PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ସାଧାରଣ ଲୋକଙ୍କୁ ଆଉ ଏକ ଝଟକା: ୨୧ ପ୍ରକାର ଅଧିକ ଦରକାରୀ ଔଷଧର ମୂଲ୍ୟ ୫୦% ବଢାଇଲେ ସରକାର

ନୂଆଦିଲ୍ଲୀ ୧୪.୧୨: ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଔଷଧର ଦର ବଢିବାକୁ ଯାଉଛି। କେନ୍ଦ୍ର ସରକାର ୨୧ଟି ଗୁରୁତ୍ବପୂର୍ଣ୍ଣ ଔଷଧର ସେଲିଂ ପ୍ରାଇସରେ ୫୦ ପ୍ରତିଶତ ବୃଦ୍ଧି କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସରକାରଙ୍କ ଅଧିନରେ ଥିବା ଔଷଧ ମୂଲ୍ୟ ନିୟନ୍ତ୍ରଣକାରୀ ସଂସ୍ଥା NPPA ନେଇଛନ୍ତି ଏପରି କିଛି ନିଷ୍ପତ୍ତି।  ସେସବୁ ଔଷଧର ଦର ୫୦ ପ୍ରତିଶତ ବୃଦ୍ଧି କରିବାକୁ ମଂଜୁରୀଦେଇଛି । ଏହାଫଳରେ ସାଧାରଣରେ ବହୁଳ ବ୍ୟବହାର କରାଯାଉଥିବା କିଛି ପ୍ରମୂଖ ଆଣ୍ଟିବାୟୋଟିକ୍ସ, ଆଣ୍ଟିଆଲର୍ଜିକ ଔଷଧ. ମ୍ୟାଲେରିଆ ପ୍ରତିଷେଧକ ଔଷଧ ,BCG ଟୀକା ଏବଂ ଭିଟାମିନ୍ C  ଆଦି ମହଙ୍ଗା ହେବ ।

ଔଷଧ ଶିଳ୍ପର ଦାବିକୁ ଗ୍ରହଣ କରି ସରକାର ଏହି ଦରବୃଦ୍ଧିକୁ ମଂଜୁର କରିଛନ୍ତି କେନ୍ଦ୍ର ସରକାର। କାରଣ ଦୁଇବର୍ଷ ହେବ ଏପରି ଔଷଧ ଗୁଡିକର ଦାମ ବଢାଇବା ଲାଗି ଔଷଧ କମ୍ପାନୀମାନେ NPPA  ନିକଟରେ ଦାବି କରିଆସୁଥିଲେ। ଡ୍ରଗ୍ସ ପ୍ରାଇସ କଣ୍ଟ୍ରୋଲ ଅର୍ଡର ୨୦୧୩ ର ଅନୁଚ୍ଛେଦ ୧୯ ଆଧାରରେ ଏହି ଦର ବୃଦ୍ଧି ନିଷ୍ପତ୍ତି ନେଇଛନ୍ତି NPPA। ଏବଂ ସେହି ଆଧାରରେ ଏହି ଔଷଧ ଗୁଡିକର ଦାମ୍‌ ବର୍ତ୍ତମାନର ଦାମ୍‌ ଅପକ୍ଷା ୫୦ ପ୍ରତିଶତ ବଢିଯିବ ।ଫାର୍ମା ସେକ୍ଟରର କହିବା ଅନୁସାରେ ଔଷଧ ତିଆରି କରିବାରେ ତିଆରି ହେଉଥିବା କଞ୍ଚାମାଲ ଖୁବ୍ ମହଙ୍ଗା ହୋଇଯାଇଛି। ଏଥିପାଇଁ ପୁଣିଥରେ ଏହାର ମୂଲ୍ୟ ବଢାଇବା ଦରକାର। ଔଷଧ ତିଆରି କରାଯାଉଥିବା କଞ୍ଚାମାଲ ଚୀନରୁ ମଗାଯାଉଛି ଓ ଟ୍ରେଡ ଓ୍ବାର କାରଣରୁ ମୂଲ୍ୟରେ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି।

NPPA  କହିବା ଅନୁସାରେ, ଏହି ସବୁ ଗୁରୁତ୍ବପୂର୍ଣ୍ଣ ଔଷଧ। ଏହାର ଅଧିକ ବ୍ୟବହାର କରାଯାଇଥାଏ ଓ ଏହି ଔଷଧ ପବ୍ଲିକ ହେଲଥ ପୋଗ୍ରାମ ପାଇଁ ଜରୁରୀ। ଏହାଦ୍ବାରା ସାଦାରଣଲୋକଙ୍କ ଔଷଧ ଖର୍ଚ୍ଚ ବଢିବ । ଉଲ୍ଲେଖନୀୟ ଯେ, ଔଷଧର ମୂଲ୍ୟ ନିର୍ଦ୍ଧାରଣ ମାର୍କେଟ ଆଧାରରେ କରାଯାଇଥାଏ। କଷ୍ଟିଙ୍ଗର ଆଧାରରେ ଏହାର ମୂଲ୍ୟ ଧାର୍ଯ୍ୟ କରାଯାଇନଥାଏ। କିନ୍ତୁ ସରକାର ଜରୁରୀ ଔଷଧ ପାଇଁ ସ୍ବତନ୍ତ୍ର ନିୟମ ତିଆରି କରିଥିଲେ। ଏହା ସବୁ ସ୍ଥାନରେ ମିଳୁଥିବା କାରଣରୁ ଖୁବ୍ ଶସ୍ତା ରହିଥାଏ। କିନ୍ତୁ ଏବେ ଔଷଧ ମୂଲ୍ୟ ବୃଦ୍ଧି ହେବାଦ୍ବାରା ସାଧାରଣ ଲୋକଙ୍କ ଉପରେ ଆଉ ଏକ ବୋଝ ବଢିବାକୁ ଯାଉଛି।

ସମ୍ବନ୍ଧିତ ଖବର