PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଦିଲ୍ଲୀରେ ପ୍ଲାଷ୍ଟିକ୍‌ ପ୍ରଦୂଷଣର ବିପଦ ବୃଦ୍ଧି, ୩ ନିଗମରେ ଗୋଟିଏ ବି ପ୍ଲାଷ୍ଟିକ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନାହିଁ

ନୂଆଦିଲ୍ଲୀ : ଦିଲ୍ଲୀର ୩ଟି ନଗର ନିଗମ–ନର୍ଥ , ସାଉଥ୍‌ ଓ ଇଷ୍ଟ ଏମ୍‌ସିଡି, ଟୋକିଓ ପରେ ବିଶ୍ୱର ୨ୟ ବଡ଼ ଏମସିଡି। କିନ୍ତୁ ଏଠାରେ ପ୍ଲାଷ୍ଟିକ୍କୁ ରିସାଇକଲ କରିବା ପାଇଁ କୌଣସି ପ୍ଲାଣ୍ଟ ନାହିଁ। ନର୍ଥ ଏମ୍ସିଡିର ମେୟର ରହିଥିବା ଜୟ ପ୍ରକାଶ କହିଛନ୍ତି କି , ନର୍ଥ ଏମ୍‌ସିଡିରୁ ବାହାରୁ ଥିବା ପ୍ଲାଷ୍ଟିକ୍‌ ୱେଷ୍ଟକୁ ଭଲସ୍ୱା ଲ୍ୟାଣ୍ଡଫିଲ୍‌ ସାଇଟ୍‌ର ଟ୍ରାମଲିନ୍‌ ମେସିନ୍‌ ମାଧ୍ୟମରେ କମନ ୱେଷ୍ଟରୁ ଅଲଗା କରି ଏନର୍ଜି ପ୍ଲାଣ୍ଟକୁ ପଠାଯିବ ।  ସମୟ ସହ ପ୍ଲାଷ୍ଟିକ୍‌ ୱେଷ୍ଟରେ ବୃଦ୍ଧି ହୋଇଛି । ଏଥିପାଇଁ  ଏନର୍ଜୀ ପ୍ଲାଣ୍ଟ ମଧ୍ୟ  ବଢ଼ିବା ଉଚିତ୍ । ଯାହାକି ପ୍ଲାଷ୍ଟିକ୍‌ରୁ ରେଭେନ୍ୟୁ ମଧ୍ୟ  ବାହାର କରାଯାଇ ପାରିବ।  ପ୍ଲାଷ୍ଟିକ୍‌ ୱେଷ୍ଟ ରିସାଇକଲ ହୋଇପାରେ । ଏଥିପାଇଁ  ଏମ୍‌ସିଡି  ପ୍ଲାଷ୍ଟିକ୍‌ ପରିବର୍ତ୍ତେ  ଖାଦ୍ୟ , ପ୍ଲାଷ୍ଟିକ୍‌ ବଦଳରେ ପାଣି ଭଳି  ଯୋଜନା ସବୁ ଆରମ୍ଭ ହେଲା , ହେଲେ ଫଳାଫଳ ଫେଲ୍ ମାରିଲା ।

ଏମସିଡିର ଡାଟା ମୁତାବିକ୍‌ ସାଉଥ୍‌ ଏମ୍‌ସିଡିରେ ୨୪୫-୨୫୦ ମେଟ୍ରିକ୍‌ ଟନ୍‌ , ନର୍ଥ ଏମ୍‌ସିଡିରେ ୩୫୦-୩୦୦ ମେଟ୍ରିକ୍‌ ଟନ୍‌ ଓ ଇଷ୍ଟ ଏମ୍‌ସିଡିରେ  ୧୫୦-୨୦୦ ମେଟ୍ରିକ୍‌ ଟନ୍‌ ପ୍ରତିଦିନ  ପ୍ଲାଷ୍ଟିକ୍‌ ୱେଷ୍ଟ ବାହାରି ଥାଏ । ପୁରା ଦିଲ୍ଲୀକୁ ମିଶାଇ ପାଖାପାଖି ୮୦୦ ମେଟ୍ରିକ୍‌ ଟନ୍‌ ପ୍ଲାଷ୍ଟିକ୍‌ ୱେଷ୍ଟ ପ୍ରତିଦିନ ବାହାରୁଛି ।

ପରିବେଶବିତ୍ ଅନିଲ ସୁଦ୍‌ କହିଛନ୍ତି କି ପ୍ଲାଷ୍ଟିକ୍‌କୁ ନଦୀରେ ଫିଙ୍ଗିବା ଦ୍ୱାରା ତାହା ମାଟି ତଳେ ବସିଯାଏ ଏବଂ ପାଣିକୁ ପ୍ରଦୂଷିତ କରିଥାଏ । ପରିବେଶ ନେଇ କାମ କରୁଥିବା ଅଣ ସରକାରୀ ସଙ୍ଗଠନ ଟକ୍ସିକ୍‌ ଲିଙ୍କ୍‌ ନିଜର ସଦ୍ୟ ରିପୋର୍ଟରେ କହିଛନ୍ତି ପ୍ଲାଷ୍ଟିକ୍‌ , ମାଇକ୍ରୋ ପ୍ଲାଷ୍ଟିକ୍‌ରୁ ଗଙ୍ଗାଜଳ ପ୍ରଦୂଷିତ ହେଉଛି ।    

ସମ୍ବନ୍ଧିତ ଖବର