PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ଅଷ୍ଟ୍ରେଲିଆନ ଓପନ ୨୦୨୨ ଖେଳିବେନି ଜୋକଭିକ୍; ୩ ବର୍ଷ ପାଇଁ ଅଷ୍ଟ୍ରେଲିଆ ପ୍ରବେଶରେ ଲାଗିପାରେ ବ୍ୟାନ୍‌

ନୂଆଦିଲ୍ଲୀ: ମହାନ ଟେନିସ୍ ଖେଳାଳି ନୋଭାକ ଜୋକୋଭିଚ୍‌ଙ୍କୁ ଶକ୍ତ ଝଟକା। ଅଷ୍ଟ୍ରେଲିଆନ ଓପନ ୨୦୨୨ ଖେଳିବେନି ଜୋକଭିକ୍। ତେବେ କିଛି ଘଣ୍ଟା ପୂର୍ବରୁ ଜୋକଭିକ୍ ଅଷ୍ଟ୍ରେଲିଆ ଓପନ ଖେଳିବା ନେଇ କ୍ରୀଡ଼ା ଆୟୋଜକମାନେ ସୂଚନା ଦେଇଥିଲେ। ସୋମବାର ତାଙ୍କର ପ୍ରଥମ ମୁକାବିଲା ସର୍ବିଆର ଜଣେ ଖେଳାଳିଙ୍କ ସହିତ ହୋଇଥାନ୍ତା। ହେଲେ ଏବେ ଯେଉଁ ସୂଚନା ମିଳିଛି ସେଥିରେ ଜୋକଭିକ୍ ନିରାଶ ହୋଇଛନ୍ତି।

ଅଷ୍ଟ୍ରେଲିଆ ସରକାର ଦ୍ୱିତୀୟ ଥର ପାଇଁ ଜୋକଭିକ୍‌ଙ୍କ ଭିସା କ୍ୟାନସଲ କରିଥିଲେ। ଏହା ବିରୋଧରେ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟରେ ସେ କେସ୍ ହାରିଯାଇଛନ୍ତି। ତେଣୁ ତାଙ୍କୁ ବାଧ୍ୟ ହୋଇ ମେଲବର୍ଣ୍ଣରୁ ଫେରିବାକୁ  ପଡ଼ିବ। ୨୦ ଥର ଗ୍ରାଣ୍ଡସ୍ଲାମ ଜିତି ସାରିଥିବା ମହାନ ଟେନିସ ଖେଳାଳି ନୋଭାକ ଜୋକଭିକ୍‌ ଏଥର ଅଷ୍ଟ୍ରେଲିଆନ ଓପନରୁ ଭାଗ ନେଇ ପାରୁ ନଥିବାରୁ ଏହା ତାଙ୍କୁ ଗଭୀର ଆଘାତ ଦେଇଛି।

ତେବେ କୋର୍ଟ ମାମଲାର ଶୁଣାଣି କରି ଜୋକଭିକ୍‌ଙ୍କ ଭିସା କ୍ୟାନସଲ ନିଷ୍ପତ୍ତିକୁ ବଳବତ୍ତର ରଖିଛନ୍ତି। କେବଳ ସେତିକି ନୁହେଁ ଜୋକଭିକ୍‌ଙ୍କ ପାଇଁ ୩ ବର୍ଷ ଅଷ୍ଟ୍ରେଲିଆରେ ପ୍ରବେଶ ଉପରେ ବ୍ୟାନ ଲାଗିବାର ଆଶଙ୍କା ରହିଛି।  

ଯେପର୍ଯ୍ୟନ୍ତ ତାଙ୍କୁ ଅଷ୍ଟ୍ରେଲିଆରୁ ବିଦା ନକରାଯାଇଛି ସେ ପର୍ଯ୍ୟନ୍ତ ସେ ନଜରବନ୍ଦୀରେ ରହିବେ। ନିର୍ବାଶିତ ଆଦେଶରେ ଅଷ୍ଟ୍ରେଲିଆରୁ ଫେରିବା ପରେ ୩ ବର୍ଷ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପ୍ରବେଶ ଉପରେ ମଧ୍ୟ ବ୍ୟାନ ଲାଗିବାର ନିୟମ ରହିଛି। ଜୋକଭିଚ୍ ଟିକା ନନେଇ ଅଷ୍ଟ୍ରେଲିଆ ଆସିଥିବାରୁ ସେଠାକାର ସରକାର ତାଙ୍କ ଭିସା କ୍ୟାନ୍‌ସଲ କରିଥିଲେ। ଏହାପରେ ଜୋକଭିକ୍‌ଙ୍କ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।