ଚାରି ବିଶ୍ୱବିଦ୍ୟାଳୟ କୁଳପତି ପାଇଁ ବିଜ୍ଞପ୍ତି ପ୍ରକାଶ: ଉତ୍କଳ ଓ ଜିଏମ୍‌ ପାଇଁ ଜୁଲାଇ ୮ ଆବେଦନର ଶେଷ ସମୟ

ଭୁବନେଶ୍ୱର, ୨୧/୫: ରାଜ୍ୟର ଚାରିଟି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ଫକୀରମୋହନ (ଏଫ୍‌ଏମ୍‌) ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର (ଜିଏମ୍‌) ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ହୋଇଛି । ଉତ୍ତର ଓଡ଼ିଶାରେ କୁଳପତି ପଦ ପାଇଁ ଜୁଲାଇ ୧୭ ଓ ଏଫ୍‌ଏମ୍‌ ବିଶ୍ୱବିଦ୍ୟାଳୟ ପାଇଁ ଜୁଲାଇ ୧୩ ତାରିଖ ସୁଦ୍ଧା ଆବେଦନ ହେବ ।

ସେହିପରି ଉତ୍କଳ ଓ ଜିଏମ୍‌ ବିଶ୍ୱବିଦ୍ୟାଳୟ ପାଇଁ ଜୁଲାଇ ୮ ସୁଦ୍ଧା ଆବେଦନ କରିବାକୁ ଚିଠିରେ ଉଲ୍ଲେଖ ହୋଇଛି । ବିଜ୍ଞପ୍ତି ଅନୁସାରେ କୁଳପତି ପଦ ପାଇଁ ଯେଉଁ ପ୍ରଫେସର ଆବେଦନ କରିବେ ସେମାନଙ୍କ ବୟସ ୧ ଅକ୍ଟୋବର ୨୦୨୦ ସୁଦ୍ଧା ୬୨ ବର୍ଷରୁ କମ୍‌ ହୋଇଥିବ । ଏହା ସହ ତାଙ୍କର ୧୦ ବର୍ଷ କିମ୍ବା ଅଧିକ ସମୟ ପ୍ରଫେସର ଭାବେ କାର୍ଯ୍ୟର ଅଭିଜ୍ଞତା ଥିବ । ତିନିବର୍ଷ ପାଇଁ କୁଳପତି ଭାବେ ନିଯୁକ୍ତି ପାଇବେ ।

   ସମ୍ବନ୍ଧିତ ଖବର


ମାଡ଼ିଗଲା ଟ୍ରକ୍, ଚାଲିଗଲା ଜଣଙ୍କ ଜୀବନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇଟି ବାଇକ୍‌ ମୁହାମହିଁ ଧକ୍କା, ଜଣେ ମୃତ

ବୁଲା କୁକୁର ଶୂନ୍ୟ ହେବ ଶ୍ରୀକ୍ଷେତ

ବନ୍ଧା ହେବେ ବୁଲା ଷଣ୍ଢ, ଗାଈଙ୍କୁ ମାଫ୍‌ – ସଫଳ ହୋଇପାରୁନି ବୁଲା ଗୋରୁମୁକ୍ତ ସହର ଅଭିଯାନ

୪ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ କଲା ପୋଲିସ୍, ଭଡ଼ାଘରେ ଚାଲିଥିଲା କାରବାର

ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..