ତୃତୀୟ ବିଶ୍ବଯୁଦ୍ଧ ଓ ଯୁଦ୍ଧସ୍ଥଳ ନେଇ ମହାନ ଭବିଷ୍ୟବକ୍ତା ନାସ୍ତୋଦ୍ରମସ୍ କହିଥିଲେ ଏହା, ଭାରତରେ ଜନ୍ମ ନେବ ବିଶ୍ବର ମୁକ୍ତିଦାତା

ନୂଆଦିଲ୍ଲୀ,୩୧।୮: ସମଗ୍ର ଏସିଆରେ ଏବେ  ଚିନ୍ତାଜନକ ପରିସ୍ଥିତି ଚରମ ସୀମାରେ ରହିଛି। ଭାରତ-ପାକିସ୍ତାନ, ଉତ୍ତର କୋରିଆ-ଦକ୍ଷିଣ କୋରିଆ, ଚୀନ-ତାଇଓ୍ବାନ ଆଦି ଦେଶ ଭିତରେ ବିବାଦ ଜାରି ରହିଥିବା ବେଳେ ଏହି ଦେଶଗୁଡିକ ବ୍ୟତୀତ ମିଆଁମାର, ବାଲାଂଦେଶ, ଶ୍ରୀଲଙ୍କା ଭଳି ଛୋଟ ଦେଶ ଗୁଡିକରେ ମଧ୍ୟରେ ଅସନ୍ତୋଷର ନିଆଁ ଜଳୁଛି। ତେବେ ଭବିଷ୍ୟତରେ କ’ଣ ହେବାକୁ ଯାଉଛି? ନାସ୍ତୋଦ୍ରମସ୍ ଭବିଷ୍ୟବାଣୀ କରିଥିଲେ ଚୀନ ଭାରତର ଉପରେ ଆକ୍ରମଣ କରିବ, ଏହାପରେ ହେବ ତୃତୀୟ ବିଶ୍ବଯୁଦ୍ଧ। ଏକ ଯୁଦ୍ଧ ଜାହାଜରେ ଜଣେ ବ୍ୟକ୍ତି ଅସ୍ତ୍ରଶସ୍ତ୍ର ନେଇ ସମୁଦ୍ରମାର୍ଗରେ ଇଟାଲି ତଟରେ ପହଞ୍ଚିବ, ଏହାପରେ ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହେବ।

ଆଜିଠାରୁ ପ୍ରାୟ ୪୫୦ ବର୍ଷ ପୂର୍ବେ ଫ୍ରାନ୍ସରେ ଜନ୍ମିତ ନାସ୍ତେଦ୍ରମସ୍ ନିଜର  ଭବିଷ୍ୟବାଣୀ ପାଇଁ ସେ ସାରା ବିଶ୍ବରେ ପ୍ରସିଦ୍ଧ। ସେ ଏଭଳି ବହୁ ଭବିଷ୍ୟବାଣୀ କରିଛନ୍ତି, ଯାହାକି ସମ୍ପୂର୍ଣ୍ଣ ସତ ବୋଲି ପ୍ରମାଣିତ ହୋଇଛି। ତେଣୁ ୧୬ଶ ଶତାବ୍ଦୀର ଏହି ଭବିଷ୍ୟବକ୍ତାଙ୍କ ଭବିଷ୍ୟବାଣୀକୁ ଏକବିଂଶ ଶତାବ୍ଦୀରେ ସାଧାରଣ ଲୋକଙ୍କ ଭିତରେ ଖୁବ୍ ଲୋକପ୍ରିୟ। ତୃତୀୟ ବିଶ୍ବଯୁଦ୍ଧ ନେଇ ତାଙ୍କର ଭବିଷ୍ୟବାଣୀକୁ ନେଇ ଅନେକ ବାଖ୍ୟାକାର ବାଖ୍ୟା କରିସାରିଛନ୍ତି। କିନ୍ତୁ ତୃତୀୟ ବିଶ୍ବଯୁଦ୍ଧ ନେଇ ତାଙ୍କର ଭବିଷ୍ୟବାଣୀରେ ସମସ୍ତେ ଏକମତ। ଆସନ୍ତୁ ଜାଣିବା ସେ କ’ଣ କହିଥିଲେ ଓ ଭାରତର ଭୂମିକା କ’ଣ ରହିବ ସେ ସମ୍ପର୍କରେ ଜାଣିବା।

