ବିବାହ ଅସମ୍ଭବ ଜାଣି ମଧ୍ୟ ସହମତିରେ ଶାରିରୀକ ସମ୍ପର୍କ ରଖନ୍ତି ତାହା ଦୁଷ୍ମର୍ମ ନୁହେଁ : ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ ୨୨।୮: ସୁପ୍ରିମ କୋର୍ଟ ଆପୋଷ ବୁଝାମଣାରେ ଶାରିରୀକ ସମ୍ପର୍କ ରଖିବା ଉପରେ ଦେଲେ ଏକ ମହତ୍ତ୍ବପୂର୍ଣ୍ଣ ଟିପ୍ପଣୀ। ସୁପ୍ରିମ୍‌ କୋର୍ଟ ରାୟ ଅନୁସାରେ, ବିବାହ ହେବ ନାହିଁ ଅର୍ଥାତ୍ ବିବାହ ଅସମ୍ଭବ ଜାଣି ସୁଦ୍ଧା ଯଦି ଜଣେ ମହିଳା ଅନ୍ୟ କୌଣସି ପୁରୁଷ ସହ ସହମତିରେ ଦୀର୍ଘ ଦିନ ଧରି ଶାରିରୀକ ସମ୍ପର୍କ ରଖନ୍ତି, ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଛନ୍ତି ବୋଲି ସେ ତାଙ୍କୁ ଦୋଷ ଦେଇ ପାରିବେ ନାହିଁ।

ସିଆର୍‌ପିଏଫ୍‌ର ଜଣେ ଡେପୁଟି କମାଣ୍ଡାଣ୍ଟ୍‌ଙ୍କ ବିରୋଧରେ ଜଣେ ସେଲ୍‌ ଟ୍ୟାକ୍ସ୍‍ର ଜଣେ ଆସିଷ୍ଟାଣ୍ଟ୍‌ କମିସନର୍‌ ଦାଏର କରିଥିବା ଦୁଷ୍କର୍ମ ମାମଲାକୁ ଖାରଜ କରିବା ବେଳେ ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଇନ୍ଦିରା ବାନାର୍ଜୀ ଏ ଭଳି ରାୟ ଶୁଣାଇଛନ୍ତି। ସେମାନେ ୬ ବର୍ଷ କାଳ ସମ୍ପର୍କରେ ଥିଲେ ଏବଂ ପରସ୍ପରଙ୍କ ଘରେ ବହୁଥର ରହିଥିଲେ। ସହମତିରେ ସମ୍ପର୍କ ଚାଲିଥିବା କଥା ଏଥିରୁ ଜଣାପଡୁଛି ବୋଲି ଅଦାଲତ କହିଛନ୍ତି।

୧୯୯୮ ମସିହାରୁ ସିଆର୍‌ପିଏଫ୍‌ ବ୍ୟକ୍ତିଙ୍କୁ ଜାଣିଥିବା ଅଭିଯୋଗକାରିଣୀ ଅଭିଯୋଗ କରିଛନ୍ତି କି, ବିବାହର ପ୍ରତିଶ୍ରୁତି ଦେଇ ସେ ୨୦୦୮ରୁ ତାଙ୍କ ସହ ଦୈହିକ ସମ୍ପର୍କ ସ୍ଥାପନ କରିଛନ୍ତି। ୨୦୧୬ ଯାଏଁ ଚାଲିଥିବା ଏହି ସମ୍ପର୍କ ସମୟରେ ଉଭୟ ଉଭୟଙ୍କ ଘରକୁ ଯାଇ ଦିନ ଦିନ ଧରି ଏକତ୍ର ରହୁଥିଲେ। ୨୦୧୪ରେ ଜାତି ପ୍ରସଙ୍ଗ ଉଠାଇ ସିଆର୍‌ପିଏଫ୍‌ ବ୍ୟକ୍ତି ଜଣକ ବିବାହ ସଂକ୍ରାନ୍ତରେ ଚିନ୍ତା ଉଦ୍ରେକ କରାଇଥିଲେ ବି ସମ୍ପର୍କ ଚାଲୁ ରହିଥିଲା। ଅନ୍ୟ ଜଣେ ଯୁବତୀଙ୍କ ସହ ନିର୍ବନ୍ଧ ହେଉଛି ବୋଲି ସିଆର୍‌ପିଏଫ୍‌ ବ୍ୟକ୍ତି କହିବା ପରେ ୨୦୧୬ରେ ସେ ତାଙ୍କ ବିରୋଧରେ ମାମଲା ରୁଜୁ କଲେ କାରଣ ସେ ଅନ୍ୟ ମହିଳା ଜଣଙ୍କୁ ନିର୍ବନ୍ଧ କରୁଛନ୍ତି ବୋଲି ତାଙ୍କୁ ସୂଚନା ମିଳିଥିଲା।

   ସମ୍ବନ୍ଧିତ ଖବର


ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ଡେଲିଭରୀ ଫିସ୍‌ ଦେଇ ପାରିଲେନି ମହିଳା– ୩ ହଜାର ଟଙ୍କାରେ ନବଜାତ ଶିଶୁକୁ ରଖିଲେ ଡାକ୍ତର

ଟିକଟକ୍ ଭିଡିଓ କରିବା ବାହାନାରେ ସାଙ୍ଗକୁ ହତ୍ୟାକଲା ନାବାଳକ,ଗୋଟିଏ ଝିଅକୁ ଦୁହେଁ ଭଲ ପାଉଥିଲେ

ବଡ଼ ଷ୍ଟାର ହେବାକୁ ଚାହୁଁଥିଲେ ଏହି ମଡେଲ୍‌ – ଆଖିରେ କରିଥିଲେ ଟାଟୁ , ହୋଇଗଲେ ଅନ୍ଧ

ପୋଲିସ ଧକ୍କା ଦେଇ ତଳେ ପକାଇବା ପରେ ଲାଠିରେ ମାଡ ମାରିଥିଲା: ରାହୁଲ

ରାହୁଲ ଗାନ୍ଧୀ ଗିରଫ, ପୋଲିସ-କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ବେଳେ ତଳେ ପଡିଗଲେ ରାହୁଲ ଗାନ୍ଧି, ହାଥରସ୍ ଯିବା ପୂର୍ବରୁ ରାହୁଲ-ପ୍ରିୟଙ୍କା ଗିରଫ