ଟେନିସର ଭବିଷ୍ୟତ ପାଇଁ ଏକାଠି ହେଲେ ଜୋକୋଭିକ୍, ନାଡାଲ ଓ ଫେଡରର: ତଳୁଆ ରାଙ୍କ ଖେଳାଳିଙ୍କୁ କରିବେ ଆର୍ଥିକ ସାହାଯ୍ୟ

ନୂଆଦିଲ୍ଲୀ,୨୦।୬: କରୋନା ଭାଇରସ୍ ଏବେ ସାରା ବିଶ୍ବର ଅର୍ଥବ୍ୟବସ୍ଥାକୁ କରିଛି ନଷ୍ଟ। ବଡ ବଡ ଉଦ୍ୟୋଗପତି ଏବଂ ପ୍ରତିଷ୍ଠିତ କମ୍ପାନୀ ଗୁଡିକ ଏବେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛନ୍ତି। କେବଳ ସାଧାରଣ ଲୋକଙ୍କ ଉପରେ ଏହି ଲକଡାଉନର ପ୍ରଭାବ ପଡିଛି ତାହା ନୁହେଁ ବଂର କ୍ରୀଡା ଜଗତରେ ମଧ୍ୟ ପକାଇଛି। ଏହାକୁ ଦୃଷ୍ଟିରେ ରଖି  ଟେନିସ ଦୁନିଆର ନଂ-୧ ଖେଳାଳି ନୋଭାକ୍ ଜୋକୋଭିକଙ୍କ କହିବା ଅନୁସାରରେ, ରୋଜର ଫେଡେରର ଓ ରାଫେଲ ନାଡାଲଙ୍କ ସହିତ ମିଶି ତଳ ରାଙ୍କର ଖେଳାଳିଙ୍କୁ ଆର୍ଥିକ ସହାୟତା କରିବାର ଯୋଜନା କରୁଛି। କରୋନା କାରଣରୁ ସମସ୍ତ ଇଭେଣ୍ଟ ଏବେ ରଦ୍ଦ ହୋଇଯାଇଛି।

ଜୋକୋଭିକଙ୍କ କହିବା ଅନୁସାରେ, ସେ  ଏ ବିଷୟରେ ଫେଡେରର ଓ ନାଡାଲଙ୍କ ସହିତ କଥା ହୋଇଛି। ଆମେ ଟେନିସର ଭବିଷ୍ୟତ ବିଷୟରେ ବହୁତ କିଛି କଥା ହୋଇଛୁ। ଆମେ କିଭଳି ଆମର ତଳ ରାଙ୍କର ଖେଳାଳିଙ୍କୁ ସାହାର୍ଯ୍ୟ କରିବା ତାହା ବାଟ ଖୋଜିବା ପାଇଁ ଏକ ପାଣ୍ଠି ଗଠନ କରାଯିବ।

ଜୋକୋଓ୍ବିଜଙ୍କ କହିବା ଅନୁସାରେ, ଯେଉଁ ଖେଳାଳିଙ୍କ ରାଙ୍କିଙ୍ଗ ୨୦୦,୨୫୦, ୭୦୦ କିମ୍ବା ୧୦୦ ଆଖପାଖ ଓ ଫେଡେରେସନ୍ ସର୍ପୋଟ କରୁନାହିଁ ସେମାନେ ଖେଳ ଛାଡିବାର ଭାବୁଛନ୍ତି। ଖେଳାଳି, ଏଟିପି ଟୁର ଓ ୪ଟି ଗ୍ରାଣ୍ଡସ୍ଲାମ ମିଶାଇ ଖେଳାଳିଙ୍କ ରିଲିଫ ପାଣ୍ଠିକୁ ଯୋଗଦାନ କରିବୁ।  ୨୩ରୁ ୩୫ କୋଟି ପର୍ଯ୍ୟନ୍ତ ଟଙ୍କା ଏକାଠି କରିପାରିବୁ ବୋଲି ସେ କହିଛନ୍ତି।

   ସମ୍ବନ୍ଧିତ ଖବର


୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ

ଭାରତରେ ନିଲାମ ହେଲା ସବୁଠାରୁ ଦାମୀ ଚା’, କେଜିକୁ ରହିଛି ଏତେ ଟଙ୍କା

କେନ୍ଦ୍ର ସରକାରଙ୍କ କଡା ନିୟମ: ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଜରିମାନା, ୫ ବର୍ଷ ଜେଲ୍‌ ଦଣ୍ଡ…

ଚଳିତ ବର୍ଷ ପ୍ରବଳ ଶୀତ, ଜାଣନ୍ତୁ ‘ଲା ନିନା’ ଓ ’ଏଲ ନିନୋ’ର କ’ଣ ରହିଛି ପ୍ରଭାବ?

ଆଖି ବିନ୍ଧା ହେବାରୁ ହସ୍ପିଟାଲ ପହଁଞ୍ଚିଲେ ମହିଳା, ଡାକ୍ତର ବାହାର କଲେ ୨୦ଟି ଜୀଅନ୍ତା ପୋକ