PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ବିସିଜି, ମ୍ୟାଲେରିଆ ସହ ୨୧ଟି ପ୍ରମୁଖ ଔଷଧ ହେବ ମହଙ୍ଗା

ନୂଆଦିଲ୍ଲୀ,୧୪ା୧୨(ଏଜେନ୍ସି): ୨୧ଟି ପ୍ରମୁଖ ଔଷଧ ମହଙ୍ଗା ହେବାକୁ ଯାଉଛି । ଏଗୁଡ଼ିକର ନିର୍ଦ୍ଧାରିତ ମୂଲ୍ୟ ୫୦% ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିଲାଗି ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନ୍‌ପିପିଏ)କୁ ପ୍ରଥମ ଥର ପାଇଁ ଡିପିସିଓ ୨୦୧୩ (ଔଷଧ ମୂଲ୍ୟ ନିୟନ୍ତ୍ରଣ ନିର୍ଦ୍ଦେଶ, ୨୦୧୩)କୁ ବ୍ୟବହାର କରିବାକୁ ପଡ଼ିଛି ।

ଏନ୍‌ପିପିଏର ଏହି ପଦକ୍ଷେପ ଦ୍ୱାରା ବିସିଜି ଟିକା, ପେନ୍‌ସିଲିନ୍‌, ମ୍ୟାଲେରିଆ ଏବଂ କୁଷ୍ଠ ରୋଗ (ଡାପସୋନ୍‌) ପାଇଁ ଉଦ୍ଦିଷ୍ଟ ଔଷଧ ମହଙ୍ଗା ହେବ । ନିର୍ଦ୍ଧାରିତ ମୂଲ୍ୟ ବା ସିଲିଙ୍ଗ୍‌ ପ୍ରାଇସ୍‌ ୫୦% ବଢ଼ିଥିବାରୁ ଏଗୁଡ଼ିକର ମୂଲ୍ୟ ମଧ୍ୟ ୫୦% ବୃଦ୍ଧି ପାଇବା ଆଶଙ୍କା ରହିଛି । ହୃଦ୍‌ଘାତ, ଯକୃତ ଓ କିଡ୍‌ନି ରୋଗ ପାଇଁ ଆବଶ୍ୟକ ହେଉଥିବା ଫ୍ୟୁରୋସିମାଇଡ୍‌, ଭିଟାମିନ୍‌ ସି, କିଛି ସାଧାରଣ ଆଣ୍ଟିବାୟୋଟିକ୍‌, ଆଲର୍ଜି ଔଷଧର ଦାମ ମଧ୍ୟ ବଢ଼ିବ । ତେବେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଫାର୍ମା ଶିଳ୍ପ ସ୍ୱାଗତ କରିଛି ।

ସୂଚନା ମୁତାବକ ଏହି ଔଷଧଗୁଡ଼ିକର ନିର୍ଦ୍ଧାରିତ ମୂଲ୍ୟ ବୃଦ୍ଧି ନିମନ୍ତେ ଘରୋଇ ଫାର୍ମା ଶିଳ୍ପ ୨ ବର୍ଷ ହେଲା ଲବି କରିଆସୁଥିଲା । ଶେଷରେ ସେମାନଙ୍କ ଦାବି ପୂରଣ ହୋଇଛି । ବିଶେଷକରି ଚୀନ୍‌ରୁ ଆସୁଥିବା ଔଷଧୀୟ ଉପାଦାନର ଦରଦାମ ବଢ଼ିଥିବାରୁ ଘରୋଇ ବଜାରରେ ଏହାର ମୂଲ୍ୟ ବୃଦ୍ଧି ହେବା ଆବଶ୍ୟକ ବୋଲି ଶିଳ୍ପ ସଂଘ ଦର୍ଶାଇଥିଲା । ନିର୍ଦ୍ଧାରିତ ମୂଲ୍ୟ ବା ସିଲିଙ୍ଗ୍‌ ପ୍ରାଇସ୍‌ ବଢ଼ିବା ଦ୍ୱାରା ଏହିସବୁ ଔଷଧର ଉପଲବ୍ଧତା ସୁନିଶ୍ଚିତ ହୋଇପାରିବ ବୋଲି ଏହା ଯୁକ୍ତି ବାଢ଼ିଥିଲା ।

