ଗଞ୍ଜାମ ଜିଲ୍ଲାରେ ‘ନୋ ବ୍ୟାଗ୍‌ ଡେ’ କାର୍ଯ୍ୟକ୍ରମର ଶୁଭାରମ୍ଭ : ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏଥିରେ ହେବେ ସାମିଲ

ଛତ୍ରପୁର ୭।୨: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ଆଜି ଠାରୁ ‘ନୋ ବ୍ୟାଗ୍‌ ଡେ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ପୁତିଗୋପାଳପୁର ପ୍ରାଥମିକ ବିଦ୍ୟାଳୟ ରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି । ଶନିବାର ପିଲା ସ୍କୁଲ ଆସିବେ, ମାତ୍ର ବସ୍ତାନି ଆଣିବେନି । ସେଦିନ ସାଧାରଣ ପାଠ୍ୟକ୍ରମ ପଢ଼ା ବନ୍ଦ । ଯୋଗ, ଚିତ୍ରାଙ୍କନ, ଗପବହି ପଢ଼ିବା, ଗଳ୍ପ ଶୁଣିବା ଓ କହିବା ହେବ ଶନିବାରର ରୁଟିନ୍‌। ତେବେ ଶନିବାର ଦିନ ପିଲାଏ ବ୍ୟାଗ୍ ନ ଆଣି ଖାଲି ହାତରେ ସ୍କୁଲକୁ ଆସିବେ ।

ପିଲାଙ୍କ ଲୁକ୍‌କାୟିତ ପ୍ରତିଭା ଲୋକଲେଚନକୁ ଆଣିବା ଓ ମାନସିକ ଶାନ୍ତି ସହ ଜ୍ଞାନ ଅର୍ଜନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରତ୍ୟେକ ବ୍ଲକ୍‌ ଶିକ୍ଷା ଅଧିକାରୀ ସେମାନଙ୍କ ଅଧୀନ ୨୦ଟି ବିଦ୍ୟାଳୟ ଚୟନ କରିବେ । ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ ପାଇଁ ଏହି ଚାପମୁକ୍ତ ଶିକ୍ଷା ପଦ୍ଧତି ଲାଭଦାୟକ ହେବ । ପ୍ରତ୍ୟେକ ଶନିବାର ପୂର୍ବ ନିର୍ଘଣ୍ଟ ସମୟ ମୁତାବକ ବିଦ୍ୟାଳୟ କାର୍ଯ୍ୟ ପରିଚାଳିତ ହେବ । ଏହାର ସଫଳତାକୁ ଅନୁଧ୍ୟାନ କରି ଅନ୍ୟ ବିଦ୍ୟାଳୟକୁ ସମ୍ପ୍ରସାରିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଛାତ୍ରଛାତ୍ରୀମାନଙ୍କୁ ପାଣି ପିଇବା ଅଭ୍ୟାସ କରାଇବା ପାଇଁ ସ୍କୁଲମାନଙ୍କରେ ଜିଲ୍ଲାପାଳ ଆରମ୍ଭ କରିଥିଲେ ‘ୱାଟର୍‌ ବେଲ୍‌’ କାର୍ଯ୍ୟକ୍ରମ । ଶନିବାର ‘ନୋ ବ୍ୟାଗ୍‌ ଡେ’ କାର୍ଯ୍ୟକ୍ରମ ପୂର୍ବରୁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ ଆଦି ରାଜ୍ୟରେ ଆରମ୍ଭ ହୋଇଛି ।

   ସମ୍ବନ୍ଧିତ ଖବର


ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ଜିତ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର

ଯୁବ ଇଂଜିନିୟର୍‌ଙ୍କୁ ମହଙ୍ଗା ପଡ଼ିଲା ଏକତରଫା ପ୍ରେମ: ଯୁବତୀଙ୍କ ହଷ୍ଟେଲ୍‌ ସମ୍ମୁଖରେ ହାଲ୍ଲାବୋଲ କରିବାରୁ ନିସ୍ତୁକ ଛେଚିଲେ ଦେଖଣାହାରୀ

ଟ୍ରକ୍‌କୁ ପଛରୁ ପିଟିଲା ବୋଲେରୋ, ୫ ବରଯାତ୍ରୀ ଗୁରୁତର

ରାସଗୋବିନ୍ଦପୁର ବନାଞ୍ଚଳ ରାସ୍ତାରୁ ୨୦୦ ଗ୍ରାମର ଭଙ୍ଗା ହାତୀ ଦାନ୍ତ ଉଦ୍ଧାର

ଚିକେନ୍‌ ରାନ୍ଧି ଅପେକ୍ଷା କରିଥିଲା ସ୍ତ୍ରୀ, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ସ୍ୱାମୀର ଜୀବନ