ପ୍ରମୁଖ ଖବର
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ରୋଗୀଙ୍କ ପାଖରେ ଟଙ୍କା ନଥିଲେ ବି ଡାକ୍ତରଙ୍କୁ କରିବାକୁ ପଡ଼ିବ ଚିକିତ୍ସା, ଆସିଲା ନୂଆ ଆଇନ

ନୂଆଦିଲ୍ଲୀ ୨୪।୮: ଯଦି ଆପଣ କୈାଣସି ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି ଆଉ ଉପଚାର କରିବା ପାଇଁ କୈାଣସି ହସ୍ପିଟାଲ କିମ୍ବା କ୍ଳିନିକ୍ ଯାଉଛନ୍ତି ତେବେ ଡାକ୍ତରଙ୍କ କାମ ସେ ଆପଣଙ୍କର ଚିକିତ୍ସା ନିହାତି କରିବେ। ତାହା ପୁଣି ପୁରାପୁରା ସତର୍କତା ଭାବେ ସେ ତାଙ୍କର କାର୍ଯ୍ୟ ପାଳନ କରିବେ ଏହା ବାଧ୍ୟତାମୂଳକ। ଯଦି ଡାକ୍ତର ରୋଗୀର ଚିକିତ୍ସା କରିବାକୁ ମନା କରିଦେଉଛନ୍ତି, ତାହେଲେ ଆପଣ ଆଇନର ସାହାଯ୍ୟ ନେଇ ତାଙ୍କୁ ଉଚିତ ଶିକ୍ଷା ଦେଇପାରିବେ। ସମ୍ବିଧାନର ଧାରା ୨୧ ଆଧାରରେ ଥିବା ମୈାଳିକ ଅଧିକାରରେ ଉପଚାର ପାଇବାର ଅଧିକାର ବି ସାମିଲ ଅଛି।

{"id":38230,"width":688,"height":457}

ପରମାନନ୍ଦ କଟାରା ବନାମ ୟୁନିଅନ ଅଫ୍ ଇଣ୍ଡିଆ ମାମଲାରେ ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି କି, କୈାଣସି ବି ଡାକ୍ତର କିମ୍ବା ହସ୍ପିଟାଲରେ ଗୁରୁତର ଆହତ ହୋଇଥିବା ରୋଗୀଙ୍କୁ ଉପଚାର କରିବା ପାଇଁ ମନା କରିପାରିବେ ନାହିଁ। ଯଦି ରୋଗୀଙ୍କ ପାଖରେ ଟଙ୍କା ନାହିଁ ତାହେଲେ ବି ଡାକ୍ତର କିମ୍ବା ହସ୍ପିଟାଲ ତାଙ୍କର ଉପଚାର କରିବା ପାଇଁ ମନା କରିପାରିବେ ନାହିଁ କି ବିଳମ୍ବରେ ଚିକିତ୍ସା  କରିପାରିବେ ନାହିଁ।

{"id":38231,"width":686,"height":403}

ଡାକ୍ତରଙ୍କ ପ୍ରଥମ ପ୍ରାଥମିକତା ହେଉଛି ରୋଗୀଙ୍କୁ ତତ୍କାଳ ଚିକିତ୍ସା କରିବା ଯେମିତି କି ତାର ଜୀବନ ବଂଚି ପାରିବା ସହିତ କୈାଣସି କ୍ଷୟକ୍ଷତି ହେବ ନାହିଁ। ମେଡିକାଲ କାଉନସିଲର ପ୍ରୋଫେସନଲ୍ କଣ୍ଡକ୍ଟ ରେଗୁଲେସନ୍ ଆଧାରରେ ଚିକିତ୍ସକଙ୍କୁ ବି ରୋଗୀର ଚିକିତ୍ସା କରିବାକୁ ପଡ଼ିବ। ଆଉ ଯଦି ମନା କରଦିଅନ୍ତି ତେବେ ଚିକିତ୍ସକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.