PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

SSPଙ୍କ ସେକ୍ସ ଚାଟ୍ ଭିଡ଼ିଓ ଲିକ୍ : କହିଲେ- କିଛି ବିରୋଧୀ ଷଡ଼ଯନ୍ତ୍ର ରଚିଛନ୍ତି

ନୂଆଦିଲ୍ଲୀ ୨।୧: ଭ୍ରଷ୍ଟାଚାର ଏବଂ ଅପରାଧ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚାରେ ରହୁଥିବା ବରିଷ୍ଠ ପୋଲିସ ଅଧୀକ୍ଷକ (ଏସ୍ଏସପି) ବୈଭବ କୃଷ୍ଣଙ୍କ ଆପତ୍ତିଜନକ ଭିନିଓ ଭାଇରାଲ୍ ହୋଇଛି। ଏସ୍ଏସପି ବୁଧବାର ରାତିରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ।

ନୋଏଡା ସେକ୍ଟର ୨୭ ସ୍ଥିତ କ୍ୟାମ୍ପ ଅଫିସରେ ସେ ନିଜ ପକ୍ଷ ରଖିଥିଲେ। ଭ୍ରଷ୍ଟାଚାର ବିରୁଦ୍ଧରେ ପ୍ରାୟ ୧ମାସ ପୂର୍ବରୁ ପଠାଯାଇଥିବା ରିପୋର୍ଟ ଯୋଗୁଁ ଏଭଳି କରାଯାଇଛି ବୋଲି ଏସ୍ଏସପି କହିଛନ୍ତି। କିଛି ଲୋକ ଷଡ଼ଯନ୍ତ୍ର କରିବା ସହିତ ତାଙ୍କ ପରିଚୟ ଖରାପ କରିବା ପାଇଁ ଚେଷ୍ଟା କରୁଛନ୍ତି।

ଏସଏସପି ଆହୁରି ବି କହିଛନ୍ତି କି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜିଲ୍ଲାରେ ଭ୍ରଷ୍ଟାଚାର ସହ ଜଡ଼ିତ କିଛି ଫାଇଲ୍ ସେ ପଠାଇଥିଲେ। ଏହି ରିପୋର୍ଟରେ ବରିଷ୍ଠ ଅଧିକାରୀ, ପତ୍ରକାର ଏବଂ ଅନ୍ୟ କିଛି ଉଚ୍ଚ ପଦ ପଦବୀଧାରୀ ଲୋକଙ୍କର ନାଁ ରହିଛି। ତେବେ କିଛି ବିରୋଧୀ ଷଡ଼ଯନ୍ତ୍ର ରଚିଛନ୍ତି ବୋଲି ବୈଭବ କହିଛନ୍ତି।

ତେବେ ଏହି ମାମଲାରେ ସେକ୍ଟର ୨୦ ଥାନାରେ ମାମଲା ରୁଜୁ ହୋଇଛି। କୁହାଯାଉଛି କି ଜିଲ୍ଲାରେ ୩ଟି ଭିଡ଼ିଓ ଭାଇରାଲ ହେଉଛି। ତେବେ ସେଥିରେ ଏସ୍ଏସପି ବୈଭବ କୃଷ୍ଣ ରହିଛନ୍ତି ଏବଂ ସେହି ଭିଡ଼ିଓରେ ଜଣେ ମହିଳାଙ୍କର ଅଶ୍ଳୀଳ ଆବାଜ୍ ଶୁଣାଯାଉଛି। ଦ୍ବିତୀୟ ଭିଡ଼ିଓରେ ଏସଏସସି ଉପସ୍ଥିତ ଥିବାର କୁହାଯାଉଛି। ତୃତୀୟ ଭିଡ଼ିଓରେ କେବଳ ଏସଏସପିଙ୍କ ଚେହେରା ଦେଖାଯାଉଛି।

ତେବେ ଭିଡ଼ିଓ ଯାଞ୍ଚ କରାଇବା ପାଇଁ ଆଇଜି ରେଞ୍ଜଙ୍କୁ ଅନୁମତି ଦିଆଯାଇଛି। ଯଦି ପ୍ରକୃତରେ ଏହା ମିଥ୍ୟ ଘଟଣା ତାହେଲେ ଏହାକୁ ଭାଇରାଲ୍ କରିଥିବା ଏବଂ ଅଗ୍ରଗାମୀ କରୁଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର