ଭିନ୍ନ ଉପାୟରେ ଇମ୍ରାନ୍ ଖାନଙ୍କୁ ବିରୋଧ କଲା ସିସିଆଇ

source:www.thenewstribe.com
ମୁମ୍ବାଇ ୧୮/୨: ପୁଲୱାମା ଆକ୍ରମଣ ପରେ ସାରାଦେଶ ପାକିସ୍ତାନକୁ ବିରୋଧ କରୁଛି । ଏହି ତାଲିକାରେ ଏବେ କ୍ରିକେଟ୍ କ୍ଲବ ଅଫ ଇଣ୍ଡିଆ ମଧ୍ଯ ସାମିଲ ହୋଇଯାଇଛି । ଏହି କ୍ଲବ ପାକିସ୍ତାନକୁ ବିରୋଧ କରିବା ପାଇଁ ଏକ ଭିନ୍ନ ଉପାୟ ବାହାର କରିଚି । ସିସିଆଇ ନିଜ ମୁମ୍ବାଇସ୍ଥିତ ହେଡ୍ ଅଫିସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଫଟୋ ଢାଙ୍କି ଦେଇଛି ।
#Visuals: Cricket Club of India covers Imran Khan's photo at CCI Headquarters in Mumbai in wake of #PulwamaAttack. pic.twitter.com/H1Ymk71sfA
— ANI (@ANI) February 17, 2019

ମୁମ୍ବାଇର ସିସିଆଇ ଅଫିସରେ ଅନେକ ମହାନ୍ କ୍ରିକେଟରଙ୍କ ଫଟୋ ଲାଗିଛି । ଏହି ତାଲିକାଲେ ପାକିସ୍ତାନର ପୂର୍ବ କ୍ୟାପଟେନ୍ ଇମରାନଙ୍କ ନାଁ ମଧ୍ଯ ସାମିଲ ଅଛି । ଇମରାନ ଭାରତ ବିରୁଦ୍ଧରେ ୨ ଥର ଏହି ବ୍ରାବୋର୍ନ ଷ୍ଟାଡିୟମରେ ମ୍ୟାଚ୍ ଖେଳିସାରିଛନ୍ତି । ତାଙ୍କ କ୍ଯାପଟେନସିପରେ ପାକିସ୍ତାନ ୧୯୮୯ରେ ଅଷ୍ଟ୍ରେଲିଆକୁ ହରାଇଥିଲା ଯେଉଁଥିରେ ସେ ମ୍ୟାନ୍ ଅଫ ଦି ମ୍ୟାଚ୍ ହୋଇଥିଲେ । ସେହି ସମ୍ମାନରେ ବ୍ରାବୋର୍ନ ଷ୍ଟାଡିୟମରେ ଲାଗିଥିବା ତାଙ୍କ ଫଟୋ ଉପରେ ସିସିଆଇ ଏବେ ପରଦା ଢାଙ୍କି ଦେଇଛି ।

ସିସିଆଇର ଅଧ୍ଯକ୍ଷ ପ୍ରେମଲ ଉଦାଣୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଫଟୋ ଉପରେ କପଡା ଢାଙ୍କିବା ନିଷ୍ପତ୍ତି ଶୁକ୍ରବାର ନିଆଗଲା । ସେ କହିଛନ୍ତି ପାକିସ୍ତାନକୁ ବିରୋଧ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି । ଫଟୋ ଉପରୁ କେବେ ପରଦା ହଟିବା ପ୍ରଶ୍ନରେ ସେ ଉତ୍ତର ଦେଇଛନ୍ତି ଯେ ଏହା କୁହାଯାଇପାରିବ ନାହିଁ । କେବେ ଏହି ପରଦା ହଟିବ ତାହା କିଛି କୁହାଯାଇପାରିବ ନାହିଁ ।