ନିର୍ବାଚନ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ହାଇ-ଭୋଲଟେଜ ଟକ୍କର, ନସାଓରେ ଭାରତ- ପାକିସ୍ତାନ ମୁକାବିଲା
  • ||
  • ରବିବାର ସନ୍ଧ୍ୟା ୭ଟା ୧୫ରେ ଶପଥ ସମାରୋହ ଉତ୍ସବ, ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି
  • ||
  • ଓଡ଼ିଶା ଛୁଇଁଲା ମୌସୁମୀ, ହେଲେ ତାତିରୁ ମିଳିବନି ତ୍ରାହି, ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ
  • ||

ଆଜି ବାରଣାସୀରେ ନରେନ୍ଦ୍ର ମୋଦୀ ନିର୍ବାଚନ ଅଧିକାରୀଙ୍କୁ ଯେଉଁ କାଗଜ ଦେଲେ ସେଥିରେ କ’ଣ ଥାଏ, ଜାଣନ୍ତୁ ସମ୍ପୂର୍ଣ୍ଣ କଥା

ନୂଆଦିଲ୍ଲୀ,୧୪/୫ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଲୋକସଭା ସିଟରୁ ମଙ୍ଗଳବାର ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ତୃତୀୟ ଥର ଏହି ସିଟରୁ ନିଜ ନାମାଙ୍କନ ଭରିଛନ୍ତି । ସେ ୨୦୧୪ରେ ପ୍ରଥମ ଥର ଏହି ସିଟରୁ ନିର୍ବାଚିତ ହୋଇଥିଲେ । ଏଭଳି ସ୍ଥ‌ଳେ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ କି ଏହି ନାମାଙ୍କନ ପତ୍ର କ’ଣ ହୋଇଥାଏ । ଯାହାକୁ ନିର୍ବାଚନ ଲଢିବାକୁ ଇଛା ରଖିଥିବା ବ୍ୟକ୍ତି ନିର୍ବାଚନ ଅଧିକାରୀଙ୍କ ସାମ୍ନାରେ ଜମା କରିଥାନ୍ତି । ଏହାସହ ଏହା ବି ଜାଣିବାକୁ ଇଛା ଥାଏ କି ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ରରେ କ’ଣ ଦେବାକୁ ହୋଇଥାଏ ।

ଲୋକସଭା ନିର୍ବାଚନ ଲଢିବାକୁ ଇଛୁକ ବ୍ୟକ୍ତିଙ୍କୁ ଫର୍ମ-୨ ଏମ ଜମା କରିବାକୁ ପଡ଼ିଥାଏ । ଏହା ୬ପୃଷ୍ଠାର ଫର୍ମ ହୋଇଥାଏ । ଏହି ଫର୍ମର ୬ଭାଗ ହୋଇଥାଏ । ଏହାର ପ୍ରଥମ ଭାଗରେ ପ୍ରାର୍ଥୀଙ୍କୁ ସଂସଦୀୟ କ୍ଷେତ୍ରର ନାମ, ପ୍ରାର୍ଥୀଙ୍କ ନାମ, ବାପାଙ୍କ ନାମ ଏବଂ ନିଜ ଠିକଣା ବ୍ୟତୀତ ଏହି କଥାର ସୂଚନା ଦେବାକୁ ହୋଇଥାଏ କି ଉକ୍ତ ବ୍ୟକ୍ତି କେଉଁ ବିଧାନସଭା ଅଞ୍ଚଳର ମତଦାତା ଅଟନ୍ତି ଏବଂ ସେହି ଅଞ୍ଚଳ କେଉଁ ସଂସଦୀୟ କ୍ଷେତ୍ରରେ ଆସୁଛି ।

ନାମାଙ୍କନ ପତ୍ରର ଦ୍ବିତୀୟ ଭାଗ ଉକ୍ତ ଲୋକଙ୍କ ଲାଗି ହୋଇଥାଏ ଯେଉଁମାନେ କୌଣସି ମାନ୍ୟତା ପ୍ରାପ୍ତ ଦଳ ତରଫରୁ ପ୍ରାର୍ଥୀ ହୋଇନଥାନ୍ତି । ସେଥିରେ ବି ପ୍ରାର୍ଥୀଙ୍କୁ ପ୍ରଥମ ଭାଗ ଭଳି ନିଜ ପୂରା ସୂଚନା ଦେବାକୁ ହୋଇଥାଏ । ତାଙ୍କୁ ନିଜ ୧୦ପ୍ରସ୍ତାବକଙ୍କ ବି ସୂଚନା ଦେବାକୁ ହୋଇଥାଏ । ଫର୍ମର ତୃତୀୟ ଭାଗରେ ପ୍ରାର୍ଥୀଙ୍କୁ ନିଜ ନାଗରିକତା, ବୟସ ଏବଂ ସେହି ପାର୍ଟି ବିଷୟରେ ସୂଚନା ଦେବାକୁ ପଡ଼ିଥାଏ, ଯେଉଁଥିରୁ ସେ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି । ଏହି ଭାଗରେ ନିର୍ଦଳୀୟ ପ୍ରାର୍ଥୀଙ୍କୁ ନିଜ ଲାଗି ୩ନିର୍ବାଚନ ଚିହ୍ନର ବିକଳ୍ପ ବି ଦେବାକୁ ପଡ଼ିଥାଏ । ଏହି ଭାଗରେ ଅନୁସୂଚିତ ଜାତି ଏବଂ ଜନଜାତିର ଲୋକଙ୍କୁ ନିଜ ଜାତି ଏବଂ ଉପଜାତିର ବିବରଣୀ ଦେବାକୁ ପଡ଼ିଥାଏ । ତୃତୀୟ ଭାଗରେ ୩ଏ ବି ଅଛି । ଏଥିରେ ପ୍ରାର୍ଥୀଙ୍କୁ ସେହି ମାମଲାର ସୂଚନା ଦେବାକୁ ପଡ଼ିଥାଏ ଯେଉଁଥିରେ ତାଙ୍କୁ ସଜା ହୋଇଛି । ଏହି ମାମଲାରେ ଯୋଡ଼ି ହୋଇଥିବା ପୂରା ସୂଚନା ପ୍ରାର୍ଥୀଙ୍କୁ ଦେବାକୁ ପଡ଼ିଥାଏ ।

