ପ୍ରମୁଖ ଖବର
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଏଥର ଅନଲାଇନରେ ବୁକିଂ କରିପାରିବେ ନିଜ ପସନ୍ଦର ସିଟ୍; ମୋବାଇଲରେ ଜଣାପଡ଼ିବ କେଉଁ ବଗିରେ କେତେ ସିଟ୍ ଅଛି ଖାଲି

ରେଳ ବିଭାଗ ପକ୍ଷରୁ ରିଜର୍ବେସନ୍ ବା ସଂରକ୍ଷଣ ଚାର୍ଟର ସୁବିଧାକୁ ଅନଲାଇନ୍ କରି ଦିଆଯାଇଛି। ଏବେ ଆପଣ ନିଜ ମୋବାଇଲରେ ହିଁ ଜାଣିପାରିବେ କି ଟ୍ରେନର କେଉଁ ବଗିରେ କେତେ ସିଟ୍ ଖାଲି ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ସଂରକ୍ଷଣ ଚାର୍ଟ ତିଆରି କରିବା ପରେ ଆପଣ ଖାଲି ଥିବା ସିଟଗୁଡ଼ିକର ତଥ୍ୟ ସଂରକ୍ଷଣ କାଉଣ୍ଟରରୁ ନେଇପାରିଥାନ୍ତେ କିନ୍ତୁ ଏବେ ଏହି କାମକୁ ମୋବାଇଲରେ ହିଁ କରିପାରିବେ।

{"id":11727,"width":740,"height":411}

ଏହାର ଅନ୍ୟ ଏକ ଫାଇଦା ହେଉଛି କି, ସିଟ ବିଷୟରେ ଜାଣିବା ପାଇଁ ହେଲେ ଟିଟିଆଇ ପାଖକୁ ଯିବାକୁ ପଡ଼ିବନାହିଁ। ଯାତ୍ରୀଙ୍କୁ ନିଜ ମୋବାଇଲରେ ଏହା ବି ଜଣାପଡ଼ିଯିବ କି, କେଉଁ ବଗିରେ କେଉଁ ବର୍ଥ ଖାଲି ଅଛି। ଆପଣ ଅନଲାଇନରେ ନିଜ ପସନ୍ଦର ସିଟ୍ ବୁକ୍ କରିପାରିବେ। ଏହିସବୁ ସୁବିଧା ପାଇବାକୁ ହେଲେ ଆପଣଙ୍କୁ ଏମିତି କରିବାକୁ ପଡ଼ିବ।

{"id":11728,"width":744,"height":418}

୧. ପ୍ରଥମେ ଗୁଗୁଲରେ ଆଇଆରସିଟିସି ରିଜର୍ବେସନ୍ ଚାର୍ଟ ଲେଖି ସର୍ଚ କରନ୍ତୁ।

୨. ଏବେ ରିଜର୍ବେସନ୍ ଚାର୍ଟ, ଟ୍ରେନ୍ ଏବଂ ବୋଡିଂ ଷ୍ଟେସନର ତଥ୍ୟ ବା ଇନଫରମେସନ୍ ଦେବାକୁ ପଡ଼ିବ।

୩. ଇନଫରମେସନ୍ ଭରିବା ସମୟରେ ହିଁ ‘ଗେଟ୍ ଟ୍ରେନ୍ ଚାର୍ଟ’ ଅପ୍ସନରେ କ୍ଲିକ୍ କରନ୍ତୁ। ଏଠାରେ ଆପଣଙ୍କୁ ଖାଲି ଥିବା ସିଟର ସମ୍ପୂର୍ଣ୍ଣ ବିବରଣୀ ମିଳିଯିବ।

{"id":11729,"width":740,"height":555}

୪. ଏହା ପରେ ଆପଣ ସେଇଠୁ ହିଁ ଖାଲି ଥିବା ସିଟକୁ ବୁକ୍ କରିପାରିବେ ।

୫. ଏହି ଟିକଟ ସାମାନ୍ୟ ଟିକଟ ଅପେକ୍ଷା ୧୦ ପ୍ରତିଶତ କମ ଦରରେ ଉପଲବ୍ଧ ହେବ।

୫.  ଏହି ସୁବିଧାର ଉପଯୋଗ ରିଜର୍ବେସନ୍ ଚାର୍ଟ ତିଆରି ହେବା ପରେ ହିଁ କରାଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.