ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ, ଜାଣନ୍ତୁ କେଉଁ ରାଜ୍ୟରୁ କେତେ ଜଣ ଯିବେ ସଂସଦ

ପାଟନା,୬।୩: ରାଜ୍ୟସଭାରେ ୧୭ଟି ରାଜ୍ୟର ୫୫ଟି ଆସନ ଉପରେ ଆସନ୍ତା ୨୬ ମାର୍ଚ୍ଚରେ ହେବାକୁ ଥିବା ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ପକ୍ରିୟା ଆରମ୍ଭ ହୋଇଯାଇଛି। ଏଥିପାଇଁ ବିଭିନ୍ନ ଦଳର ରାଜନୈତିକ ରଣନୀତି ପ୍ରସ୍ତୁତ ହୋଇଯାଇଛି। ମଧ୍ୟ ପ୍ରଦେଶର ରାଜନୈତିକ ଅସ୍ଥିରତାର ମୁଖ୍ୟ  କାରଣ ରାଜ୍ୟସଭା ନିର୍ବାଚନ ବୋଲି କୁହାଯାଉଛି। ତେବେ ଡିଏମକେ ବ୍ୟତୀତ ଏବେ କୌଣସି ଦଳ ନିଜର ରାଜ୍ୟସଭା ପ୍ରାର୍ଥୀଙ୍କର ଘୋଷଣା କରିନାହିଁ।

ରାଜ୍ୟସଭାରେ ୧୭ ରାଜ୍ୟର ୫୫ଟି ଆସନରେ ସଦସ୍ୟଙ୍କ କାର୍ଯ୍ୟକାଳ ଅପ୍ରେଲ ମାସ ବ୍ୟତୀତ ଅଲଗା ଅଲଗା ତାରିଖରେ ପୂରଣ ହେଉଛି। ମହାରାଷ୍ଟ୍ର, ଓଡିଶା, ତାମିଲନାଡୁ ଓ ପଶ୍ଚିମବଙ୍ଗର ମନୋନୀତ ହୋଇ ଆସିଥିବା ସାଂସଦ ୨ ଅପ୍ରେଲରେ ଅବସର ଗ୍ରହଣ କରିବାକୁ ଯାଉଛି। ସେଭଳି ବିହାର, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ଗୁଜରାଟ, ମଣିପୁର, ଆସାମ, ଛତିଶଗଡ, ହରିୟାଣା, ମଧ୍ୟପ୍ରଦେଶ ଓ ହିମାଚଳର ସଦସ୍ୟଙ୍କ କାର୍ଯ୍ୟକାଳ ୯ ଅପ୍ରେଲ ଓ ମେଘାଳୟର ସାଂସଦଙ୍କର କାର୍ଯ୍ୟକାଳ ୧୨ ଅପ୍ରେଲରେ ଶେଷ ହେବାକୁ ଯାଉଛି।

ମହାରାଷ୍ଟ୍ରର ୭, ଓଡିଶାର ୪, ତାମିଲନାଡୁର ୬, ପଶ୍ଚିମବଙ୍ଗର ୫, ଆନ୍ଧପ୍ରଦେଶର ୪, ତେଲେଙ୍ଗାନର ୨, ଆସାମର ୩, ବିହାରର ୫, ଛତିଶଗଡର ୨, ଗୁଜରାଟର ୪, ହରିୟାଣାର ୨, ହିମାଚଳର ଗୋଟିଏ, ଝାଡଖଣ୍ଡର ୨, ମଧ୍ୟ ପ୍ରଦେଶର ୩, ମଣିପୁରର ୧, ରାଜସ୍ଥାନର ୩ ଓ ମେଘାଳୟର ଗୋଟିଏ ରାଜ୍ୟସଭା ଆସନରେ ନିର୍ବାଚନ ହେବ। ରାଜ୍ୟସଭାର ଏହି ୫୫ଟି ଆସନରୁ ବିଜେପି ପାଖରେ ୧୫ଟି ରହିଛି। ସେଭଳି ଜନତା ଦଳ ୟୁନାଇଟେଡ୍ ପାଖରେ ୩ଟି, ଏଆଇଏଡିଏମକେ ପାଖରେ ୪, ବିଜେଡି ପାଖରେ ଦୁଇ ଜଣ ସଦସ୍ୟ ରହିଛି। ବିରୋଧୀ ଦଳ କଂଗ୍ରେସର ୧୩ ସଦସ୍ୟଙ୍କର କାର୍ଯ୍ୟକାଳ ଶେଷ ହେଉଛି ଓ ୧୮ ସଦସ୍ୟ ଅନ୍ୟ ଦଳର ଅଛନ୍ତି, ଯାହା ଭିତରେ ଏନସିପି, ଶିବସେନା ଓ ତୃଣମୂଳ କଂଗ୍ରେସ ଭଳି ଦଳ ସାମିଲ ରହିଛି।

ରାଜ୍ୟସଭାରେ ଯେଉଁ ନେତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି, ତାଙ୍କ ଭିତରେ ଉପସଭାପତି ହରିବଂଶ ସିଂ, ମହାରାଷ୍ଟ୍ରର ଆରପିଆଇ ନେତା ଓ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ, ଏନସିପି ମୁଖ୍ୟ ଶରଦ ପାଓ୍ବାର, ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା, ଦିଗବିଜୟ ସିଂ, କୁମାରୀ ଶୈଲଜା, ଡଃ. ସଞ୍ଜୟ ସିଂ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲ ଓ ପ୍ରଭାତ ଝାଙ୍କ ଭଳି ନେତା ରହିଛନ୍ତି।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ଡିସେମ୍ବର ଗାଇଡଲାଇନ୍: ୩୧ ଯାଏଁ ସିନେମା ହଲ ବନ୍ଦ, କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା