ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ, କହିଲେ- ଏବେ ଆମେ ବି ଆଣିପାରିବୁ କଶ୍ମୀରୀ ବୋହୂ

ଫତେହବାଦ ୧୦।୮:  ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କଶ୍ମୀର ଝିଅଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ମନୋହର ଲାଲ ଖଟ୍ଟର କହିଛନ୍ତି, ଧାରା ୩୭୦ ଉଚ୍ଛେଦ ହେବା ପରେ କଶ୍ମୀର ଝିଅମାନଙ୍କୁ ବିବାହ ପାଇଁ ଅଣାଯାଇପାରିବ । ଏହି କିଛି ଦିନ ଭିତରେ ଲୋକଙ୍କ ମାନସିକତାରେ ପରବର୍ତ୍ତନ ଆସିଛି। ଏବେ କଶ୍ମୀର ରାସ୍ତା ପୁରା ସଫା ହୋଇଯାଇଛି। ତେଣୁ ଆମେ ବି କଶ୍ମୀରରୁ ବୋହୂ ଆଣିପାରିବା ବୋଲି ଖଟ୍ଟର କହିଛନ୍ତି।

ଏହା ପୂର୍ବରୁ ନିଜର ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଧାୟକ ବିକ୍ରମ ସୋନି ମଧ୍ୟ ନିକଟରେ ଧାରା ୩୭୦ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ । ସୋନି କହିଥିଲେ ଯେ, ଦେଶର ସଂଖ୍ୟାଲଘୁମାନେ ଖୁସି ହେବା ଦରକାର ଯେ, ସେମାନେ ନିର୍ଭୟରେ ‘ଗୋରୀ’ କଶ୍ମୀରୀ ଝିଅ ବିବାହ କରିପାରିବେ । ସେ କହିଥିଲେ, ନେତାମାନେ ଏବେ କଶ୍ମୀରରେ ଜମି କିଣିପାରିବେ ଓ ବିବାହ କରିପାରିବେ ।

ସୂଚନାଯୋଗ୍ୟ ଖଟ୍ଟରଙ୍କ ବିବାଦୀୟ ବୟାନ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଖଟ୍ଟର ଗତବର୍ଷ ଦୁଷ୍କର୍ମକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ସେ କହିଥିଲେ ଯେ, ୮୦ ରୁ ୯୦ ପ୍ରତିଶତ ବୁଦ୍ଧିମାନ ଲୋକ ଦୁଷ୍କର୍ମ ଓ ଅସଦାଚରଣ ଘଟଣା ସହିତ ଜଡ଼ିତ ଥାଆନ୍ତି । ତେବେ ଖଟ୍ଟର ଏଭଳି ବିବାଦୀୟ ବୟାନ ଉପରେ ପୁଣି ହଇଚଇ ସୃଷ୍ଟି ହୋଇଯାଇଛି।

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ

ଯଦି ଭଗବାନ ବି ମୁଖ୍ୟମନ୍ତ୍ରୀ ହୋଇଯାଆନ୍ତି ତେବେ ୧୦୦ ପ୍ରତିଶତ ଚାକିରି ଦେବାରେ ବିଫଳ ହେବେ: ଗୋଆ ମୁଖ୍ୟମନ୍ତ୍ରୀ

ନଭେମ୍ବରରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ତା ପୂର୍ବରୁ କରି ନିଅନ୍ତୁ ଜରୁରୀ କାମ