PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଏଣିକି BHIM UPI ଆପ୍‌ରେ ରିଚାର୍ଜ କରିହେବ ଫାଷ୍ଟ୍ୟାଗ୍, ଜାଣନ୍ତୁ ସହଜ ଉପାୟ

ନୁଆଦିଲ୍ଲୀ ୨୭/୧୨: ୧୫ ଡିସେମ୍ବରରୁ ଫାଷ୍ଟ୍ୟାଗ୍ ସାରା ଦେଶରେ ଲାଗୁ ହୋଇସାରିଛି । ଏବେ ଫାଷ୍ଟ୍ୟାଗକୁ ରିଚାର୍ଜ କରିବା ପାଇଁ ବେଶି ଚିନ୍ତା କରିବା ଦରକାର ନାହିଁ । ଏଥିପାଇଁ ସରକାର ଏକ ଖାସ୍ ସୁବିଧା ଉପଲବ୍ଧ କରାଇଛନ୍ତି ଯେଉଁଥିରେ ମାତ୍ର କିଛି ମିନିଟରେ ରିଚାର୍ଜ ସଫଳ ହୋଇଯିବ ।

ସହଜ ହେବ ଯାତ୍ରା
ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ ଇଣ୍ଡିଆ(ଏନପିସିଆଇ) ଅନୁସାରେ ଏଣିକି ଲୋକମାନେ ଫାଷ୍ଟ୍ୟାଗକୁ BHIM UPI ଜରିଆରେ ମଧ୍ୟ ରିଚାର୍ଜ କରିପାରିବେ । ଏନପିସିଆଇର କହିବାନୁସାରେ ବାହନର ମାଲିକ ଭିମ୍ ୟୁପିଆଇରୁ ଫାଷ୍ଟ୍ୟାଗକୁ ରିଚାର୍ଜ କରି ଟୋଲ୍ ପ୍ଲାଜାରେ ବିନା ଦ୍ୱାଧାରେ ଯାତ୍ରା କରିପାରିବେ । ଏହି ରିଚାର୍ଜ କୌଣସି ବି ଭିମ୍ ୟୁପିଆଇ ଆପରୁ କରାଯାଇପାରେ ।

ଦେବାକୁ ପଡିବ ଦୁଇଗୁଣା ଟୋଲ୍
ଏହାର ଫାଇଦା ଏହା ହେବ ଯେ ଯଦି କେବେ ଆପଣ ଫାଷ୍ଟ୍ୟାଗ ୱାଲେଟକୁ ରିଚାର୍ଜ କରିବାକୁ ଭୁଲି ଯାଇଛନ୍ତି ଏବଂ ଟୋଲ୍ ପ୍ଲାଜାରେ ବାହାରୁଛନ୍ତି ତେବେ ଆପଣ ଫାଷ୍ଟ୍ୟାଗ ଲେନରେ ପଶିବା ପରେ ୨ ଗୁଣା ଟୋଲ୍ ରାଶି ଦେବାକୁ ପଡିବନି । ଏପର୍ଯ୍ଯନ୍ତ ଫାଷ୍ଟ୍ୟାଗକୁ ଜାରି କରିଥିବା ବ୍ୟାଙ୍କ ଯାଇ ରିଚାର୍ଜ କରିବାକୁ ପଡୁଥିଲା । ଯଦି ଆପଣ ଆମାଜନରୁ ଅନଲାଇନରେ କିଣିଛନ୍ତି ତେବେ ଏହି ସୁବିଧା ଆସିବା ପରେ ଅଧିକାରୀକ ଫାଷ୍ଟ୍ୟାଗ୍ ଆପରୁ ମଧ୍ୟ ରିଚାର୍ଜ କରାଯାଇହେବ ।

ଏହା ହେଉଛି ଉପାୟ
ଯଦି ଆପଣଙ୍କ ପାଖରେ କୌଣସି ବି ବ୍ୟାଙ୍କର ଫାଷ୍ଟ୍ୟାଗ୍ ଅଛି, ତେବେ ତାକୁ ଭିମ୍ ୟୁପିଆଇରୁ ରିଚାର୍ଜ ଏହିଭଳି କରିପାରିବେ…
ପ୍ରଥମେ BHIM UPI ଆପକୁ ଲଗ୍ ଇନ୍ କରନ୍ତୁ ।
ହୋମ୍ ସ୍କ୍ରିନରେ Send ଅପ୍ସନ ଚୟନ କରନ୍ତୁ ।
ଏହା ପରେ NETC FASTag UPI ID ଯଥା netc.VehicleNumber@BankUPIHandle  ଲେଖନ୍ତୁ, ଏଥିରେ ଫାଷ୍ଟ୍ୟାଗ୍ ଜାରି କରିଥିବା ବ୍ୟାଙ୍କର ନାମ ୟୁପିଆଇ ହ୍ୟାଣ୍ଡେଲରେ ଲେଖାଯିବ ।
ଉଦାହରଣ ପାଇଁ NETC.UP99TUV2100@axisbank  ଫର୍ମାଟରେ ଲେଖାଯିବ । ଏହା ଏସବିଆଇ, ଏଚଡିଏଫସି ସମସ୍ତ ବ୍ୟାଙ୍କ ପାଇଁ ଅଲଗା ଅଲଗା ହେବ ।
ଏହା ପରେ ଏହାକୁ ଭେରିଫାଏ କରିବାକୁ ହେବ ।
ଏହା ପରେ ରିଚାର୍ଜ ରାଶି ଭରନ୍ତୁ ।
ଆପରେ ପିନ୍ ଦେଇ ଟ୍ରାଞ୍ଜାକ୍ସନକୁ ଅଥୋଣ୍ଟିକେଟ୍ କରନ୍ତୁ ।
ଏହା ପରେ ଆପଣଙ୍କ ପାଖରେ ଟ୍ରାଞ୍ଜକ୍ସନ କନଫର୍ମେସନର ଏସଏମଏସ୍ ଆସିବ ।

ବର୍ତ୍ତମାନ ପାଇଁ ଫାଷ୍ଟ୍ୟାଗ୍ ସୁବିଧା HDFC Bank, ICICI Bank, State Bank of India, Kotak Mahindra Bank, Axis Bank, Airtel Payments Bank ଓ Paytm Payments Bank ଦେଉଛନ୍ତି । ଅବଶ୍ୟ ଭିମ୍ ଆପରେ ଅଲଗା ରୂପେ ଫାଷ୍ଟ୍ୟାଗ୍ ରିଚାର୍ଜର କୌଣସି ସୁବିଧା ଦିଆଯାଇନି ।

ସମ୍ବନ୍ଧିତ ଖବର