କଶ୍ମୀରରେ ସଲାଉଦ୍ଦିନର ୧୩ଟି ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ,୧୯।୩: ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ମୁଖ୍ୟ ସଇଦ ସଲାଉଦ୍ଦିନ ବିରୋଧରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ନେଇଛି କଡା ପଦକ୍ଷେପ। ଆତଙ୍କବାଦୀଙ୍କ ଆର୍ଥିକ ସହାୟତା ଦେବା ମାମଲାରେ ସଲାଉଦ୍ଦିନର କଶ୍ମୀରରେ ଥିବା ୧୩ଟି ସମ୍ପତ୍ତିକୁ ଜବତ କରିଛି ଇଡି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ(ପିଏମ୍ଏଲଏ) ଅନୁଯାୟୀ ୧.୨୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିବାର ନିର୍ଦେଶ ଦେଇଛି। ଏହି ସମ୍ପତ୍ତି ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିବା ବାନ୍ଦିପୁରା ନିବାସୀ ମହମ୍ମଦ ଶଫି ଶାହା ଓ ରାଜ୍ୟର ଅନ୍ୟ ୬ ଜଣଙ୍କର ରହିଛି।

ଇଡିର କହିବା ଅନୁସାରେ ବେଆଇନ ଗତିବିଧି ନିବାରଣ କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ସଲାଉଦ୍ଦିନ, ଶାହା ଓ ଅନ୍ୟମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି। ଇଡି ପକ୍ଷରୁ କୁହାଯାଇଛି ‘କଶ୍ମୀରରେ ସବୁଠାରୁ ଅଧିକ ସକ୍ରିୟ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ, ପାକିସ୍ତାନର ରାଓ୍ବଲପିଣ୍ଡିରେ ରହୁଥିବା ଏହାର ପ୍ରମୁଖ କମାଣ୍ଡର ସଲାଉଦ୍ଦିନ ଜମମୁ-କଶ୍ମୀରରେ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ ଗତିବିଧିରେ ଆର୍ଥିକ ସହାୟତା ପାଇଁ ଦାୟୀ।

ସେ ଆଇଏସ୍ଆଇ ଓ ପାକିସ୍ତାନର ସଂଗଠନ ଗୁଡିକ ସହ ମିଶି ଜମ୍ମୁ କଶ୍ମୀର ଇଫେକ୍ଟିଜ ରିଲିଫ ଟ୍ରଷ୍ଟ ଗଠନ କରି ଭାରତରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେଉଛି। ଆତଙ୍କବାଦୀଙ୍କ ଆର୍ଥିକ ସହାୟତା ଦେବା ମାମଲାରେ ଶାହ ଏବେ ଦିଲ୍ଳୀର ତିହାର ଜେଲରେ ଅଛି।

   ସମ୍ବନ୍ଧିତ ଖବର


ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ଏଫ୍‌ଆଇଆର୍‌

ପୁଣିଥରେ ବିବାଦରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ – କହିଲେ , ସେକ୍ସ ମଣିଷର ପ୍ରାକୃତିକ ଇଚ୍ଛା , ଦେଶରେ ବେରୋଜଗାରୀ ବଢ଼ୁଥିବାରୁ ଦୁଷ୍କର୍ମ ବଢ଼ୁଛି

ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