ଥିଲା ଯେ, ଏହି ରୁମ ପୂର୍ବରୁ ରାଜ୍ୟର କ୍ଷମତାକେନ୍ଦ୍ର ଥିଲା। ପୂର୍ବରୁ ସେଠାରେ ମୁଖ୍ୟମନ୍ତ୍ରୀ, ସବୁଠାରୁ ବଡ ମନ୍ତ୍ରୀ କିମ୍ବା ମୁଖ୍ୟ ସଚିବ ବସୁଥିଲେ। ତେବେ ଏହି ଅଫିସରରେ ଏଥିପାଇଁ କେହି ବସିବାକୁ ଚାହାନ୍ତି ନାହିଁ ଯେ, ସେଠାରେ ଯିଏବି ବସନ୍ତି ସେ ତାଙ୍କର କାର୍ଯ୍ୟକାଳ ପୂରଣ କରିପାରନ୍ତି ନାହିଁ। ତେଣୁ ଏହି ଅନ୍ଧବିଶ୍ବାସ କାରଣରୁ ଉଦ୍ଧବ ସରକାରଙ୍କ କୌଣସି ​ନେତା ବସିବାକୁ  ଚାହାନ୍ତି ନାହିଁ।

୨୦୧୪ରେ ବିଜେପି ନେତା ଏକନାଥ ଖଡସେଙ୍କୁ ଏହି ରୁମ୍ ଦିଆଯାଇଥିଲା। ୨ ବର୍ଷ ପରେ ଏକ ଦୁର୍ନୀତି ମାମଲାରେ ଫଶି ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ଖଡସେଙ୍କ ପରେ ଏହି ରୁମକୁ ନୂତନ ମନ୍ତ୍ରୀ ପାଣ୍ଡୁରଙ୍ଗ ଫୁଡକରଙ୍କୁ ଦିଆଯାଇଥିଲା, କିନ୍ତୁ ୨ ବର୍ଷ କାମ କରିବା ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ଜୁନ୍ ୨୦୧୯ ପରେ ଏହି ରୁମକୁ କାହାକୁ ଦିଆଯାଇନଥିଲା।

କେବଳ ସେତିକି ନୁହେଁ ୨୦୧୯ରେ ଯେତେବେଳେ କୃଷି ବିଭାଗର ଦାୟିତ୍ବ ବିଜେପି ନେତା ଅନିଲ ବୋଣ୍ଡେ ଦିଆଯାଇଥିଲା ସେ ଏହି ଅଫିସକୁ ଆସିଥିଲେ। କିନ୍ତୁ ପରେ ସେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହାରିଯାଇଥିଲେ। ଏହାପରେ ଅପପ୍ରଚାର ଆରମ୍ଭ ହୋଇଯାଇଥିଲା ଯେ, ଏହି ରୁମ୍ ଠିକ୍ ନୁହେଁ।

ନୂଆ ସରକାର ହେବାମାତ୍ରେ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଏହି ରୁମରେ ନିଜର ଅଫିସ କରିବାକୁ ମନା କରିଦେଇଛନ୍ତି। ତେବେ ପୂର୍ବରୁ ସେ ଏହି ରୁମରେ କାମ କରିସାରିଛନ୍ତି। ତେବେ ସେ ମନ୍ତ୍ରଣାଳୟ ପ୍ରଶାସନ କହିଛି ଯେ, ଏହି ସବୁ କଥା କେବଳ ଏକ ଅପପ୍ରଚାର, ଯାହାକୁ ଯେଉଁ ରୁମ୍ ପସନ୍ଦ ଆସିଲା ତାହା ତାଙ୍କୁ ଦିଆଯିବ।

ସମ୍ବନ୍ଧିତ ଖବର