PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ରାଜ୍ୟସଭାରେ ମନ୍ତ୍ରୀଙ୍କ ଉତ୍ତର; ଚାଷୀଙ୍କ ବିରୋଧରେ ହୋଇନି ଦେଶଦ୍ରୋହ ମାମଲା

pic-inditoday

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରେ ହୋଇନି ଦେଶଦ୍ରୋହ ମାମଲା। କି ବେଆଇନ୍ କାର୍ଯ୍ୟକଳାପ ପ୍ରତିରୋଧ ଆଇନ୍‌ରେ କୌଣସି ମାମଲା କରାଯାଇ ନାହିଁ। ଏହି ନେଇ ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ। ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ ହୋଇଥିବା ମାମଲା ସମ୍ପର୍କରେ ସିପିଆଇ ସାଂସଦ ବିନୋୟ ବିଶ୍ୱାମ ରାଜ୍ୟସଭାରେ ପ୍ରଶ୍ନ କରିଥିଲେ। ଯାହାର ଏଭଳି ଉତ୍ତର ଲିଖିତ ଭାବରେ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ କେନ୍ଦ୍ରମନ୍ତ୍ରୀ।

ଦିଲ୍ଲୀ ପୁଲିସ ଦ୍ୱାରା କୌଣସି ବି ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ ଏଭଳି ମାମଲା କରାଯାଇ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ସୂଚନା ଦେଇ ମନ୍ତ୍ରୀ କହିଥିଲେ, ଚାଷୀ ଆନ୍ଦୋଳନ ନେଇ ଦିଲ୍ଲୀ ପୁଲିସ ୨୦୨୦ରୁ ୨୦୨୧ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ୧୮୩ ଚାଷୀ ଗିରଫ କରିଥିଲା। ଏବେ ସମସ୍ତେ ବେଲ୍ ପାଇ ହାହାରି ସାରିଛନ୍ତି।
ସୂଚନା ଥାଉକି ଚଳିତ ବର୍ଷ ଜାନୁଆରୀ ୨୬ ତାରିଖରେ ଦିଲ୍ଲୀର ଲାଲ୍ କିଲ୍ଲାରେ ଚାଷୀଙ୍କ ହିଂସକ ଟ୍ରାକ୍ଟର ରାଲିରେ ପୁଲିସ ସହିତ ହାତାହାତି ହୋଇଥିଲା।

ଏଥିରେ କିଛି ଲୋକ ଆହତ ହୋଇଥିଲେ। ମେ ମାସରେ ଏହି ଘଟଣାରେ ଦିଲ୍ଲୀ ପୁଲିସ ପକ୍ଷରୁ ୧୬ ଜଣଙ୍କ ବିରୋଧରେ ୩,୨୨୪ ପୃଷ୍ଠା ସମ୍ବଳିତ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଏଥିରେ ଅଭିନେତା ଦୀପ ସିଦ୍ଧୁ ଓ ଗ୍ୟାଙ୍ଗଷ୍ଟରୁ ବିକ୍ଷୋଭକାରୀ ହୋଇଥିବା ଲାଖା ସିଧାନା ନାଁ ସାମିଲ୍ ଥିଲେ। ଏମାନଙ୍କ ବିରୋଧରେ ପୁଲିସ ଆପିସିର ବିଭିନ୍ନ ଧାରା ଯଥା ଦେଶଦ୍ରୋହ, ଦଙ୍ଗା ସୃଷ୍ଟିକାରୀ, ହତ୍ୟା ଉଦ୍ୟମ, ଡକାୟତି ଓ ହିଂସା ସୃଷ୍ଟି ଅଭିଯୋଗ ଲଗାଯାଇଥିଲା।

ସମ୍ବନ୍ଧିତ ଖବର