
ପ୍ୟୋଙ୍ଗୟାଙ୍ଗ: ଉତ୍ତରକୋରିଆ ଶାସକ କିମ ଜୋଙ୍ଗ ଉନ କରୋନା ମହାମାରୀ ସମୟରେ ନିଜର ଦେଶର ସ୍ଥିତିକୁ ନିଜ ଅନୁସାରେ ରଖିଛନ୍ତି । ଏଭଳି ସମୟରେ ନିଜେ ଏବଂ ନିଜ ପରିବାରକୁ ପ୍ରଥମେ ଟିକା ଦେଇଛନ୍ତି । ଗତ ସପ୍ତାହରେ ଏହି ଟିକା ସେମାନେ ନେଇଥିବା ଜଣାପଡିଛି ।
ଜାପାନର ଦୁଇଟି ଇଣ୍ଟେଲିଜେନ୍ସ ସୂତ୍ର ଅନୁସାରେ କିମ ଜୋଙ୍ଗ ଉନଙ୍କୁ ଛାଡିଦେଲେ ଉତ୍ତରକୋରିଆର କିଛି ଶୀର୍ଷ ଅଧିକାରୀ ଏବଂ ତାଙ୍କ ପରିବାର ଏହି ପରୀକ୍ଷାମୁଳକ ଟିକା ନେଇଛନ୍ତି । ୱାଶିଂଟନ୍ରେ ଥିବା ନ୍ୟାସନାଲ ଇଣ୍ଟରେଷ୍ଟ ଥିଙ୍କ ଟ୍ୟାଙ୍କରେ ଉତ୍ତର କୋରିଆର ବିଶେଷଜ୍ଞ ହ୍ୟାରି କାଜିଆନିସ୍ 19FortyFive.com ୱେବସାଇଟରେ ଏକ ଆର୍ଟିକିଲ ଲେଖିଛନ୍ତି ଯେ କିମ ଜୋଙ୍ଗ ଉନଙ୍କୁ ଏହି ଟିକା ମିଳିଛି । ତେବେ କେଉଁ କମ୍ପାନୀ ଏହି ଟିକା ପ୍ରଦାନ କରିଛି ଏବଂ ଏହା କେତେ ସୁରକ୍ଷିତ ତାହା ସ୍ପଷ୍ଟ ହୋଇନାହିଁ ।
ଏହି ରିପୋର୍ଟରେ ଚୀନ୍ ଉତ୍ତର କୋରିଆକୁ ଏହି ଟିକା ଯୋଗାଇ ଦେଇଛି ବୋଲି ମଧ୍ୟ ଦାବି କରାଯାଇଛି । ଆମେରିକାର ମେଡିକାଲ ସାଇଣ୍ଟିଷ୍ଟ ପିଟର ଜେ ହୋଟେଜଙ୍କ ବିଷୟରେ ହ୍ୟାରି କହିଛନ୍ତି ଯେ ବର୍ତ୍ତମାନ ଚାଇନାର ତିନୋଟି କମ୍ପାନୀ କରୋନା ଟିକା ବିକଶିତ କରୁଛନ୍ତି। ଏଥିରେ ସିନୋଭାକ୍ ବାୟୋଟେକ୍ ଲିମିଟେଡ୍, କାନସିନୋବିଓ ଏବଂ ସିନୋଫ୍ରାମ୍ ଗ୍ରୁପ୍ ର ନାମ ଅନ୍ତର୍ଭୁକ୍ତ ରହିଛି ।
ତେବେ ଉତ୍ତର କୋରିଆରେ କରୋନା ରୋଗୀଙ୍କ ସଂଖ୍ୟା ବିଷୟରେ କହିବାକୁ ଗଲେ, ଦେଶର ଲୋକମାନେ ମଧ୍ୟ କରୋନା ସହିତ ଅନାହାରର ଶିକାର ହେଉଛନ୍ତି । ଦକ୍ଷିଣ କୋରିଆର ଇଣ୍ଟେଲିଜେନ୍ସ ସର୍ଭିସ ଏନଏସଏସ କହିଛି ଯେ ଉତ୍ତର କୋରିଆରେ କରୋନା ମାମଲାକୁ ଅସ୍ୱୀକାର କରାଯାଇପାରିବ ନାହିଁ କାରଣ ଚାଇନା ସହିତ ଦେଶର ବାଣିଜ୍ୟ ଚାଲିଛି ଏବଂ ଜାନୁଆରୀରେ ସୀମା ବନ୍ଦ ହେବା ପୂର୍ବରୁ ଲୋକମାନେ ଆସୁଛନ୍ତି ।