ଏବେ ଘରେ ଲାଳରୁ କରିହେବ କରୋନା ପରୀକ୍ଷଣ, ନୂଆ ଟେଷ୍ଟ କିଟକୁ FDA ର ମଞ୍ଜୁରୀ

ନୂଆଦିଲ୍ଲୀ,୮।୫:  କରୋନା ଭାଇରସର ପ୍ରକୋପ ବିଶ୍ବର ବହୁ ଦେଶରେ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ କିଛି ସ୍ତାନରେ ଏହା ଭୟଙ୍କର ରୂପ ନେଇଛି। ଆମେରିକାର ସ୍ଥିତି ସବୁଠାରୁ ଖୁବ୍ ଖରାପ ରହିଛି।  ସେଠାରେ ଏବେ ୧୩,୨୨,୧୫୪ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି।ସେମାନଙ୍କ ଭିତରୁ ୭୮,୬୧୬ ଲୋକ ଗମ୍ଭୀର ସଂକ୍ରମଣ କାରଣରୁ ମୃତ୍ୟୁ ହୋଇସାରିଛନ୍ତି। ଆମେରିକାରେ ପ୍ରତିଦିନ ନୂଆ ମାମଲା ସାମନାକୁ ଆସିବାରେ ଳାଗିଥିବା ବେଳେ ଏହା ଥମୁନାହିଁ। ସାରା ବିଶ୍ବରେ ୨,୭୬,୨୩୭ ଜଣଙ୍କର ମୃତ୍ୟୁ ହୋଇଛି।

ଏହା ଭିତରେ ବିଶ୍ବର ବହୁ ବୈଜ୍ଞାନିକ କରୋନାର ଚିକିତ୍ସା ପାଇଁ ଭ୍ୟାକସିନ୍ ତିଆରି କରିବା ନେଇ ଗବେଷଣା ଜାରି ରଖିଛନ୍ତି। ଏହାଛଡା ଖୁବ୍ ଶୀଘ୍ର ଟେଷ୍ଟ ରେଜଲ୍ଟ ହାସଲ କରିବା ନୂଆ ନୂଆ ପ୍ରଣାଳୀ ଖୋଜା ଯାଉଛି। ଏହି କ୍ରମରେ ଆମେରିକାର ଫୁଡ ଆଣ୍ଡ ଡଗ୍ ଆଡମିନଷ୍ଟେ୍ରସନ୍ (ଏଫଡିଏ) ଏବେ ଘରେ ଲାଳ ଜରିଆରେ କରୋନା ଟେଷ୍ଟ କରିବର ନୂଆ କିଟକୁ ଟେଷ୍ଟିଂ ପାଇଁ ମଞ୍ଜୁରୀ ପ୍ରଦାନ କରିଛି।

ଲାଳ ଜରିଆରେ କରୋନା ଯାଞ୍ଚ କରିବା ପାଇଁ ଏହି ଟେଷ୍ଟ କିଟ୍ ରୁଟଗର୍ସ ୟୁନିଭର୍ସିଟିର ଲ୍ୟାବ୍ ଆରୟୁସିଡିଆର ଇନଫାଇନାଇଟ୍ ବାୟୋଲୋଜିକ୍ସ ଓ ସ୍ପେକଟ୍ରମ ସଲ୍ୟୁସନ୍ ଓ ଆକ୍ୟୁରେଟ୍  ଡାଇଗ୍ନୋଷ୍ଟିକ୍ ମିଶାଇ ତିଆରି କରାଯାଇଛି। ଏହି କିଟରୁ ଯାଞ୍ଚର ମୂଲ୍ୟ ୧୦୦ ଡଲାର( ପ୍ରାୟ ୭୫୪୯) ଧାର୍ଯ୍ୟ କରାଯାଇଛି। ଏହାକୁ ବ୍ୟବହାର କରିବା ପାଇଁ ଡାକ୍ତରଙ୍କ ଅନୁମତି ନେବା ଖୁବ୍ ଜରୁରୀ। ଏଭଳି ଯାଞ୍ଚ କିଟକୁ ପ୍ରଥମ ଥର ପାଇଁ ମଞ୍ଜୁରୀ ମିଳିଛି।

   ସମ୍ବନ୍ଧିତ ଖବର


ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର

ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍

କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି