୪ ଜିବି ରାମ୍ ସହିତ ନୋକିଆ ୧୦୫ ଫିଚର ଫୋନ୍ ଭାରତରେ ହେଲା ଲଞ୍ଚ

ନୂଆଦିଲ୍ଲୀ,୨୨।୮: ନୋକିଆର ୪ଜି ରାମ ଥିବା ୧୦୫ ଫିଚର ଫୋନ୍ ଭାରତରେ ଲଞ୍ଚ ହୋଇଛି।  ଏହା ଅନ୍ୟ ଫିଚର ଫୋନ୍ ଭଳି, ନୋକିଆ ଛୋଟିଆ ଟିଏଫଟି ଡିସପ୍ଲୋ ରହିଛି ଓ ଏହା ପ୍ରାୟ ୧.୭୭ ଲଞ୍ଚର। ଏଥିରେ ୧୨୦ଏକ୍ସ ୧୬୦ ପିକ୍ସେଲ ରିଜୋଲ୍ୟୁସନ୍ ରହିଛି ଓ ଡିଭାଇସରେ ୮୦୦ ଏମଏଏଚର ରିମ୍ୟୁଭେବଲ ବ୍ୟାଟେରି ରହିଛି।

ନୋକିଆର କହିବା ଅନୁସାରେ ଫୋନରେ ୨୫.୮ ଦିନର ଷ୍ଟାଣ୍ଡବାୟ ଟାଇମ ଓ ୧୪.୪ ଘଣ୍ଟାର ଟକ୍ ଟାଇନ୍ ଦିଆଯାଇଛି। ଡିଭାଇସରେ ୪ଜିବି ରାମ୍ ମଧ୍ୟ ରହିଛି। ତା ଛଡା ୨୦୦୦ କଣ୍ଟାକ୍ଟ ଓ ୫୦୦ ମେସେଜ୍ ମଧ୍ୟ ରଖିପାରିବେ। ଏହି ଫୋନ୍ ୩୦ପ୍ଲସ୍ ସିରିଜ୍ ଓଏସରେ ଚାଲୁଛି ଓ ଏଥିରେ ଟ୍ରେସିସ୍, ଡେଞ୍ଜର ଡ୍ରେସ୍, ସ୍କାଇ ଗିଫ୍ଟ, ନାଇଟ୍ରୋ ରେସିଂ ଓ ଏୟାରଷ୍ଟ୍ରାଇକ୍ ଭଳି ଗେମ୍ ରହିଛି। ଏଥିରେ କ୍ଲାସିକ୍ ସ୍ନେକ ଗେମ୍ ମଧ୍ୟ ରହିଛି। ଦୁଇଟି ସିମ୍ ଏକାଠି ପକାଇ ହେବା ସହିତ ୩୧୫ ମିମି ହେଡ୍ ଫୋନ୍ସ ଜ୍ୟାକ୍ ରହିଛି, ଯାହାର ବ୍ୟବହାର କେବଳ ରେଡିଓ ଶୁଣିବା ପାଇଁ କରିହେବ। ଏହି ମୋବାଇଲର ମୂଲ୍ୟ ମାତ୍ର ୧,୧୯୯ ଟଙ୍କା ରହିଛି।

   ସମ୍ବନ୍ଧିତ ଖବର


କରୋନା ଭାକ୍‌ସିନ୍ ପାଇଁ ୮୦ ହଜାର କୋଟି ଅଛି ତ ? ସରକାରଙ୍କୁ ସୀରମ୍‌ ସିଇଓଙ୍କ ପ୍ରଶ୍ନ

ଆତ୍ମନିର୍ଭର ଅଭିଯାନକୁ ଆଇଏମ୍‌ଏଫ୍‌ର ପ୍ରଶଂସା

ଇ-ଯାନକୁ ପ୍ରୋତ୍ସାହନ ବ୍ୟାଟେରି ନିର୍ମାତାଙ୍କୁ ମିଳିବ ୩୪,୦୦୦ କୋଟି

ବଦଳି ଯିବ ଚେକରୁ ପେମଣ୍ଟ କରିବାର ପ୍ରଣାଳୀ, ନୂଆ ବର୍ଷରୁ ଲାଗୁ ହେବ ନୂଆ ନିୟମ

ପିଆଜ କେଜି ୬୦- ୧୦୦ ଛୁଇଁବ

ସେୟାର ବଜାରରେ ହାହାକାର: ସେନସେକ୍ସ ୧୧୦୦ ପଏଣ୍ଟ ହ୍ରାସ୍, ନିଫ୍ଟି ମଧ୍ୟ ଖସିଲା