PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଅଣ-ଗାନ୍ଧୀ ପରିବାରରୁ କେହି ହୁଅନ୍ତୁ କଂଗ୍ରେସ ଚିଫ୍‌ – ପ୍ରିୟଙ୍କା ଗାନ୍ଧୀ

https://www.moneycontrol.com/

ନୂଆଦିଲ୍ଲୀ – ଭାଇ ରାହୁଲ୍‌ ଗାନ୍ଧୀଙ୍କ କଥାକୁ ସମର୍ଥନ କରିଛନ୍ତି ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । କହିଲେ ଅଣ-ଗାନ୍ଧୀ ପରିବାରରୁ  ଜଣେ ଦଳର ମୁଖ୍ୟ ହେବା ଉଚିତ୍‌ । ଗତବର୍ଷ ଏହି କଥା ରାହୁଲ୍‌ ଗାନ୍ଧି କହିଥିଲେ । ଯାହାକି ଏକ ନୂଆ ପୁସ୍ତକରେ ପ୍ରକାଶିତ ହୋଇଛି ।

ଲେଖକ ପ୍ରଦୀପ ଚିବ୍ବର ଓ ହର୍ଷ ଶାହଙ୍କ ଦ୍ୱାରା ଲିଖିତ ପୁସ୍ତକ , ‘ଇଣ୍ଡିଆ ଟୁମୋର : କନଭରସେସନସ ୱିଥ୍‌ ଦ ନେକ୍ଟ ଜେନେରେସନ ଅଫ୍ ପଲିଟିକାଲ ଲିଡରସ’ରେ ପ୍ରିୟଙ୍କା ଗାନ୍ଧୀଙ୍କ କଥାକୁ ଉଦ୍ଧୃତ ହୋଇଛି । ସେଥିରେ ସେ କହିଛନ୍ତି କଂଗ୍ରେସକୁ ନିଜ ରାସ୍ତା ଖୋଜି ବାହାର କରିବା ଉଚିତ୍‌ ।

ଉଲ୍ଲେଖନୀୟ ଯେ . ଗତବର୍ଷ ଲୋକସଭା ନିର୍ବାଚନରେ ପରାଜିତ ହେବା ପରେ ରାହୁଲ ଗାନ୍ଧୀ  କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ନିଜ ମତରେ ସେ ଅଟଳ ଥିଲେ । ସେ କଂଗ୍ରେସ ୱାର୍କିଂ କମିଟି( ସିଡବ୍ଲୁସି) ମିଟିଂରେ କହିଥିଲେ ଅଣ-ଗାନ୍ଧୀ ପରିବାରରୁ କେହି କଂଗ୍ରେସ ସଭାପତି ହେବା ଉଚିତ୍‌ । ସେହି ମିଟିଂରେ ପ୍ରିୟଙ୍କା ଗାନ୍ଧୀ ନିଜ ଭାଇ ରାହୁଲ ଗାନ୍ଧୀଙ୍କ ସହ ଏକମତ ହେବା ସହ କହିଥିଲେ କି ଦଳର ପରାସ୍ତରେ କେବଳ ଜଣେ ଦାୟୀ ନୁହଁ ।

କଂଗ୍ରେସ ଚେଷ୍ଟା କରିଥିଲା ଜଣେ ଅଣ-ଗାନ୍ଧୀ ପରିବାରରୁ ଚିଫ୍‌ ଭାବେ , ହେଲେ ତାହା ଏପର୍ଯ୍ୟନ୍ତ ସଫଳ ହୋଇନାହିଁ ।