PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର ମଣ୍ଡଳ କାରାଗାରରେ ଜେଲର ଓ ଆଡମିସନ୍ ଅଧିକାରୀଙ୍କୁ ଓ୍ବାର୍ଡରଙ୍କ ମାଡ, ଥାନାରେ ମାମଲା
  • ||
  • ସମ୍ବଲପୁର: ରାଜପଥରେ ଯାତ୍ରା କରୁଥିବା ଯାନଗୁଡିକ ଡକାୟତି ଉଦ୍ଦେଶ୍ୟରେ ଢ଼ାବାକୁ ବ୍ୟବହାର କରୁଥିଲେ ମାଲିକ, ବେଆଇନ ଅତିକ୍ରମଣ ଏବଂ ଅପରାଧ ପାଇଁ ଢ଼ାବାକୁ ଭାଙ୍ଗିଲା ଜୁଜୁମୁରା ଥାନା
  • ||
  • ଭଦ୍ରକ : ଧାନ କିଣା ହୋଇ ନପାରିବାରୁ ବିଷ ପିଇଲେ ଚାଷୀ, ଟୋକନ ଥିବା ସତ୍ତ୍ଵେ ଧାନ କିଣିଲାନି ଏସଏଚଜି, ଗ୍ରାମାଞ୍ଚଳ ଥାନା ବନ୍ଧଗାଁ ମଣ୍ଡି ଆଗରେ ବିଷ ପିଇଲେ ଚାଷୀ
  • ||
  • ଭଦ୍ରକ: ଧାନ ସଂଗ୍ରହ କେନ୍ଦ୍ରରେ ବିଷ ପିଇଲେ ଚାଷୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ବିଧାନସଭାରେ ପାରିତ ହେଲା ଶ୍ରୀମନ୍ଦିର ସଂକଳ୍ପ, ବାଚନିକ ଭୋଟରେ ପାରିତ ହୋଇଥିବା ବାଚସ୍ପତି ଘୋଷଣା, ସଂକଳ୍ପ ଆଗତ ବେଳେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ମାର୍ଶାଘାଇ: ଜାତୀୟ ରାଜପଥରେ ଟ୍ରକ୍ ଡ୍ରାଇଭରଙ୍କୁ ରକ୍ତାକ୍ତ କରି ଲୁଟ୍ ଓ ରାହାଜାନୀ ଘଟଣା, ୪ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତ ବାନ୍ଧିଲା ପୁଲିସ
  • ||
  • ଭୁବନେଶ୍ବର: ଟିକାକରଣ ପାଇଁ ୨୨ଟି ହସ୍ପିଟାଲ ମନୋନୀତ, ୧୦ଟି ଘରୋଇ ଓ ୧୨ଟି ସରକାରୀ ହସ୍ପିଟାଲରେ ଦିଆଯିବ ଟିକା, ସୂଚନା ଦେଲେ ବିଏମ୍‌ସି କମିଶନର
  • ||
  • ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ କରିପାରନ୍ତି ବଡ଼ ଘୋଷଣା, ଘୋଷଣା ଉପରେ ସମସ୍ତଙ୍କ ନଜର
  • ||
  • ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଘେରି ମାଛ ଚାଷ ବା କେଜ୍ କଲଚରକୁ ବିରୋଧ, ଆନ୍ଦୋଳନକୁ ଓହ୍ଲାଇବ ବୁଡି ଅଞ୍ଚଳ ସଂଗ୍ରାମ ସମିତି
  • ||
  • ପାରାଦୀପ : ୧୦ ଗ୍ରାମର ବ୍ରାଉନସୁଗାର ଜବତ କଲା ପାରଦୀପ ଅବକାରୀ ବିଭାଗ
  • ||
  • ସମ୍ବଲପୁର: ଭିସୁଟରେ ୨୫ ଛାତ୍ର କରୋନା ପଜିଟିଭ, ପ୍ରଥମ ଶ୍ରେଣୀ ପାଠପଢା ବାତିଲ, ଜିଲ୍ଲାପାଳଙ୍କ ଘଟଣାସ୍ଥଳରେ ଅନୁଧ୍ୟାନ
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୨୦ଟି ସାଇନ୍ସ ପାର୍କ, ପ୍ରଥମ ପର୍ଯ୍ୟାୟରେ ୧୦ଟି ଓ ଦ୍ଵିତୀୟ ପର୍ଯ୍ୟାୟରେ ୧୦ଟି ସାଇନ୍ସ ପାର୍କ ନିର୍ମାଣ ହେବ, ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା
  • ||
  • ଯାଜପୁର : ଯୋଡିକୁଅ ଛକ ନିକଟରେ ଗଛ କଟାଯାଉଥିବା ବେଳେ ଅଘଟଣ, ଗଛ ପଡି ୭ ବର୍ଷର ବାଳକ ମୃତ, ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି
  • ||
  • ଭଦ୍ରକ : ଧାନ ବିକ୍ରିରେ ଅନିୟମିତତା, ଦଲାଲଙ୍କୁ ପ୍ରଶୟ ଦେଇ ଚାଷୀଙ୍କ ଠାରୁ ଧାନ କିଣୁନି ସମବାୟ ସମିତି, ଆନନ୍ଦପୁର ଏନଏଚ ୫୩ ବସନ୍ତିଆ ଛକରେ ଧାନବସ୍ତା ରଖି ରାସ୍ତାରୋକ କଲେ ଶତାଧିକ ଚାଷୀ
  • ||
  • ମାଲକାନାଗିରି : ମାଓ ଯୋଜନା ପଣ୍ଡ, ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର୍ ଜିଲ୍ଲାରେ ମର୍କାନାର-ବଡ଼ପରା ରାସ୍ତା ନିକଟରେ ଆଇଇଡି ଠାବ କଲେ ବି.ଏସ.ଏଫ୍ ଯବାନ
  • ||
  • ରାୟଗଡ଼ା: କାଶୀପୁର ବ୍ଲକ ବଡପୁକେଲ ଗ୍ରାମରେ ହାଜି ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ଵର : ୫ଟି ହାଇ ରିସ୍କ ରାଜ୍ୟ ଫେରନ୍ତାଙ୍କ ଉପରେ କଡା ନଜର, ୭ ଦିନ ହୋମ ଆଇସୋଲେସନରେ ରହିବେ ଏହି ୫ ରାଜ୍ୟ ଫେରନ୍ତା, ସମସ୍ତ ଜିଲ୍ଲାପାଳ, ପୌରାଞ୍ଚଳ କମିଶନଙ୍କୁ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
  • ||
  • ବ୍ରହ୍ମପୁର : ଆନ୍ଧ୍ରପ୍ରଦେଶକୁ ବାଲି ଚୋରା ଚାଲାଣ ବେଳେ ଚଢାଉ, ୮ଟି ବାଲି ବୋଝେଇ ହାଇୱା ଜବତ କଲା ଛତ୍ରପୁର ପୋଲିସ
  • ||
  • ଜଳେଶ୍ଵର : ଆଜି ପଦ୍ମଭୂଷଣ ମନୋଜ ଦାସଙ୍କ ଜନ୍ମଦିନ, ସେ ଏକାଧାରାରେ ଜଣେ ଦାର୍ଶନିକ, ଜଣେ ଚିନ୍ତକ-ଲେଖକ, ସେ ଜଣେ ଅଗ୍ରଣୀ ଦ୍ୱିଭାଷୀ ଓଡିଆ ଲେଖକ
  • ||
  • କୋରାପୁଟ: ନାରାୟଣ ପାଟଣା ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ମାଓ ସାମଗ୍ରୀ ଜବତ, ୬୦ଟି ଜିଲେଟିନ,୫୦ଟି ଇଲେକଟ୍ରିକ ଡିଟୋନେଟର,୫ ବଣ୍ଡେଲ ବିଦ୍ୟୁତ ତାର,୨.୫ କେଜି ଗନ ପାଉଡର ଜବତ କଲା ବିଏସଏଫ
  • ||

ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ – ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ସୂଚନା

ଭୁବନେଶ୍ୱର – ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ । ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ବର୍ତ୍ତମାନ ସମୟରେ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନି ବୋଲି ଗଣ ଶିକ୍ଷାମନ୍ତ୍ରୀ କହିଛନ୍ତି । ଏବେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଜାରି ରହିଛି । କରୋନା ସଂକ୍ରମଣ ବଢ଼ୁଥିବାରୁ ଏହି ସ୍ଥିତିକୁ ନେଇ ନିଷ୍ପତ୍ତି ନେବାରେ ବିଳମ୍ୱ ହୋଇଛି ।

ଉଲ୍ଲେଖନୀୟ ୟେ ବର୍ତ୍ତମାନ ସମୟରେ ଦେଶର ବିଭିନ୍ନ ରାଜ୍ୟରେ କରୋନା ପୁନଃ ସଂକ୍ରମଣ ବୃଦ୍ଧି ପାଇଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ସଚେତନମୂଳକ ପଦକ୍ଷେପ ନେଇଛନ୍ତି ।  ମହାରାଷ୍ଟ୍ର ଓ ଗୁଜରାଟରେ ପୁଣି କରୋନା ସ୍ଥିତି ଜଟିଳ ହୋଇଛି । ଏଥିପାଇଁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ପାଇଁ ନିଷ୍ପତ୍ତି ନିଆଯାଇ ନାହିଁ ।

ସେପଟେ ଗତକାଲି ସୁଦ୍ଧା ରାଜ୍ୟରେ ୧୮ଟି ଜିଲ୍ଲାରୁ ୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୮ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୭୦୫ କୁ ବଢ଼ିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।