PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଏନଆର୍‌ସି ସହ ଏନପିଆର୍‌ର କୌଣସି ସମ୍ପର୍କ ନାହିଁ- ଅମିତ ଶାହ

ନୂଆଦିଲ୍ଲୀ, ୨୪|୧୨:  କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଜି ଏନଆରସି, ସିଏଏ ଓ ସୁଧାର ଗୃହ ଭଳି ପ୍ରସଙ୍ଗ ବାବଦରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ସେ ଏନପିଆର ସହ ଏନଆରସିର କୌଣସି ସମ୍ପର୍କ ନଥିବା ସ୍ପଷ୍ଟ କରିଛନ୍ତି।

ଶାହ କହିଛନ୍ତି ଯେ,ଏନଆରସି ପ୍ରସଙ୍ଗରେ ଏବେ କୌଣସି ବିତର୍କର ଆବଶ୍ୟକତା ନାହିଁ। ଏବେ ଏହାକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ଏହି ପ୍ରସଙ୍ଗକୁ ସ୍ପଷ୍ଟ କରିସାରିଛନ୍ତି। ଏହାକୁ କ୍ୟାବିନେଟ୍ କିମ୍ବା ସଂସଦରେ ଉଠାଯାଇ ନାହିଁ।

ଏନପିଆର ସମୟକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଶାହ କହିଛନ୍ତି ଯେ,ଏହାକୁ ସିଏଏ ଓ ଏନଆରସି ସହ ଯୋଡିବା ଭୁଲ। ବିଜେପି ସରକାର ୨୦୧୯ରେ ଏନପିଆର ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହାକୁ ଏବେ କାହିଁକି ଅଣାଗଲା ପ୍ରଶ୍ନର କୌଣସି ଯଥାର୍ଥତା ନାହିଁ। ଏନପିଆରରେ କାହାର ନାଗରିକତା ଯିବ ନାହିଁ। କାରଣ ଏହାର ଏନଆରସି ସହ କୌଣସି ସମ୍ପର୍କ ନାହିଁ।

ଗୃହମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏବେ ଏନଆରସି ବାବଦରେ ଚର୍ଚ୍ଚା ହୋଇନାହିଁ। ଆସଦୁଦ୍ଧୀନ ଓଓ୍ୱେସୀ ଭଳି ନେତାଙ୍କ ଭୂମିକାକୁ ନେଇ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।  ସିଏଏକୁ ନେଇ ସେ କହିଛନ୍ତି ଯେ, ସରକାର ଏହାକୁ ରାଜ୍ୟସଭା ଓ ଲୋକସଭାରେ ପାସ୍ କରିବା ବେଳେ ନାଗରିକତା ପ୍ରଦାନ କରିବା କଥା କହିଥିଲେ।ଏଥିରେ ନାଗରିକତା ଛଡାଇ ନେବା କୁହାଯାଇ ନଥିଲା। କିନ୍ତୁ କିଛି ବ୍ୟକ୍ତି ଏହାକୁ ହିଂସାର ରୂପ ଦେଇ ଗୁଜବ ପ୍ରଚାର କରିଥିଲେ। ଯାହା ଏବେ କମ ହେବାରେ ଲାଗିଛି।