PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ପ୍ଲାଷ୍ଟିକ୍ ଥଳି ନୁହେଁ,ଏବେ କାଚ ବୋତଲରେ ବିକ୍ରି ହେବ କ୍ଷୀର

ନୂଆଦିଲ୍ଲୀ, ୨୨।୮: ପ୍ଲାଷ୍ଟିକ୍ ବ୍ୟାଗ୍ ଉପରେ କଟକଣା ଲଗାଯିବା ଦିଗରେ କେନ୍ଦ୍ର ସରକାର ଏବେ କାଚ ବୋତଲରେ କ୍ଷୀର ବିତରଣ କରିବା ଯୋଜନା ଆରମ୍ଭ କରିଦେଇଛନ୍ତି। ଯୋଜନା କାର୍ଯ୍ୟକାରୀ କରିବା ନେଇ କେନ୍ଦ୍ରୀୟ କେନ୍ଦ୍ର ଦୁଗ୍ଧ, ପଶୁପାଳନ ଓ ମତ୍ସ୍ୟପାଳନ ବିଭାଗ ଦିଲ୍ଲୀରେ ଦୁଗ୍ଧ ଯୋଗାଣ କରୁଥିବା କମ୍ପାନୀକୁ ବୈଠକ ପାଇ ଡକାଯାଇଥିଲା।

ବୈଠକରେ କମ୍ପାନୀରୁ କ୍ଷୀରର ଗୁଣବତା ଭଲ ରଖିବା ପାଇଁ କାଚ ବୋତଲ ବ୍ୟବହାର କରିବା ନେଇ ନିର୍ଦେଶ ଦିଆଯିବାର ସମ୍ଭାବନା ରହିଛି। ବହୁ ବର୍ଷ ପୂର୍ବେ ଦିଲ୍ଲୀରେ ମିଲ୍ଲକ ସ୍କିମ(ଡିଏମଏସ୍) କାଚ ବୋତଲରେ କ୍ଷୀର ଯୋଗାଉଥିଲା। ଏବେ କ୍ଷୀର କମ୍ପାନୀ ଗୁଡିକ ପ୍ଲାଷ୍ଟିକ ବ୍ୟାଗରେ କ୍ଷୀର ଯୋଗାଉଛନ୍ତି।କମ୍ପାନୀ ଗୁଡିକୁ କାଚ ବୋତଲରେ କ୍ଷୀର ଯୋଗାଇବା ପାଇଁ ବିଭାଗ ପକ୍ଷରୁ ଆକର୍ଷଣୀୟ ଯୋଜନା ପ୍ରସ୍ତୁତ କରାଯାଇଛି। ଯେଉଁଥିରେ କମ୍ପାନୀ ପକ୍ଷରୁ ଓ ଉପଭୋକ୍ତାଙ୍କ ହିତକୁ ଧ୍ୟାନରେ ରଖାଯାଇଛି। କେନ୍ଦ୍ରୀୟ ପଶୁପାଳନ

କେନ୍ଦ୍ର ଦୁଗ୍ଧ, ପଶୁପାଳନ ଓ ମତ୍ସ୍ୟପାଳନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟରେ ନିଜ ଭାଷଣାରେ କହିଥିଲେ ୨ ଅକ୍ଟୋବରରୁ ପଲିଥିନକୁ ନିଷିଧ କରାଯିବ। ଅକ୍ଟୋବର ୨ରେ ଗାନ୍ଧି ଜୟନ୍ତୀ ରହିଥିବାରୁ ଏହି ତିଥିରେ ସ୍ବଚ୍ଛତା ଅଭିଯାନ ସାରା ଦେଶରେ ଆରମ୍ଭ କରାଯାଇଛି। ସର୍ଭେରୁ ଜଣାପଡିଛି ସାରାଦେଶରେ ପ୍ରବଳ ପରିମାଣରେ  କ୍ଷୀର ଆସୁଥିବା ପ୍ଲାଷ୍ଟିକ୍ ଥଳିକୁ ଫୋପଡା ଯାଉଛି। ଦିଲ୍ଲୀର ନାଳ ଗୁଡିକ ମଧ୍ୟ ଏହି କାରଣରୁ ଜାମ୍ ହୋଇଯାଉଛି।

ପ୍ଲାଷ୍ଟିକ ଥଳିରେ ଆସୁଥିବା କ୍ଷୀର ଉପରେ ରୋକ ଲଗାଇବା ପାଇଁ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାଅନୁସାରେ ଯେଉଁ ପର୍ଯ୍ୟନ୍ତ କମ୍ପାନୀ ଥଳିରେ ପ୍ୟାକ୍ କ୍ଷୀର ଉପରେ ରୋକ ଲଗାଇବେ ନାହିଁ, ତାଙ୍କୁ ଉପଭୋକ୍ତାଙ୍କ କ୍ଷୀରର ଖାଲି ଥଳି ଫେରାଇବା ପାଇଁ ୧ ଟଙ୍କାର ଦେବାକୁ ହେବ। ଏହା ଉପଭୋକ୍ତାଙ୍କୁ ପରିବେଶ ସଂରକ୍ଷଣ ଦିଗରେ ଆଗକୁ ବଢିବ। କ୍ଷୀର କମ୍ପାନୀର ଗୁଡିକ କାଚବୋତଲରେ କ୍ଷୀର ବିକ୍ରି କଲେ ବୋତଲର ମୂଲ୍ୟ ଉପରେ ଆସୁଥିବା ଖର୍ଚ୍ଚକୁ ନେଇ ଯୋଜନା ପ୍ରସ୍ତୁତ କରିଛି। ଯଦି ଏକ ଲିଟର କ୍ଷୀର ପାଇଁ କାଚ ବୋତଲ ତିଆରି କରିବା ପାଇଁ ୪ ଟଙ୍କା ଖର୍ଚ୍ଚ ଆସେ ତେବେ ସରକାର ୨ ଟଙ୍କା ପ୍ରତି ବୋତଲ ଉପରେ ଦେବାର ବିଚାର କରୁଛନ୍ତି।