ସୋସିଆଲ ମିଡିଆରେ ନୂଆ ନୂଆ ଫଟୋ ସେୟାର କରି ଫ୍ୟାନ୍‌ଙ୍କୁ ହାତମୁଠାରେ ରଖିଛନ୍ତି ଏହି ସୁନ୍ଦରୀ

ମୁମ୍ବାଇ ୯।୧୧: ବଲିଉଡ୍‌ରେ କ୍ୟାରିଅରର ସବୁଠୁ ସୁନ୍ଦର ସମୟ ଦେଇ ଗତି କରୁଛନ୍ତି ନୋରା ଫତେହି । ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଆଇଟମ୍‌ ନମ୍ବର ସାଙ୍ଗକୁ ନିଜର ପ୍ରଦର୍ଶନ ପାଇଁ ଇଣ୍ଡଷ୍ଟ୍ରିର ନାମୀ ନାୟିକାଙ୍କ ତାଲିକାରେ ସେ ସାମିଲ ହୋଇଛନ୍ତି । ସୋସିଆଲ ମିଡିଆରେ ନୂଆ ନୂଆ ଫଟୋ ଶେୟାର କରି ଫ୍ୟାନ୍‌ଙ୍କୁ ହାତମୁଠାରେ ରଖିଛନ୍ତି ଏହି ସୁନ୍ଦରୀ ।

ଇନଷ୍ଟାଗ୍ରାମ୍‌ରେ ତାଙ୍କର ୮୦ ଲକ୍ଷ ପ୍ରଶଂସକ ହୋଇଗଲେଣି । ପ୍ରୋଫାଇଲରେ ତାଙ୍କ ଫଟୋଶୁଟ୍‌, କାର୍ଯ୍ୟକ୍ରମ, ବୁଲାବୁଲି ଆଦି ଯେତେ ଫଟୋ ରହିଛି, ସବୁଗୁଡ଼ିକ ଦେଖିଲେ ଯେ କେହି କହିବ ଯେ ନୋରା ଇଣ୍ଡଷ୍ଟ୍ରିର ଜଣେ ସୁପରହଟ୍‌ ନାୟିକା । ଦିନକ ତଳେ ସେ ନିଜର ଆଉ ଏକ ଫଟୋ ଶେୟାର କରିଛନ୍ତି । ଫଟୋ ଅପଲୋଡ୍‌ କରିବା ମାତ୍ରେ, ଚୁମ୍ବନ, ହୃଦୟ, ପରୀ ଆଦି ଇମୋଜି ଦ୍ୱାରା ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଫ୍ୟାନ୍‌ ।

ଜଣେ ୟୁଜର ତାଙ୍କ ଫଟୋ ତଳେ ‘ହଟି’ ଲେଖି ପୋଷ୍ଟ କରିଛନ୍ତି । ଆଉ ଜଣେ ‘ସୁନ୍ଦରୀ’ ଏବଂ ଅନ୍ୟ ଜଣେ ‘ଗର୍ଜିୟସ’ ଲେଖିଛନ୍ତି । ଏମିତି କେତେ କ’ଣ ଲେଖି ସୋସିଆଲ ମିଡିଆ ୟୁଜର ତାଙ୍କୁ ପ୍ରଶଂସା କରୁଛନ୍ତି । ନୋରାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ରେମୋ ଡି’ସୌଜାଙ୍କ ନୃତ୍ୟଭିତ୍ତିକ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ । ତାଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ବରୁଣ ଧୱନ ଓ ଶ୍ରଦ୍ଧା କପୁର । ଅପରିକ୍ଷିତ ଖୁରାନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଆସନ୍ତା ଜାନୁଆରୀରେ ଏଇଟି ମୁକ୍ତିଲାଭ କରିବ ।

   ସମ୍ବନ୍ଧିତ ଖବର


ଆଇସବାଥ୍ ପରେ ୧ କପ୍ ୟୁରିନ୍ ପିଅନ୍ତି ଏହି ଆମେରିକାନ୍ ସିଙ୍ଗର, ଭାଇରାଲ ହେଉଛି ତାଙ୍କର ଏହି ଭିଡିଓ

‘ତାନାଜୀ’ରେ ଭିନ୍ନ ଅବତାରରେ ନଜର ଆସିଲେ ଅଜୟ ଓ ସୈଫ୍, ଦେଖନ୍ତୁ ଦମଦାର୍ ଟ୍ରେଲର

ରିଲିଜ ହେଲା ‘ଗୁଡ୍ ନ୍ୟୁଜ୍’ର ଟ୍ରେଲର, ହସି ହସି ଗଡିବେ ଦର୍ଶକ

ଲେକ୍‌ସିଟି ଫିଲ୍ମ ଫେଷ୍ଟିଭାଲ୍‌ରେ ସମ୍ବଲପୁରୀ କ୍ଷୁଦ୍ର ପ୍ରମାଣିକ ସିନେମା ‘ଖଡ଼ିଛୁଆଁ’