ଏବେ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍

କଟକ ୦୩/୦୪: ରାଜ୍ୟ ପଷ୍ଠ କରୋନା ରୋଗୀ କଟକ ଚିହ୍ନଟ୍ ହେବା ପରେ ଆଜି ରାତି ୮ଟାରୁ ଟ୍ବିନ୍ ସିଟି ସହିତ ଭଦ୍ରକ ସହରକୁ ପୂରା ସଟ୍ ଡାଉନ୍‌ କରାଯାଇଛି। ଷଷ୍ଠ କରୋନା ପଜିଟିଭ୍‌ କଟକରେ ଚିହ୍ନଟ ପରେ ତୁରନ୍ତ ମୁଖ୍ୟ ଶାସନ ସଚିବ ଏହି ନିଷ୍ପତ୍ତି ନେଇଛନ୍ତି । ଟ୍ୱିଟ୍‌ କରି ସେ ଏହି ନିଷ୍ପତ୍ତି ଜଣାଇଛନ୍ତି।  ୪୮ଘଣ୍ଟା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ସଂପର୍କରେ ସୂଚନା ଦେଇଥିଲେ ପରେ ଡିଜିପି ଅଭୟ ଏହା ଏକ ପ୍ରକାର କର୍ଫ୍ୟୁ ବୋଲି କହିଛନ୍ତି ଏବଂ ଏହା ଭିତରେ ହେବାକୁ ଥିବା କଟକଣା ସଂପର୍କରେ ସୂଚନା ଦେଇଛନ୍ତି।

ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ବା ସଟ୍‌ଡାଉନ୍‌ ସମୟରେ ପୂର୍ବରୁ ଥିବା କିଛି ଜରୁରୀ ସେବାରେ ବି ଲାଗିବ ରୋକ୍‌ । ଡାଲି ଚାଉଳ ବା ତେଜରାତି ଦୋକାନ ସହ , ମାଛ, ମାଂସ ଆଦି ଆମିଷ ଦୋକାନ,ପରିବା ଦୋକାନ , କ୍ଷୀର ବୁଥ୍‌ ବି ବନ୍ଦ ରହିବ । କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନ ଖୋଲାରହିବ । ନିୟମ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇପାରେ । କଟକ ସଟ୍‌ଡାଉନ୍‌ ନିଷ୍ପତ୍ତି ପରେ ଏବେ ଦୈତନଗରୀ ସମ୍ପର୍ଣ୍ଣ ସଟ୍‌ଡାଉନ୍‌ ।

ସୂଚନା ମୁତାବିକ, ଷଷ୍ଠ କରୋନା ପଜିଟିଭ୍‌ଙ୍କ ପୂର୍ବରୁ ପଞ୍ଚମ କରୋନା ପଜିଟିଭ୍‌ ବ୍ୟକ୍ତିଜଣଙ୍କ ସାରା ରାଜ୍ୟ ପାଇଁ ଆତଙ୍କର କାରଣ ହୋଇଛନ୍ତି । ଗତକାଲି ଠାରୁ ଭୁବନେଶ୍ୱର ସୂର୍ଯ୍ୟନଗରକୁ ସିଲ୍‌ କରାଯାଇଥିବା ବେଳେ ଆଜି ରାତି ୮ଟାରୁ ସାରା ଭୁବନେଶ୍ୱର ସମେତ ଭଦ୍ରକ ଜିଲ୍ଲାରେ ୪୮ଘଣ୍ଟିଆ ଲକ୍‌ଡାଉନ୍‌ (କର୍ଫ୍ୟୁ ଭଳି) ଲାଗୁ ହେବ ବୋଲି ଘୋଷଣା ହୋଇଛି । ଅନ୍ୟପକ୍ଷରେ ପ୍ରଥମ ଓ ଦ୍ୱିତୀୟ କରୋନା ପଜିଟିଭ୍‌ ଡାକ୍ତରଖାନାରୁ ଘରକୁ ଫେରିଥିବା ବେଳେ ଚତୁର୍ଥ ଓ ପଞ୍ଚମ କରୋନା ସଂକ୍ରମିତ ବ୍ୟକ୍ତି ଦୁଇଜଣ ଚିକିତ୍ସାଧୀନ ଅଛନ୍ତି । ଉଭୟଙ୍କ ବୟସ ୬୦ବର୍ଷ ବୋଲି ଜଣାଯାଇଛି । କିଛି ସମୟ ତଳେ ଚିହ୍ନଟ ଷଷ୍ଠ କରୋନା ସଂକ୍ରମିତ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି ।

   ସମ୍ବନ୍ଧିତ ଖବର


WHOର ଚେତାବନୀ ! ଭାରତରେ ଫାଟିବ କରୋନା ବୋମା

କରୋନା-ଶାରିରୀକ ସମ୍ପର୍କ ରଖିବା ସମୟରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ ହାଭାର୍ଡର ଗବେଷକ

ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ

ଜୁଲାଇ ୧୫ ସୁଦ୍ଧା ସବୁ ସ୍କୁଲରେ ପିଲାଙ୍କ ନାମଲେଖା ସରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ

ଆଜିଠୁ ଏସ୍‌ସିବିରେ ପିଜି ପରୀକ୍ଷା ଆରମ୍ଭ, ହୋଇଛି ଆଇସୋଲେସନ୍‌ ହଲ୍‌ ବ୍ୟବସ୍ଥା