ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

ନୂଆଦିଲ୍ଲୀ,୨୮।୧୧:  ଏବେ ଗାଡି କିଣୁଥିଲେ ସେଥିରେ ରହିବି ନୋମିନିଙ୍କ ନାମ। କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କେନ୍ଦ୍ରୀୟ ମୋଟର ବାହାନ ନିୟମ, ୧୯୮୯ରେ ସଂଶୋଧନ ପ୍ରସ୍ତାବ ରଖିଛନ୍ତି। ନୂଆ ନିୟମ ଅନୁସାରେ, ବାହାନ ମାଲିକ ପଞ୍ଜୀକରଣ ସାର୍ଟିଫିକେଟରେ କୌଣସି ବ୍ୟକ୍ତିର ନାଁ ଦେଇପାରିବେ।   ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବାହନର ପଞ୍ଜୀକରଣ ସମୟରେ ନୋମିନିଙ୍କ ନାଁ ଦେବାର ସୁବିଧା ରହିବା ଦରକାର ବୋଲି ପ୍ରସ୍ତାବ ଦେଇଛନ୍ତି। ଏଥିରେ ବାହନର ମାଲିକଙ୍କ ମୃତ୍ୟୁ ପରେ ତାଙ୍କର ଗାଡିକୁ ନୋମିନିଙ୍କ ନାମରେ ପଞ୍ଜିକୃତ/ସ୍ଥାନାନ୍ତରିତ କରିବାରେ ସହଜ ହେବ। ଏବେ ଏହି ପକ୍ରିୟା ଖୁବ୍ ଜଟିଳ ରହିଛି ଓ ସାରା ଦେଶରେ ଏହାକୁ ନେଇ ଏକପ୍ରକାର ନିୟମ ମଧ୍ୟ ନାହିଁ।

ଏଥିରେ କୁହାଯାଇଛି ଯେ, ସରକାର ପ୍ରସ୍ତାବିତ ସଂଶୋଧନ ଉପରେ ଜନତା ଓ ସମସ୍ତ ହତାଧିକାରୀଙ୍କ ପରାମର୍ଶ ଓ ମତାମତ ଦେବାକୁ ଆମନ୍ତ୍ରଣ କରିଛନ୍ତି। ଏଥିରେ କୁହାଯାଇଛି ପ୍ରସ୍ତାବିତ ସଂଶୋଧନରେ ଏକ ଅତିରିକ୍ତ ନିୟମ ଯୋଡିବାର ପ୍ରସ୍ତାବ ରହିଛି, ଯେଉଁଠି ବାହାନର ମାଲିକ ନିଜର ମୃତ୍ୟୁ ପରେ କୌଣସି ବାହାନକୁ ଉତ୍ତରାଧିକାରୀ ଭାବରେ ନାମିତ କରିପାରିବେ, ଏଥିପାଇଁ ନୋମିନି ଥିବା ବ୍ୟକ୍ତିଙ୍କର ବୈଧ ପ୍ରମାଣପତ୍ର ଲଗାଇବାକୁ ହେବ।

ସଡକ ପରିବହନ ମନ୍ତ୍ରଣାଳୟ ମୋଟର ଭେଇକିଲ ଆକ୍ଟ ୧୯୮୯ରେ ପରିବର୍ତ୍ତନ ଆଣିବା ନେଇ ପରାମର୍ଶ ମାଗିଛନ୍ତି। ଆରସିକୁ ନେଇ ଅଲଗା ଅଲଗା  ଫର୍ମରେ ପରିବର୍ତ୍ତନକୁ ନେଇ ପରାମର୍ଶ ମଗାଯାଇଛି। ଯଦି ନୋମିନିଙ୍କ ନାମ ପୂର୍ବରୁ ଅଛି ତେବେ  ଗାଡି ମାଲିକଙ୍କ ମୃତ୍ୟୁ ମାମଲାରେ ତାଙ୍କୁ ସେହି ପୋର୍ଟାଲରେ ଡେଥ୍ ସାର୍ଟିଫିକେଟ ଅପଲୋଡ୍ କରିବାକୁ ହେବ। ଏହାପରେ ତାଙ୍କୁ ନିଜ ନାମରେ ରେଜିଷ୍ଟେ୍ରସନ୍ ସାର୍ଟିଫିକେଟ୍ ପାଇଁ ଆବେଦନ କରିବାକୁ ହେବ। ନୋମିନିଙ୍କ ତରଫରୁ ଯଦି ଆଧାର ପ୍ରମାଣପତ୍ରକୁ ଚୟନ କରାଯାଏ ତେବେ ନୂଆ ଆରସି ଫେସଲେସ୍ ହେବ।