ସଂଘ କହିଛି ଯେ ସକ୍ରିୟ ଫାର୍ମା ଉପାଦାନ (ଏପିଆଇ) ଦାମ ୫-୮୮% ବୃଦ୍ଧି ପାଇଛି । ଔଷଧ ମୂଲ୍ୟରେ ଏପିଆଇର ଅଂଶ ୪୦-୮୦% ରହିଛି । ଏପିଆଇ ଦାମ ବଢ଼ିଥିବାରୁ ଔଷଧ ମୂଲ୍ୟ ମଧ୍ୟ ବଢ଼ିବା ଜରୁରି । ଦର ବଢ଼ିଲେ ଏହାର ଉପଲବ୍ଧତା ସୁନିଶ୍ଚିତ କରାଯାଇ ପାରିବ । ଉଲ୍ଲେଖଯୋଗ୍ୟ, ଅସ୍ୱାଭାବିକ ପରିସ୍ଥିତିରେ ଔଷଧ ମୂଲ୍ୟ ହ୍ରାସ କିମ୍ବା ବୃଦ୍ଧି କରାଯାଇ ପାରିବ ବୋଲି ଡିପିସିଓ, ୨୦୧୩ର ପାରା ୧୯ରେ ବ୍ୟବସ୍ଥା ରହିଛି । ଜନହିତକୁ ଦୃଷ୍ଟିରେ ରଖି ୨୧ଟି ପ୍ରମୁଖ ଔଷଧର ନିର୍ଦ୍ଧାରିତ ମୂଲ୍ୟ ବୃଦ୍ଧି କରାଯାଇଛି ବୋଲି ସରକାର କହିଛନ୍ତି ।

ଭାରତୀୟ ଫାର୍ମାସ୍ୟୁଟିକାଲ ସଂଘର ସାଧାରଣ ସମ୍ପାଦକ ସୁଦର୍ଶନ ଜୈନ କହିଛନ୍ତି, ଏପିଆଇ ଦରଦାମ ବଢ଼ିଥିବାରୁ ଫାର୍ମା ଶିଳ୍ପ ଉକ୍ତ ୨୧ ଔଷଧର ସିଲିଙ୍ଗ୍‌ ପ୍ରାଇସ୍‌ ବଢ଼ାଇବାକୁ ଦାବି କରିଆସୁଥିଲା । ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରେ ଏହିସବୁ ଔଷଧ ବିକ୍ରି କରିବା ଦ୍ୱାରା ଶିଳ୍ପ କ୍ଷତି ସହୁଥିଲା । ଏବେ ସେହି ସମସ୍ୟାର ସମାଧାନ ହୋଇଛି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ବେଳେବେଳେ ଏହି ଔଷଧଗୁଡ଼ିକ ମିଳିନଥାଏ । କିନ୍ତୁ ଏବେ ଏହାର ଉପଲବ୍ଧତାକୁ ସୁନିଶ୍ଚିତ କରାଯାଇ ପାରିବ ।

ଉଲ୍ଲେଖଯୋଗ୍ୟ, ଏହି ୨୧ଟି ଔଷଧର ଧାର୍ଯ୍ୟ ମୂଲ୍ୟ ବୃଦ୍ଧି ନେଇ ରାଷ୍ଟ୍ରୀୟ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ପ୍ରାଧିକରଣ (ଏନ୍‌ପିପିଏ) ନିକଟକୁ ୨ ବର୍ଷ ହେଲା ଚିଠି ପହଞ୍ଚୁଥିଲା । ଏପିଆଇ ଦର ବଢ଼ିବା ଯୋଗୁ ଉତ୍ପାଦନ ମୂଲ୍ୟ ବଢ଼ିଥିବା ଏଥିରେ ଦର୍ଶାଯାଇଥିଲା । ଚଳିତବର୍ଷ ଜାନୁଆରୀରେ ଏନ୍‌ପିପିଏ ଏଭଳି ୪୯ ଚିଠି ଉପରେ ଏକ ବୈଠକରେ ଆଲୋଚନା କରିଥିଲା । ମୋଟ ୭୨ଟି ଔଷଧର ଧାର୍ଯ୍ୟ ମୂଲ୍ୟ କମାଇବା ପାଇଁ ଦାବି ହୋଇଥିଲା । କିନ୍ତୁ ଶେଷରେ ୨୧ଟି ଔଷଧ ଉପରେ ସରକାର ପଦକ୍ଷେପ ନେଇଛନ୍ତି ।