PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଭାରତରେ ଥିବା ଏହି ଦ୍ବୀପର ପୁଅଙ୍କୁ କେହି ବିବାହ କରିବାକୁ ରାଜି ନୁହଁନ୍ତି, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୧୩।୪: ଆମ ଦେଶରେ ଏଭଳି ଏକ ଦ୍ବୀପ ରହିଛି ଯାହାକି ଲଗାତାର ଭାବରେ ଗାଏବ ହେବାରେ ଳାଗିଛି। ପଶ୍ଚିମବଙ୍ଗର ସୁନ୍ଦରବନ ନିକଟରେ ରହିଛି ଏହି ଘୋରମାର ଦ୍ବୀପ। ଏହାର ଭୂଭାଗ ୧୯୭୦ରୁ ହ୍ରାସ ପାଇ ଲଗାତାର ଭାବରେ ଛୋଟ ହେବା କାରଣରୁ ସେଠାରେ ରହୁଥିବା ଲୋକଙ୍କୁ ଖୁବ୍ ଅସୁବିଧା ସହିବାକୁ ପଡୁଛି। ଏହି ଦ୍ବୀପ ଲଗାତାର ଭାବରେ ପାଣିରେ ବୁଡି ଯାଉଥିବା କାରଣରୁ ଏଠାକାର ପରିବାରଙ୍କୁ ଶରଣାର୍ଥୀ ଜୀବନ ବିତାଇବାକୁ ପଡୁଛି। ପାଣିରେ ବାରମ୍ବାର ଘରଦ୍ବାର ବୁଡି ଯାଉଥିବା କାରଣରୁ ଏଠାରେ ରହୁଥିବା ୪୫ ପ୍ରତିଶତ ଲୋକ ଗରିବ ସୀମା ରେଖା ତଳେ ଜୀବନ ବିତାଉଛନ୍ତି। ତେଣୁ ଏହି ଦ୍ବୀପରେ ବହୁ ବିବାହ ଯୋଗ୍ୟ ପୁଅ ଥିଲେ ମଧ୍ୟ ସେଠାରେ କେହି ତାଙ୍କ ଝିଅଙ୍କୁ ବାହା କରିବାକୁ ଇଛା କରୁନାହାଁନ୍ତି।

source: https://hindi.news18.com

୧୯୭୦ରେ ଏହି ଦ୍ବୀପ ୮.୫୧ କିଲୋମିଟର ରହିଥିବା ବେଳେ ୨୦୧୨ରେ ଏହା ହ୍ରାସ ପାଇ ୪.୪୩ କିଲୋମିଟର ହୋଇଯାଇଛି। ଯାହାଫଳରେ ଦିନକୁ ଦିନ ଏହି ଦ୍ବୀପର ସ୍ଥାନ ଛୋଟ ହେବାରେ ଲାଗିଛି। ସୁନ୍ଦରବନରେ ଥିବା ଏହି ଘୋରମାର ଦ୍ବୀପ ଭାରତ-ବାଂଲାଦେଶର ମିଳିତ ଦ୍ବୀପ, ଯାହାର କିଛି ଅଂଶ ଭାରତରେ ଥିବା ବେଳେ ଆଉ କିଛି ବାଂଲାଦେଶକୁ ଲାଗିକି ରହିଚି। ଏହା ବିଶ୍ବର ଚିରସବୁଜ ବନ ଅଠେ। ଏହା ସହ ବିଲୁପ୍ତ ହେବାକୁ ଥିବା ବାଘ, ଦୁର୍ଲଭ କିସମର ଡଲଫିନ ଓ ବିଷାକ୍ତ ସାପ ପାଇଁ ଏହାକୁ ମଧ୍ୟ ଜଣାଯାଇଥାଏ।

source: https://www.npr.org

ବଙ୍ଗୋପ ମହାସାଗାର ଠାରୁ ୩୦ କିଲୋମିଟର ଉତ୍ତରରେ ଥିବା ଘୋରମାର ଦ୍ବୀପ ଡେଲଟାର ସେହି ଦ୍ବୀପ ମଧ୍ୟରେ ରହିଛି ଯାହା ସମୁଦ୍ରର ଲଗାତାର ଉପରକୁ ଆସିବା କାରଣରୁ ବୁଡିବାରେ ଲାଗିଛି। ବାୟୁପ୍ରଦୂଷଣ ଓ ପାଣିପାଗର ପରିବର୍ତ୍ତନ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି।

source: https://www.npr.org

ସୁନ୍ଦରବନରେ ଘୋରମାର ଦ୍ବୀପ ପାଖରେ ହିଁ ସାଗର ଦ୍ବୀପ ରହିଛି। ବିଂଶ ଶତାବ୍ଦୀରେ ଦୁଇଟି ଯୋଡି ହୋଇ ରହିଥିଲା। ଏବେ ଏହା ଧିରେ ଧିରେ ଅଲଗା ହୋଇଥିଲା କିନ୍ତୁ ସେତେବେଳେ ଏତେ ଦୂର ନଥିଲା। ଚାହିଁଲେ ଯେ କୌଣସି ଲୋକ ପହଁରିକି  କିଛି ମିନିଟ୍ ସମୟରେ ଗୋଟିଏରୁ ଆଉ ଏକ ଦ୍ବୀପକୁ ଯାଇପାରୁଥିଲେ। କିନ୍ତୁ ଏବେ ଭଲ ସନ୍ତରଣକାରୀ ମଧ୍ୟ ୪୦ ମିନିଟରୁ ଅଧିକ ସମୟ ଲଗାଇ ପହଁଞ୍ଚିବା କଷ୍ଟକର ହୋଇପଡିଛି। ଦୁଇଟି ଦ୍ବୀପ ପରସ୍ପର ଠାରୁ ଦୂର ହେବା କାରଣରୁ ଘେରମରା ବୁଡିବାରେ ଲାଗିଛି।  

source: https://www.npr.org

ଘୋରମାରରେ ପୂର୍ବେ ୪୦ ହଜାର ଜନସଂଖ୍ୟା ଥିଲା। ୨୦୦୧ ଜନଗଣନା ଅନୁସାରେ ଏଠାରେ ଲୋକସଂଖ୍ୟା ହ୍ରାସ ପାଇଁ ମାତ୍ର ୫ ହଜାର ଥିଲା। କିନ୍ତୁ ୨୦୧୬ରେ ଏକ ପରିସଂଖ୍ୟନରୁ ଜଣାପଡିଥିଲା ଏହି ଦ୍ବୀପରେ କେବଳ ୩ ହଜାର ଜନସଂଖ୍ୟା ରହୁଛନ୍ତି। ସମୁଦ୍ରର ଜଳସ୍ତର ବଢିବା କାରଣରୁ ପ୍ରତିଦିନ ଏଠାରେ ସୁନାମୀ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏହି କାରଣରୁ ସ୍ଥାନୀୟ ଲୋକେ କେରଳ ଏବଂ ଚେନ୍ନାଇ ଭଳି ସ୍ଥାନକୁ ପଳାୟନ କରୁଛନ୍ତି।

ସମ୍ବନ୍ଧିତ ଖବର