ନାସ୍ତୋଦ୍ରମସଙ୍କ ଭବିଷ୍ୟବାଣୀର ବାଖ୍ୟାକାର ଆରଏନଏ ନୁର ବରେଜନଙ୍କ ଅନୁସାରେ, ତୃତୀୟ ବିଶ୍ବଯୁଦ୍ଧରେ ଦକ୍ଷିଣ ପଶ୍ଚିମ ଏସିଆରେ ଯେତେବେଳେ ପଶ୍ଚିମ ଦେଶର ମିଳିତ ସେନା ଅଭିଯାନ ଆରମ୍ଭ କରିବ ତେବେ ମଧ୍ୟ ପୂର୍ବ ସୈନିକ ଗଙ୍ଗାନଦୀର ମୁହାଣ ଓ ଏହାର କୂଳରେ ସଂଘର୍ଷ ହେବ। ହୋଇପାରେ ପାକିସ୍ତାନ ଓ ଚୀନର ସୈନିକ ଭାରତରେ ଅନୁପ୍ରବେଶ କରି ଗଙ୍ଗାନଦୀର ମୁହାଣ ନିକଟରେ ପହଁଞ୍ଚି ପାରନ୍ତି। ଦୁର୍ବଳ ରାଜନୈତିକ ଶକ୍ତି କାରଣରୁ ଭାରତ ଯୁଦ୍ଧସ୍ଥଳ ପାଲଟି ଯାଇପାରେ। ଇଶ୍ବରବାଦୀ ଏବଂ ଅଣଇଶ୍ବବାଦୀଙ୍କ ଭିତରେ ଏହି ଯୁଦ୍ଧ ହେବ। ବାଖ୍ୟକାରଙ୍କ ଅନୁସାରେ ଚୀନର ସରକାର ଅଣଇଶ୍ବରବାଦୀ ଅଟେ, ଅର୍ଥାନ ନାସ୍ତିକ। ଜଣେ ସେନାପତି ଉତ୍ସୁକତାର ପଛକୁ ଦୌଡୁଥିବା ଶତ୍ରୁପକ୍ଷର ସେନାକୁ ପିଛା କରିବ ଓ ସେ ତାଙ୍କ ସୁରକ୍ଷାଚକ୍ରକୁ ଭେଦ କରି ତାଙ୍କୁ ରୋକିପାରିବ ବୋଲି ଭବିଷ୍ୟବାଣୀ କରାଯାଇଛି। ଏହି ଯୁଦ୍ଧ ଗଙ୍ଗା କୂଳରେ ହେବ, ଯଦିଓ ଫ୍ରାନ୍ସରେ ଗଙ୍ଗେଶ ନାମକ ଏକ ସ୍ଥାନ ରହିଛି କିନ୍ତୁ ଗଙ୍ଗାକୂଳ କେବଳ ନଦୀ ପାଇଁ କରାଯାଇଥାଏ, ଯାହାକି ଭାରତରେ ରହିଛି।

ଏହାପରେ ନାସ୍ତୋଦ୍ରମସଙ୍କ ଭବିଷ୍ୟବାଣୀ କରନ୍ତୁ ଭାରତ, ଫ୍ରାନ୍ସ, ଜୋର୍ଡାନ ସ୍ବାଧୀନ ହୁଅନ୍ତି। ନିର୍ଦ୍ଦୟୀ ଶକ୍ତିଙ୍କର ସୁଦୂର ପୂର୍ବରେ ବିନାଶ ହେବ। ସମୁଦ୍ରରେ ରକ୍ତ ଏବଂ ମୃତଦେହ ଦେଖିବାକୁ ମିଳିବ। ଏହାପରେ ବାଖ୍ୟାକାର ନୁର ବରେଜନ୍ କୁହନ୍ତି, ଆକାଶରୁ ଏକ ମାଇଲ ବ୍ୟାସର ଗୋଲାକାର ପଥର ସମୁଦ୍ରରେ ପଡିବ ଓ ମହାନ ଦେଶକୁ ସମ୍ରୁଦ ପାଣିରେ ବୁଡାଇ ଦେବ। ଏହି ଘଟଣା ସେତେବେଳେ ହେବ ଯେତେବେଳେ ଶାନ୍ତିକୁ ହଟାଇ ମହାମାରୀ, ଯୁଦ୍ଧ ଓ ବନ୍ୟାର ସ୍ଥିତି ରହିବ। ଏହି ଉଲକା ଦ୍ବାରା ବହୁ ଦେଶ ବୁଡିଯିବ। ଏହାର କେନ୍ଦ୍ର ଭାରତ ମହାସାଗର ବୋଲି କୁହାଯାଉଛି। ଏହାଦ୍ବାରା ମାଲଦ୍ବୀପ,ବ୍ରୁନୋଇ, ନ୍ୟୁଜିନି, ଫିଲିପିନ୍ସ, କମ୍ପୋଡିଆ, ଥାଇଲାଣ୍ଡ, ବର୍ମା, ଭାରତ, ଶ୍ରୀଲଙ୍କା, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ପାକିସ୍ତାନର ଉପକୂଳବର୍ତ୍ତୀ ସ୍ଥାନ ଏବଂ ଆରବ ସାଗରକୁ ଲାଗିଥିବା ଦେଶ ବନ୍ୟା ପ୍ରଭାବିତ ହେବେ। ଏହାଦ୍ବାରା ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ହେବ।