ନାମାଙ୍କନ ପତ୍ରର ଚତୁର୍ଥ ଭାଗ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପୂରଣ କରାଯାଇଥାଏ । ସେଥିରେ ସେ କହିଥାନ୍ତି କି ତାଙ୍କୁ ନାମାଙ୍କନ ପତ୍ର କେଉଁ ଦିନ ଏବଂ ତାରିଖ ଏବଂ କେଉଁ ସମୟରେ ମିଳିଛି । ସେଥିରେ ପ୍ରସ୍ତାବକଙ୍କ ବି ସୂଚନା ଦିଆଯାଇଥାଏ । ନାମାଙ୍କନ ପତ୍ରର ୫ମ ଭାଗରେ ନିର୍ବାଚନ ଅଧିକାରୀ ଏହି କହିଥାନ୍ତି କି ନାମାଙ୍କନ ପତ୍ରକୁ ସ୍ବୀକାର କରାଯାଇଛି କିମ୍ବା ଅସ୍ବୀକାର କରାଯାଇଛି । ଏହି ସୂଚନା ଜନପ୍ରତିନିଧିତ୍ବ ଅଧିନିୟମ ୧୯୫୧ର ଧାରା ୩୬ ମାଧ୍ୟମରେ ଦିଆଯାଇଥାଏ ।

ନାମାଙ୍କନ ପତ୍ରର ଷଷ୍ଠ ଭାଗ ସ୍ବୀକୃତି ଭଳି ହୋଇଥାଏ । ଏଥିରେ ନାମାଙ୍କ ପତ୍ର ପ୍ରାପ୍ତ କରିବାର ସୂଚନା ଦିଆଯାଇଥାଏ କେଉଁ ତାରିଖରେ ଏବଂ କେବେ ମିଳିଲା । ଏହାସହ ଏହା ବି କୁହାଯାଏ କି ତାଙ୍କର ଯାଞ୍ଚ କେବେ ଏବଂ କେତେବେଳେ କରାଯିବ । ଏଥିରେ ନିର୍ବାଚନ ଅଧିକାରୀ ନିଜ ଦସ୍ତଖତ କରିଥାନ୍ତି ଏବଂ ତାରିଖ ପକାଇଥାନ୍ତି ।  ଏହାସହ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ସହ ପ୍ରାର୍ଥୀଙ୍କୁ ଏକ ଆଫିଡେଫିଟ ଦେବାକୁ ହୋଇଥାଏ । ସେଥିରେ ତାଙ୍କୁ ନିଜ ଶିକ୍ଷା ବିଷୟରେ ସୂଚନା ଦେବା ସହ ପରିବାର ସ୍ଥାବର- ଅସ୍ଥାବର ସମ୍ପତ୍ତି ସହ ଅପରାଧିକ ବିବରଣୀ ଦେବାକୁ ପଡ଼ିଥାଏ । ନିର୍ବାଚନ ଆୟୋଗ ଳୋକସଭା ନିର୍ବାଚନ ୨୦୨୪ ଲାଗି ନାମାଙ୍କନ ପତ୍ରକୁ ଅନଲାଇନ ଭରିବାକୁ ବି ସୁବିଧା ଦେଇଛନ୍ତି । ନିର୍ବାଚନ ଆୟୋଗ ଲୋକସଭା ୨୦୨୪ନିର୍ବାଚନରେ ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କନ ଲାଗି ଏହି ଲିଙ୍କ (https://suvidha.eci.gov.in/login) ଜାରି କରିଛନ୍ତି । ଏହି ଲିଙ୍କ ମାଧ୍ୟମରେ ରାଜନୈତିକ ଦଳର ପ୍ରାର୍ଥୀ ଏବଂ ନିର୍ଦଳୀୟ ପ୍ରାର୍ଥୀ ଅନଲାଇନ ନାମାଙ୍କନ କରିପାରିବେ ।  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.