ଲିଙ୍ଗରାଜ ମନ୍ଦିର କାନ୍ଥରେ ନୋଟିସ୍; ନୂଆଗାଁ ମୌଜାରେ ବେଆଇନ ନିର୍ମାଣ ବନ୍ଦ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର ୪।୯: ଲିଙ୍ଗରାଜ ମନ୍ଦିର କାନ୍ଥରେ ଲାଗିଲା ନୋଟିସ୍ । ମନ୍ଦିର କାନ୍ଥରେ ଏହି ନୋଟିସ୍‌ ମାରିଛି ଦେବୋତ୍ତର ବିଭାଗ । ନୂଆଖାଇ ଛୁଟି ପାଇଁ ଲେଟର ନମ୍ବର ଓ ତାରିଖ ପଡିନଥିବା ସୂଚନା ମିଳିଛି । ଆଜି ସାନି ନୋଟିସ୍ କରାଯିବ ବୋଲି କହିଛି ଦେବୋତ୍ତର ବିଭାଗ । ବଡୁ ନିଯୋଗ ସମିତି ସମ୍ପାଦକଙ୍କ ଉଦ୍ଦେଶ୍ୟରେ ନୋଟିସ୍‌ ମରାଯାଇଛି । ନୂଆଗାଁ ମୌଜାରେ ବେଆଇନ ନିର୍ମାଣ ବନ୍ଦ କରିବାକୁ ଏହି ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଦୁଇ ଦିନ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ଗତକାଲି ସକାଳ ୭ଟାରୁ ଏଯାଏଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରଖିଛନ୍ତି ସେବାୟତମାନେ । ମହାପ୍ରଭୁଙ୍କ ଜମିରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ ଦାବିରେ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ଅଡ଼ି ବସିଛନ୍ତି । ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗଙ୍କ ଅସହଯୋଗରୁ ମନ୍ଦିରରେ ନୀତିକାନ୍ତି ହୋଇପାରିନି । ନିଜର ସ୍ବାର୍ଥ ପାଇଁ ମହାପ୍ରଭୁଙ୍କ ନୀତିକୁ ବଳି ପକାଇଦେଇଛନ୍ତି ଲିଙ୍ଗରାଜଙ୍କ ସେବାୟତ । ବଡୁ ନିଯୋଗ ଜମି ଜବରଦଖଲ କରିଥିବା ଅଭିଯୋଗରେ ସିଧାସଳଖ ପ୍ରଶାସନକୁ ଦାୟୀ କରିଛନ୍ତି ଉଭୟ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ।ନୂଆଗାଁ ମୌଜା ଗଙ୍ଗୁଆ ନାଳ ପାଖରେ ଥିବା ଜମିରୁ ଜବରଦଖଲ ଉଚ୍ଛେଦ ଦାବି ହୋଇଛି । ତେବେ ଲିଙ୍ଗରାଜ ଏତେ ସମୟ ଧରି ଓପାସ ରହିବାକୁ ନେଇ ଭକ୍ତମାନେ ଚିନ୍ତାରେ ଥିବାବେଳେ ଏହାକୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

   ସମ୍ବନ୍ଧିତ ଖବର


ରାଜ୍ୟରେ ଚିହ୍ନଟ ହେଲେ ୧୬୧୭ ଜଣ କରୋନା ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ଟପିଲା

୧୯୯୯ ମହାବାତ୍ୟା @ ୨୧: ‘ମନେ ପଡିଲେ ଏବେ ବି ଛାତି ଥରି ଉଠେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ’

ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍‌ ବୋଝେଇ ଟ୍ରକ୍‌, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଗଲେ ଡ୍ରାଇଭର

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ

ବାଲେଶ୍ୱର ସଦର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଜି

କୂଅରୁ ମା’, ପୁଅଙ୍କ ମୃତଦେହ ଉଦ୍ଧାର