ଭାରତରେ ଜନ୍ମନେବ ବିଶ୍ବର ମୁକ୍ତିଦାତା। ୩ଆଡୁ  ସମୁଦ୍ର ଘେରି ହୋଇ ରହିଥିବା ସ୍ଥାନରେ ଏହି ମହାପୁରୁଷ ଜନ୍ମ ଗ୍ରହଣ କରିବ, ଯିଏକି ଗୁରୁବାର ନିଜର ଛୁଟି ଦିନ ବୋଲି ଘୋଷଣା କରିବ। ତାଙ୍କର ପ୍ରଶଂସା ଓ ପ୍ରସିଦ୍ଧି ଦ୍ବାରା ଶକ୍ତି ଓ କ୍ଷମତା ଆହୁରି ବଢିଯିବ। ଏହି ମହାପୁରୁଷଙ୍କ ନାମକ ଶରଣ କିମ୍ବା ବରଣ ନାମରେ ରହିବ। ସେ ଜଣେ ଶତ୍ରୁଙ୍କ ଉନ୍ମାଦକୁ ବାୟୁ ମାଧ୍ୟମରେ ସମାପ୍ତ କରିବ ଓ ଏହି କାର୍ଯ୍ୟାନୁଷ୍ଠାନରେ ୬ ଜଣଙ୍କର ମୃତ୍ୟୁ ହେବ।  ଭାରତରେ ଏଭଳି ବହୁ ପ୍ରସିଦ୍ଧ ନଦୀ ରହିଛି। ତାହା ଭିତରେ ଗଙ୍ଗା,ଯମୁନା, ସରସ୍ବତୀ, ଗୋଦାବରୀ, ନର୍ମଦା, କାବେରୀ, ବ୍ରହ୍ମପୁତ୍ର, କୃଷ୍ଣା ଆଦି ନଦୀ ରହିଛି। କିନ୍ତୁ ପଞ୍ଜାବ ଏଭଳି ଏକ କ୍ଷେତ୍ର ଯେଉଁଥିରେ ୫ଟି ନଦୀର ଭୂମି ବୋଲି କୁହାଯାଏ। ପଞ୍ଜାବ ଅର୍ଥାତ,ଯେଉଁଠି ୫ଟି ନଦୀ ବହିଥାଏ। ପୂର୍ବରେ ଏହାକୁ ପଞ୍ଚାନନ୍ଦ ପ୍ରଦେଶ ବୋଲି କୁହାଯାଏ। ତେଣୁ ଏଭଳି ମହାପୁରୁଷ ପଞ୍ଜାବରେ ଜନ୍ମ ହୋଇପାରନ୍ତି କିମ୍ବା ହୋଇସାରିଛନ୍ତି ବୋଲି କୁହାଯାଉଛି।

   ସମ୍ବନ୍ଧିତ ଖବର


‘କୋଭାକ୍ସିନ’ର ୩ୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମିଳିଲା ଅନୁମତି

ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ

ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

୯ ମାସ ହେଲା ଗାଏବ କିମ୍‌ ଜୋଙ୍ଗ ଉନ୍‌ଙ୍କ ପତ୍ନୀ : ଏମିତି ଚାଲିଛି ଗୁଜବ !