PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁମୁଡିବନ୍ଧ: ଗାଈକୁ ବଞ୍ଚାଇଲା, ଛେଳି ପଲ ଉପରେ ଚଢିଗଲା ମାଲ୍ ବୋଝେଇ ଟ୍ରକ୍, ଓଲଟିବାରୁ କ୍ୟାବିନ୍‌ରେ ପଶିଗଲେ ଡ୍ରାଇଭର ଓ ହେଲ୍ପର୍
  • ||
  • ନରସିଂହପୁର: ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ପରିବାରର ୫ ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଆସବାବପତ୍ର
  • ||
  • ଭୁବନେଶ୍ୱର: ଓଜେଇଇର ଏମ୍‌ବିବିଏସ୍, ବିଡ଼ିଏସ୍ କାଉନସେଲିଂ ସ୍ଥଗିତ
  • ||
  • ନୂଆଦିଲ୍ଲୀ: ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ
  • ||
  • କେନ୍ଦୁଝର: କାନଝରୀ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗତକାଲି ଗାଧୋଇଲା ବେଳେ ବୁଡି ଯାଇଥିଲେ…
  • ||
  • ରାୟଗଡ଼: ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର, ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ
  • ||
  • ବ୍ରହ୍ମପୁର: ସପ୍ତାହେ ହେଲା ଶାଶୂ ଘର ଆଗରେ ତପସ୍ୱିନୀ: ସ୍ୱାମୀ ଘରକୁ ଯିବେ କି ନାହିଁ ଆଜି କୋର୍ଟରେ ଶୁଣାଣି
  • ||
  • ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||
  • ଭୁବନେଶ୍ୱର : ୪/୫ରେ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା, ୩ରୁ ପଡ଼ିବ ପ୍ରଭାବ,
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଏକକାଳୀନ ୩ଟି ସ୍ଥାନରେ ରେଡ୍‌, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ଜବତ
  • ||
  • ପୁରୀ : ଦାରୁଦିଅଁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ଭୋଗରାଇ : ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ଟି ଅସ୍ଥାୟୀ ଦୋକାନ
  • ||
  • ଯାଜପୁର : ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||

ଲଞ୍ଚ୍ ହେଲା Nokia C3, ଦାମ୍ ୮ ହଜାରରୁ ମଧ୍ୟ କମ୍…

https://zeenews.india.com/

ନୂଆଦିଲ୍ଲୀ ୪/୮: ନୋକିଆ ଖୁବ୍ ଶୀଘ୍ର ବହୁତ କମ୍ ଦାମରେ ସ୍ମାର୍ଟଫୋନ୍ ଆଣିବାକୁ ପ୍ରସ୍ତୁତ ହୋଇଗଲାଣି । HMD Global ବଜାରକୁ Nokia C3 ନାମରେ ବଜେଟ୍ ସ୍ମାର୍ଟଫୋନ୍ ନେଇଆସିଛି । କମ୍ପାନୀ ସର୍ବପ୍ରଥମେ ଏହି ସ୍ମାର୍ଟଫୋନକୁ ଚୀନରେ ଲଞ୍ଚ୍ କରିଛି । ଏହାର ଦାମ୍ ମଧ୍ୟ ବହୁତ କମ୍ ରଖାଯାଇଛି । ଆଶା କରାଯାଉଛି ଖୁବ୍ ଶୀଘ୍ର ଏହା ଭାରତରେ ମଧ୍ୟ ଲଞ୍ଚ୍ ହେବ ।

ଦାମ୍ ବହୁତ କମ୍
ଚୀନରେ Nokia C3 ସ୍ମାର୍ଟଫୋନକୁ ୨ଟି କଲରରେ ଲଞ୍ଚ୍ କରାଯାଇଛି । Nokia C3 ସ୍ମାର୍ଟଫୋନର ଦାମ୍ ୬୯୯ ୟୁଆନ୍(ପ୍ରାୟ ୭୫୦୦ଟଙ୍କା) ରଖାଯାଇଛି । ଏହି ହିସାବରେ ଭାରତରେ ମଧ୍ୟ ଏହି ଫୋନ ପ୍ରାୟ ପାଖାପାଖି ଦାମରେ ବିକ୍ରି ହେବ ।

ସ୍ପେଶିଫିକେସନ
କମ୍ପାନୀର ସୂଚନା ଅନୁସାରେ ନୋକିଆ ଏହି ନୂଆ ହ୍ୟାଣ୍ଡସେଟରେ ୫.୯୯ ଇଞ୍ଚ୍ ଏଚଡି ପ୍ଲସ୍ ସ୍କ୍ରିନ୍ ଓ ଆଣ୍ଡ୍ରଏଡ୍ ୧୦ ମିଳିବ । ଫୋନ୍ ନର୍ଡିକ୍ ବ୍ଲୁ ଓ ଗୋଲ୍ଡ ସ୍ୟାଣ୍ଡ କଲରରେ ମିଳିବ । ଏଥିରେ ରିୟର ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇଛି ।

କମ୍ପାନୀ ଏତେ କମ୍ ଦାମରେ ୧.୬ ଗିଗାହର୍ଜ ଅକ୍ଟା କୋର୍ Unisoc SC9863A ପ୍ରୋସେସର ଦେଉଛି । ଫୋନରେ ଗ୍ରାଫିକ୍ସ ପାଇଁ IMG8322 GPU ଦିଆଯାଇଛି । ଏହା ବ୍ୟତୀତ ଏଥିରେ ୩ ଜିବି ରାମ୍ ଓ ୩୨ ଜିବିର ଷ୍ଟୋରେଜ୍ ମଧ୍ୟ ମିଳିବ । ମେମୋରୀ କାର୍ଡ ମାଧ୍ୟମରେ ଏହାକୁ ୪୦୦ ଜିବି ପର୍ଯ୍ୟନ୍ତ ବୃଦ୍ଧି କରିହେବ  ।

ସମ୍ବନ୍ଧିତ ଖବର