PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

୧୦୦ ଦିନ ହେବ ନ୍ୟୁଜିଲାଣ୍ଡରେ କରୋନାର ଗୋଟିଏ ବି ମାମଲା ଆସିନି, ସ୍ୱାସ୍ଥ୍ୟ ବିଭାଗ କହିଲା ଏମିତି

https://www.amarujala.com/

ନୂଆଦିଲ୍ଲୀ ୯/୮: କରୋନା ଭାଇରସକୁ ହରାଇବାରେ ନ୍ୟୁଜିଲାଣ୍ଡ ଉତ୍ତମ ପ୍ରଦର୍ଶନ କରିଛି । ନ୍ୟୁଜିଲାଣ୍ଡରେ ୧୦୦ ଦିନରୁ ଗୋଟିଏ ବି କରୋନା ମାମଲା ସାମ୍ନାକୁ ଆସିନି । ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହାକୁ ବଡ ସଫଳତା ବୋଲି କହିଛନ୍ତି । ତେବେ ଏହା ମଧ୍ୟ କୁହାଯାଇଛି କି ଆଗକୁ ମଧ୍ୟ ଯେପରି କିଛି ତୃଟି ଦେଖାନଯାଏ ସେଥିପାଇଁ ସମସ୍ତେ ଶାଳୀନତା ଅବଲମ୍ବନ କରିବେ ଏବଂ ସମସ୍ତେ ସତର୍କ ରହିବେ । ଏନେଇ କିଛି ବି ଖାମଖିଆଲି ବରଦାସ୍ତ କରାଯିବନି ।

ଏବେ ବି ଦେଶରେ ୨୩ ଆକ୍ଟିଭ୍ କେସ୍ ରହିଛି କିନ୍ତୁ କରୋନା ସଂକ୍ରମଣ ଜଣାପଡିବା ପରେ ଏହି ସୀମା ଉପରେ ରୋକ ଲଗାଯାଇଛି ଏବଂ ଆଇସୋଲେସନ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ସ୍ୱାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ ଏଶଲେ ବ୍ଲୁମଫିଲ୍ଡ କହିଛନ୍ତି କି ବିନା କୌଣସି ସଂକ୍ରମଣରେ ୧୦୦ ଦିନ ପୂରା କରିବା ଏକ ବଡ ସଫଳତା ।

ସେ କହିଛନ୍ତି କି ଆମେ ବିଦେଶରେ ଦେଖିଛୁ କି କେମିତି ଭାଇରସ ପୁଣି ରିଟର୍ଣ୍ଣ କରୁଛି ଏବଂ ଆମେ ଏଥିପ୍ରତି ସଜାଗ ରହିଛୁ । ନ୍ୟୁଜିଲାଣ୍ଡର ଜନସଂଖ୍ୟା ପ୍ରାୟ ୫୦ ଲକ୍ଷ । କରୋନା ଭାଇରସକୁ ଦମନ କରିଥିବାରୁ ନ୍ୟୁଜିଲାଣ୍ଡର ଚେଷ୍ଟାକୁ ସାରା ଦୁନିଆରେ ପ୍ରଶଂସା କରାଯାଉଛି । ନ୍ୟୁଜିଲାଣ୍ଡ ୧୯ ମାର୍ଚ୍ଚରୁ ହିଁ ନିଜ ସୀମା ବନ୍ଦ କରିଦେଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ନ୍ୟୁଜିଲାଣ୍ଡର ଏଭଳି ପ୍ରୟାସକୁ ପ୍ରଶଂସା କରିଛି ।

ନ୍ୟୁଜିଲାଣ୍ଡର ପ୍ରଥମ ମାମଲା ଫେବୃୟାରୀରେ ଆସିଥିଲା ଏବଂ ୧ ମାସରେ ନ୍ୟୁଜିଲାଣ୍ଡରେ ସମୁଦାୟ ୧୨୧୯ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଲା ଏବଂ ଏହାର ୧୦୦ ଦିନ ପର୍ଯ୍ୟନ୍ତ କରୋନାର କୌଣସି ମାମଲା ସାମ୍ନାକୁ ଆସିନି । ଏବେ ନ୍ୟୁଜିଲାଣ୍ଡରେ ବିନା ସୋସିଆଲ ଡିଷ୍ଟାନ୍ସିଂରେ ଅର୍ଥାତ୍ କରୋନା ପୂର୍ବର ସମୟ ଅତିବାହିତ କରୁଛନ୍ତି ଲୋକେ ।

ଏହା ବ୍ୟତୀତ ନ୍ୟୁଜିଲାଣ୍ଡରେ ଖେଳ ଓ ସାଂସ୍କତିକ କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ମିଳିଯାଇଛି । ଦେଶର ସୀମାରେ ଏବେ ବି ନିୟମ କଡାକଡି ପାଳନ କରାଯାଉଛି ଏବଂ ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ୧୪ ଦିନ କ୍ୱାରଣ୍ଟାଇନରେ ରହିବାକୁ ପଡୁଛି ।