ଏବେ ଜଳପଥରେ ଅନୁପ୍ରବେଶ ପାଇଁ ଯୋଜନା କରୁଛି ପାକିସ୍ତାନ, ଆତଙ୍କୀଙ୍କୁ ଦିଆଯାଉଛି ଟ୍ରେନିଂ

ନୁଆଦିଲ୍ଲୀ ୧୨/୯: ଗୁଇନ୍ଦା ଏଜେନ୍ସି ଭାରତୀୟ ସୁରକ୍ଷାବଳକୁ ଅନ୍ତର୍ଜାତୀୟ ସୀମା ଲାଇନ୍ ଅଫ୍ କଣ୍ଟ୍ରୋଲ୍ ନିକଟରେ ଜଳପଥରେ ପେଟ୍ରୋଲିଂ ବଢାଇବା ପାଇଁ କହିଛି । ଗୁଇନ୍ଦା ଏଜେନ୍ସି LoC ଓ IB ନିକଟରେ ବିଭିନ୍ନ ଲଞ୍ଚ ପ୍ୟାଡ୍ ନିକଟରେ ରବରର ଛୋଟ ଡଙ୍ଗା ଦେଖାଯାଇଛି  । ଗୁଇନ୍ଦା ଏଜେନ୍ସି ଏହା ଦାବି କରିଛି ଯେ ପାକିସ୍ତାନୀ ଆତଙ୍କୀ ଜଳପଥ ଦେଇ ଅନୁପ୍ରବେଶ କରିପାରନ୍ତି ।

ଜମ୍ମୁ କଶ୍ମୀରରେ ଅନ୍ତର୍ଜାତୀୟ ସୀମା ନିକଟରେ ୧୩ ଛୋଟ ପାଣିର ରାସ୍ତା ଚିହ୍ନଟ କରାଯାଇଛି । ଯେଉଁଥିରେ ଅଖନୁର, ସାମ୍ବା ଓ କଠୁଆ ସାମିଲ ଅଛି । ଏହା ବ୍ୟତୀତ କଶ୍ମୀରର ଗୁରେଜ ସେକ୍ଟରକୁ ମଧ୍ୟ ଆଲର୍ଟରେ ରଖାଯାଇଛି ।

ଏମିତି ଖବର ଆସିଛି ଯେ ଆତଙ୍କୀମାନେ କୃଷ୍ଣା ଘାଟୀ ରାସ୍ତାକୁ ବ୍ୟବହାର କରିପାରନ୍ତି । ୨୦୧୧ରେ ମଧ୍ୟ ଆତଙ୍କବାଦୀମାନେ ସେହି ଭଳି  ଅନୁପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଏହାକୁ ବିଫଳ କରାଯାଇଥିଲା  ।

କହରଖୁଛୁ ଏହି ଗୁଇନ୍ଦା ଏଜେନ୍ସି ଦ୍ୱାରା ସୂଚନା ଦିଆଯାଇଛି ଯେ ସେମାନେ ସମୁଦ୍ର ରାସ୍ତାକୁ ବ୍ୟବହାର କରିପାରନ୍ତି । କିନ୍ତୁ ଏବେ ଏଜେନ୍ସି ମାନେ ଏହି ଚେତାବନୀ ଦେଇଛନ୍ତି ଯେ ଆତଙ୍କବାଦୀମାନେ ଅନୁପ୍ରବେଶ ପାଇଁ ଅନ୍ତର୍ଜାତୀୟ ସୀମା ଓ ଏଲଓସି ନିକଟରେ ଛୋଟ ଜଳ ରାସ୍ତାକୁ ମଧ୍ୟ ବ୍ୟବହାର କରିପାରନ୍ତି ।

ଆତଙ୍କୀ ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଅଲଗା ଅଲଗା ଯୋଜନା କରୁଛନ୍ତି । ସୀମାରେ ଅନୁପ୍ରବେଶରେ ବିଫଳ ହେବା ପରେ ଆତଙ୍କୀ ସମୁଦ୍ର ରାସ୍ତାରେ ଭାରତରେ ପଶିବା ପାଇଁ ଯୋଜନା କରୁଛନ୍ତି । ସୂଚନା ଅନୁସାରେ ଜେଶ ଏ ମୋହମ୍ମଦର ଆତଙ୍କୀ ସମୁଦ୍ର ରାସ୍ତାରେ ପଶିବା ପାଇଁ ଯୋଜନା କରୁଛନ୍ତି । ଗୁଇନ୍ଦାକୁ ମିଳିଥିବା ସୂଚନା ଅନୁସାରେ ଆତଙ୍କୀଙ୍କ ଏକ ଗ୍ରୁପ୍କୁ ପାକ୍ସାତନରେ ଡିପ୍ ସି ଡାଇଭିଂ ଟ୍ରେନିଂ ଦିଆଯାଉଛି ।

   ସମ୍ବନ୍ଧିତ ଖବର


ଭାରତକୁ ଆମେରିକାର ନୂଆ ପ୍ରସ୍ତାବ: ନୌସେନାକୁ ଦେବ ଏଫ-୧୮ ଯୁଦ୍ଧବିମାନ, ବିମାନବାହୀ ଯୁଦ୍ଧଜାହାଜରେ ଏଗୁଡିକୁ କରାଯିବ ମୁତୟନ

ସମାଜବାଦୀ ପାର୍ଟି ପତାକା ରଙ୍ଗରେ ତିଆରି ହେଲା ରେଲଓ୍ବେ ହସପିଟାଲ ଶୌଚାଳୟ, ଦଳ କହିଲା ତୁରନ୍ତ ନିଆଯାଉ କାର୍ଯ୍ୟାନୁଷ୍ଠାନ…

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ, କରୋନାରୁ ସୁସ୍ଥ ହୋଇ ଫେରିଥିଲେ

ଭାରତକୁ ସାଉଦିର ଦୀପାବଳି ଉପହାର: ପାକ୍‌ ମାନଚିତ୍ରରୁ କାଶ୍ମୀର, ଗିଲଗିଟ୍‌କୁ ଦେଲା ବାଦ

ସାଙ୍ଘାତିକ ରୂପ ନେଉଛି କରୋନାର ଦ୍ବିତୀୟ ଲହର, ପୁଣି ଲକଡାଉନ୍ ପ୍ରସ୍ତୁତିରେ ଏହି ୩ ଦେଶ

ମୁଙ୍ଗେରର‘ଲେଡି ସିଙ୍ଘମ’,ଜାଣନ୍ତୁ ତାଙ୍କୁ ଏବେ ଲୋକେ କାହିଁକି ଡାକୁଛନ୍ତି ‘ଜେନେରାଲ୍ ଡାୟାର୍’