ପାର୍କିଂ ସ୍ପେସ୍ ନାହିଁ ଯଦି ୨୦୨୧ରେ ନୂଆ କାର କିଣି ପାରିବେନି, ଜାଣନ୍ତୁ କ’ଣ ରହିଛି ନୂଆ ନିୟମ?

ନୂଆଦିଲ୍ଲୀ,୧୯।୮: ଦିଲ୍ଲୀରେ ଆସନ୍ତା ବର୍ଷ ଯଦି ଆପଣ ଗାଡି କିଣିବାକୁ ଯୋଜନା କରୁଛନ୍ତି, ତେବେ ଥରେ ଭାବିନିଅନ୍ତୁ। ପାର୍କିଂ ଏରିଆ ମ୍ୟାନେଜମେଣ୍ଟ ରୁଲ୍ ଅନୁସାରେ, ଯଦି ଆପଣଙ୍କ ପାଖରେ ପାର୍କିଂ ସ୍ପେସ୍ ନାହିଁ ତେବେ ଆଗାମୀ ବର୍ଷ ଆପଣ କାର କିଣି ପାରିବେ ନାହିଁ। ନୂଆ ପାର୍କିଂ ଏରିଆ ମ୍ୟାନେଜମେଣ୍ଟ ପ୍ଲାନ ଅନୁସାରେ କେବଳ ସେହି ଲୋକ କାର କିଣିପାରିବେ, ଯେଉଁମାନଙ୍କ ଘରେ ପାର୍କିଂ ସ୍ପେସ୍ ରହିଛି କିମ୍ବା ଆଖପାଖରେ ଏକ କିଲୋମିଟର ପରିସରରେ କୌଣସି ବୈଧ ପାର୍କିଂ ରହିଛି।

ନୂଆ ପାର୍କିଂ ରୁଲସ୍ ଅନୁସାରେ, ଯେଉଁ କଲୋନୀ କଲୋନୀ ପୂର୍ବରୁ ଧାର୍ଯ୍ୟ ଲିମିଟ କିମ୍ବା ଏହାଠାରୁ ଅଧିକ ଗାଡି ରହିଛି, ସେଠାରେ ପାର୍କିଂର ବ୍ୟବସ୍ଥା ପରେ ମଧ୍ୟ ଲୋକ ନୂଆ କାର କିଣିପାରିବେ ନାହିଁ। ଦିଲ୍ଲିର ସମସ୍ତ ଅଞ୍ଚଳରେ ପାର୍କିଂ ରୁଲସ୍ ଆଗାମୀ ୪ ମାସରେ ତିଆରି କରାଯିବାକୁ କୁହାଯାଇଛି।

ସୁପ୍ରିମକୋର୍ଟ ଏମଏସଡିରୁ ଭିଆଇପି କଲୋନୀରେ ମଡେଲ ପାର୍କିଂ ପ୍ଲାନ ପ୍ରସ୍ତୁତ କରିବା ପାଇଁ କହିଥିଲେ। ସାଉଥ୍ ଏମସିଡି ଲାଜପତ ନଗର, ନର୍ଥ ଏମସିଡିର କମଳା ନଗର ଓ ଇଷ୍ଟ ଏମସିଡିର କୃଷ୍ଣା ନଗର ପାଇଁ ଏହି ପ୍ଳାନ୍ ଡ୍ରାଫ୍ଟ କରି କୋର୍ଟଙ୍କୁ ଉପଲବ୍ଓ କରାଇଥିଲେ। ଏବେ କୋର୍ଟ ଏହି ମଡେଲ ଉପରେ ପୁରା ଦିଲ୍ଲୀର ପାର୍କିଂ ଏରିଆ ମ୍ୟାନେଜମେଣ୍ଟ ଫ୍ଲାନ(ପିଏଏମପି) ଆଗାମୀ ୪ ମାସରେ ପ୍ରସ୍ତୁତ କରି ଉପଲବ୍ଧ କରିବାକୁ କହିଛନ୍ତି। ନୂଆ ପାର୍କିଂ ଏରିଆ ଫ୍ଳାନର ଲକ୍ଷ୍ୟ ହେଉଛି ରୋଡରେ ଅତି କମରୁ କମ୍ ଗାଡି ହେବ, ଯାହାଫଳରେ ପିକ୍ ଆଓ୍ବାର ସମୟରେ ଜାମର ସମସ୍ୟା ନହେଉ, ତେଣୁ ନୂଆ ପାର୍କିଂ ପ୍ଳାନରେ ନୂଆ ଗାଡି କିଣିବା ଉପରେ ବିଭିନ୍ନ ପ୍ରକାର କଟକଣା ଲଗାଯାଇଛି।

ସୁତ୍ରରୁ ମିଳିଥିବା ଖବର ଅନୁସାରେ, ନୂଆ ଗାଡି କିଣିବାକୁ ଚାହୁଁଥିଲେ, ପାର୍କିଂ ସ୍ପେସର ସମ୍ପୂର୍ଣ୍ଣ ପ୍ରମାଣ ଦେବାକୁ ହେବ। ଏହା ସହ କହିବାକୁ ହେବ କେତେ ଗାଡି ରହିଚି।  ଯଦି ଘର କିମ୍ବା ଆଖପାଖ ୧ କିଲୋମିଟର ଭିତରେ ବୈଧ ପାର୍କିଂ ସ୍ପେସ୍ ନାହିଁ ତେବେ ନୂଆ ଗାଡି କିଣିବା ଅସମ୍ଭବ ହୋଇପାରେ।

   ସମ୍ବନ୍ଧିତ ଖବର


ସମୀର ଦେ’ଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ମନ୍ତ୍ରୀଙ୍କ ଟ୍ୱିଟ୍‌କୁ ନେଇ ବିବାଦ: କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ଆଜିଠୁ ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା,ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

ଦମଦାର୍ ଲୁକ୍ ସହ ଲଞ୍ଚ୍ ହେଲା ନୂଆ ମାରୁତି ସ୍ୱିଫ୍ଟ

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…