ସମ୍‌ରେ ନବଜାତ ଶିଶୁଙ୍କ ନନ୍‌ଇନ୍‌ ଭାଜିସ୍‌ ଭେଣ୍ଟିଲେସନ୍‌ କର୍ମଶାଳା

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ଅଧୀନସ୍ଥ ଆଇଏମ୍‌ଏସ୍‌ ଏବଂ ସମ୍‌ ହସ୍ପିଟାଲ୍‌ର ନବଜାତ ଶିଶୁରୋଗ ବିଭାଗ ଆନୁକୂଲ୍ୟରେ ନନ୍‌ଇନ୍‌ ଭାଜିସ୍‌ ଭେଣ୍ଟିଲେସନ୍‌ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲ୍‌ କଲେଜ ଓ ଚିକିତ୍ସା କେନ୍ଦ୍ରରୁ ଆସିଥିବା ୪୭ଜଣ ନବଜାତ ଶିଶୁରୋଗ ବିଶେଷଜ୍ଞ, ୨୧ ଜଣ ସେବିକା ଭାଗ ନେଇଥିଲେ ।

ଜନ୍ମପରେ ଅନେକ ଶିଶୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଯାଇଥାଏ । ଏହାର ସଠିକ୍‌ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ନନ୍‌ଭାଜିସ୍‌ ଭେଣ୍ଟିଲେସନ୍‌ ପ୍ରକ୍ରିୟା । ଯାହାକି ନବଜାତ ଶିଶୁକୁ ତତ୍‌କ୍ଷଣାତ ମୃତ୍ୟୁମୁଖରୁ ରକ୍ଷା କରିଥାଏ । ତେଣୁ ଏହା ଉପରେ ସମସ୍ତେ ଜ୍ଞାନ ଆହରଣ କରିବାକୁ ଉପସ୍ଥିତ ଅତିଥିମାନେ ପରାମର୍ଶ ଦେବା ସହିତ ଅଂଶଗ୍ରହଣକାରୀ ଡାକ୍ତରମାନଙ୍କୁ ତାଲିମ ଦେଇଥିଲେ । କୋଲକାତାର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. ବିଜନ ଶାହ, ହାଇଦ୍ରାବାଦର ଡା. ନଳିନୀକାନ୍ତ ପାଣିଗ୍ରାହୀ, କଟକ ଏସ୍‌ସିବିର ଡା. ମାନସ ରଞ୍ଜନ ଉପାଧ୍ୟାୟ, କିମ୍‌ସ ମେଡିକାଲ୍‌ କଲେଜର ଡା. ସନ୍ତୋଷ କୁମାର ପଣ୍ଡା, ସମ୍‌ ହସ୍ପିଟାଲ୍‌ର ଡା. ଜଗଦିଶ୍‌, ଡା. ଦେବାଶିଷ, ଡା, ବିଚିତ୍ରାନନ୍ଦ, ଡା. ରତନ ଦାଶ ଏବଂ ଡା. ଭାବଗ୍ରାହୀ ପ୍ରମୁଖ ଶିଶୁରୋଗ ବିଶେଷଜ୍ଞମାନେ କର୍ମଶାଳାରେ ଭେଣ୍ଟିଲେସନ୍‌ ପଦ୍ଧତି ଉପରେ ଉଚ୍ଚଶିକ୍ଷା ଓ ତାଲିମ ପ୍ରଦାନ କରିଥିଲେ ।

ଡା. କେ.କେ ଦାଶ (ଆଡିସିନାଲ୍‌ ଡାଇରେକ୍ଟର ଚାଇଲ୍ଡ ହେଲ୍‌ଥ, ଓଡ଼ିଶା) ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରଥିେିଲ । ଅନ୍ୟମାନଙ୍କ ମଧ୍ୟରେ ଡା. ଆଶୁତୋଷ ପାତ୍ର, ଡା. ସରୋଜ ତିଆଡି, ଡା. ପି.କେ ସାହୁ, ଡା. ପ୍ରଶାନ୍ତ ସାବତ, ଡା. ମମତା ଦେବୀ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରଥିେିଲ । ଆଇଏମ୍‌ଏସ୍‌ ଓ ସମ୍‌ ହସ୍ପିଟାଲ୍‌ର ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ଡା. ଜିଗଦିଶ ପ୍ରସାଦ ସାହୁ କର୍ମଶାଳା ପରିଚାଳନା କରିଥିଲେ ।

   ସମ୍ବନ୍ଧିତ ଖବର


କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୫ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୯କୁ ବୃଦ୍ଧି

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌: ୨୪ଘଣ୍ଟା ଆଉ ୪୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫କୁ ବୃଦ୍ଧି

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଓଡ଼ିଶାରେ ଦିନ ୧ଟାରେ ଆରମ୍ଭ ହେବ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୪ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୪କୁ ବୃଦ୍ଧି

ଓଡ଼ିଶାରେ ‌୫ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୫୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ଟପିଲା

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