PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଏସିଆ ଇଲେଭେନ୍‌ରେ ପାକିସ୍ତାନୀ କ୍ରିକେଟରଙ୍କୁ ମନା, ୫ ଭାରତୀୟଙ୍କୁ ମନୋନୀତ କରିବେ ଗାଙ୍ଗୁଲି

ନୂଆଦିଲ୍ଲୀ, ୨୬|୧୨:   ଏସିଆ ଏକାଦଶ ଟିମ୍‌ରେ ଭାରତ ଓ ପାକିସ୍ତାନ କ୍ରିକେଟ ଖେଳାଳି ଏକାଠି ଖେଳିବେନି । ପାକିସ୍ତାନ କ୍ରିକେଟରମାନେ ଏସିଆ ଏକାଦଶରେ ଖେଳିବାର ସମ୍ଭାବନା ନାହିଁ । ବାଂଲାଦେଶରେ ଖେଳାଯିବାକୁ ଥିବା ଏସିଆ ଏକାଦଶ ବନାମ ବିଶ୍ୱ ଏକାଦଶ ଟି-ଟ୍ୱେଣ୍ଟି ମ୍ୟାଚରେ ପାକିସ୍ତାନ ଖେଳାଳି ଖେଳିବା ନେଇ ବିବାଦ ବେଳେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ମଧ୍ୟ ଏକଥାକୁ ସ୍ୱୀକାର କରିଛି । ଏହିମ୍ୟାଚ୍‌ରେ ଏସିଆ ଏକାଦଶ ଦଳକୁ କୌଣସି ପାକିସ୍ତାନୀ କ୍ରିକେଟରଙ୍କୁ ନିମନ୍ତ୍ରଣ କରାଯାଇ ନଥିବା କହିଛନ୍ତି ବିସିସିଆଇ ଯୁଗ୍ମ ସଂପାଦକ ଜୟେଶ ଜର୍ଜ।

“ବଙ୍ଗୋବନ୍ଧୁ”  ଶେଖ ମୁଜିବର ରହମାନଙ୍କ ଜନ୍ମଶତବାର୍ଷିକୀ ଅବସରରେ ବଙ୍ଗଳାଦେଶ କ୍ରିକେଟ ବୋର୍ଡ ଏସିଆ ଇଲେଭେନ୍ ଏବଂ ୱାର୍ଲ୍ଡ ଇଲେଭେନ ମଧ୍ୟରେ ଦୁଇଟି ଟି- ଟ୍ୱେଣ୍ଟି ମ୍ୟାଚ୍‌ ଆୟୋଜନ କରିବାକୁ ସ୍ଥିର କରିଛି । ଆସନ୍ତା ମାର୍ଚ୍ଚରେ ଏହି ମ୍ୟାଚ୍‌ ଢାକାରେ ଖେଳାଯିବ । ଆଇସିସି ଏହି ଟି-ଟ୍ୱେଣ୍ଟି ମ୍ୟାଚ୍କୁ ମାନ୍ୟତା ବି ଦେଇଛି।ତେବେ ଏସିଆ ଇଲେଭେନ୍‌ ଟିମ୍‌ରେ ପାକିସ୍ତାନର ଖେଳାଳି ଖେଳିବେ ନା ନାହିଁ, ଭାରତୀୟ ଖେଳାଳିଙ୍କ ସହ ପାକିସ୍ତାନୀ ଗୋଟିଏ ଟିମ୍‌ରେ ରହିବେ କି , ଏପରି ଚର୍ଚ୍ଚା ଜୋର ଧରିବା ବେଳେ, ଏହାର ଅନ୍ତ ଘଟାଇଛି ବିସିସିଆଇ ।

ବିସିସିଆଇ ଯୁଗ୍ମ ସଂପାଦକ ଜୟେଶ ଜର୍ଜ କହିଛନ୍ତି,ଭାରତ- ପାକିସ୍ତାନ ଖେଳାଳିମାନେ ଏକାଠି ଗୋଟିଏ ଟିମରେ ଖେଳିବାର ଚିନ୍ତା ବା ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ନାହିଁ, କାରଣ ଏସିଆ ଇଲେଭେନ୍‌କୁ କୌଣସି ପାକିସ୍ତାନୀଙ୍କୁ ଆମନ୍ତ୍ରଣ କରାଯାଇନାହିଁ । ସେ ଆହୁରି କହିଛନ୍ତି, ଗୋଟିଏ ଟିମ୍‌ରେ ରହି ଭାରତ- ପାକିସ୍ତାନ ଖେଳାଳି ଓଭର ପରେ ଓଭର ବୋଲିଂ କରିବାର ସାମାନ୍ୟ ସମ୍ଭାବନା ନାହିଁ । ତେବେ ଏସିଆ ଇଲେଭେନ୍‌ରେ କେଉଁ ଭାରତୀୟ ସ୍ଥାନ ପାଇବେ ତାହା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସ୍ଥିର କରିବେ ବୋଲି ସ୍ପଷ୍ଟ କରିଛନ୍ତି ଜର୍ଜ । ଗାଙ୍ଗୁଲି ହିଁ ଏସିଆ ଏକାଦଶ ଲାଗି ୫ ଜଣ ଭାରତୀୟ ଖେଲାଳିଙ୍କୁ ମନୋନୀତ କରିବେ ।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଖରାପ ଥିବା ଭାରତ-ପାକିସ୍ତାନ କ୍ରିକେଟ ସଂପର୍କ ଏବେ ଆହୁରି ଜଟିଳ । ନିକଟରେ ପାକିସ୍ତାନ କ୍ରିକେଟ ବୋର୍ଡ ସଭାପତି ଏହେସାନ ମନିଙ୍କ ମନ୍ତବ୍ୟ ଭାରତ ବିରୋଧି ଥିଲା । ଭାରତ ଅପେକ୍ଷା ପାକିସ୍ତାନରେ କ୍ରିକେଟ ସୁରକ୍ଷା ଦୃଷ୍ଟିରୁ ଅଧିକ ନିରାପଦ ବୋଲି ସେ କହିଥିଲେ । ପାକ୍- ଶ୍ରୀଲଙ୍କା ସିରିଜ ଆୟୋଜନର ଉଦାହରଣ ଦେଇ ସେ କହିଥିଲେ, ଭାରତରେ କ୍ରିକେଟ ମ୍ୟାଚ୍‌ ଏବଂ ଖେଳାଳିଙ୍କ ସୁରକ୍ଷା ଏକ ବଡ ସମସ୍ୟା । ପାକିସ୍ତାନ ସେ ଦୃଷ୍ଟିରୁ ନିରାପଦ ।

ପୂର୍ବରୁ ପାକିସ୍ତାନର ପୂର୍ବତନ ଅଧିନାୟକ ରଶିଦ ଲତିଫ୍‌ଙ୍କ ବୟାନ ବିବାଦ ସୃଷ୍ଟି କରିଥିଲା ।  ସୌରଭ ଗାଙ୍ଗୁଲିଙ୍କ ୪- ନେସନ ସିରିଜ୍‌ ଚିନ୍ତାଧାରାକୁ ଲତିଫ୍‌ ସମାଲୋଚନା କରିତାହା ଏକ ବିଫଳ ଯୋଜନା ବୋଲି କହିଥିଲେ ।ଏପରି ସ୍ଥିତିରେ ଦୁଇ ଦେଶ ମଧ୍ୟରେ କ୍ରିକେଟ ସଂପର୍କ ନିକଟରେ ସୁଧରିବା ଆଶା ହି ନାହିଁ ।