ଟିକଟକ୍ ଭିଡିଓ କରିବା ବାହାନାରେ ସାଙ୍ଗକୁ ହତ୍ୟାକଲା ନାବାଳକ,ଗୋଟିଏ ଝିଅକୁ ଦୁହେଁ ଭଲ ପାଉଥିଲେ

ଜଳନ୍ଧର,୧।୧୦: ଗୋଟିଏ ଝିଅକୁ ଭଲ ପାଉଥିଲେ ଦୁଇ ସାଙ୍ଗ। ଆଉ ଏଥିପାଇଁ ଜଣେ ନେଇ ଗଲା ଅନ୍ୟଜଣଙ୍କର ଜୀବନ। ଦ୍ବାଦଶ ଶ୍ରେଣୀ ପଢୁଥିବା ଏହି ଦୁଇଛାତ୍ର ଜଣେ ଝିଅକୁ ପ୍ରେମ କରୁଥିବା କାରଣରୁ ଜଣେ ଅନ୍ୟଜଣକୁ ରାସ୍ତାକୁ ହଟାଇବା ପାଇଁ ରଚିଥିଲେ ଷଡଯନ୍ତ୍ର। ଟିକଟକ୍ ଭିଡିଓ ତିଆରି କରିବା ନାମରେ ହତ୍ୟାର ପୁରା ସିନ୍ ଭିଡିଓରେ ରେକର୍ଡ କରିଥିଲେ ଓ ଠିକ୍ ସେହି ପ୍ରଣାଳୀରେ ହତ୍ୟା କରାଯାଇଥିଲା। ଏଭଳି ଏକ ଘଟଣା ପଞ୍ଜାବର ଜଳନ୍ଧରରେ ଦେଖିବାକୁ ମିଳିଛି।

ଜଳନ୍ଦର କେଣ୍ଟ ଲାଲକୁର୍ତ୍ତୀ ବଜାରରେ ସୋମବାର ସନ୍ଧ୍ୟରେ ୧୭ ବର୍ଷର ଜଣେ ଛାତ୍ରକୁ ହତ୍ୟା କରାଯିବାର ୨୪ ଘଣ୍ଟା ଭିତରେ ପୋଲିସ ମାମଲାର ପର୍ଦାଫାଶ କରିଛି। ମୃତକ ଅରମାନର ସାଙ୍ଗକୁ ଗିରଫ କରାଯାଇଛି, ସେ ମଧ୍ୟ ନାବାଳକ। ଅଶୋକ କୁମାର ପୋଲିସକୁ କହିଛନ୍ତି, ତାଙ୍କର ନାତି ଅରମାନ ଛାବନି କେଭି-୪ ସ୍କୁଲରେ ଦ୍ବାଦଶ ଶ୍ରେଣୀରେ ପଢୁଥିଲା। ତା’ର ବାପା ଫ୍ରାନ୍ସର ମୂଳବାସନ୍ଦା ଏନଆରଆଇ ଥିଲେ। ସେଭଳି ଅରମାନର ମା- ନିଜର ଝିଅ ସହିତ ହିମାଚଳ ପ୍ରଦେଶ ଯାଇଛନ୍ତି। ପୋଲିସ ଏହି ମାମଲାରେ ବିସୃତ ତଦନ୍ତ ଚଳାଇଥିବା ବେଳେ ଆଉ ଜଣେ ନାବାଳକକୁ ଗିରଫ କରିଛି, ଯିଏକି ଅରମାନର ସାଙ୍ଗ।

ପୋଲିସ କମିଶନର ଗୁରପ୍ରୀତ ସିଂ ଭୁଲ୍ଲର କହିଛନ୍ତି, ଅରମାନ ଓ ତା’ ଅଭିଯୁକ୍ତ ସାଙ୍ଗ ଦୁହେଁ ଏକାଠି ପଢୁଥିଲେ। ତେବେ ଜଣେ ଝିଅ ସହ ଅରମାନଙ୍କର ବନ୍ଧୁତ୍ବ ହୋଇଯାଇଥିଲା, ସେଭଳି ଅଭିଯୁକ୍ତ ନାବାଳକ ମଧ୍ୟ ସମାନ ଝିଅକୁ ଭଲ ପାଉଥିଲା। ଏହି କାରଣରୁ ଅରମାନକୁ ବାଟରୁ ହଟାଇବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ ଛାତ୍ର। ଇର୍ଷା କାରଣରୁ ଅରମାନକୁ ତା’ର ସାଙ୍ଗ ଯୋଜନାବଦ୍ଧ ଭାବ​‌ରେ ହତ୍ୟା କରିଥିଲା। ଅରମାନଙ୍କୁ ତା’ର ସାଙ୍ଗ କ୍ରିକେଟ ବ୍ୟାଟରେ ଆକ୍ରମଣ କରିବା ପରେ ଗଳାଚିପି ହତ୍ୟା କରିଥିଲା।

ଅରମାନକୁ ମାରିବା ପୂର୍ବରୁ ଅଭିଯୁକ୍ତ ସାଙ୍ଗ ଟିକଟକ୍ ଭିଡିଓ ମଧ୍ୟ ତିଆରି କରିଥିଲା। ଅରମାନକୁ କିନ୍ତୁ ଜଣା ନଥିଲା ଟିକଟକରେ ଭିଡିଓ ନାଁରେ ତା’ର ସାଙ୍ଗ ତାକୁ ସତରେ ମାରିଦେବ। ଜଳନ୍ଦରର ଛାବନି ପୋଲିସ ଅଶୋକ କୁମାରର ଅଭିଯୋଗ ପରେ ଆଇପିସିର ଧାରା ୩୦୨, ୩୪ ଅନୁସାରେ ମାମଲା ରୁଜୁ କରିଛି।

   ସମ୍ବନ୍ଧିତ ଖବର


ଏଥର ଶୀତରେ ଥରିବ ଓଡ଼ିଶା, ଲା-ନିନା ପ୍ରଭାବରୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବା ନେଇ ପ୍ରାକ୍‌ ଆକଳନ

ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ରାଜଧାନୀରୁ ୫ଲକ୍ଷ ଟଙ୍କା ଗଞ୍ଜେଇ ଜବତ: ୨ ବେପାରୀଙ୍କୁ ବାନ୍ଧିଲା କୁଇକ୍‌ ଆକ୍ସନ ଟିମ୍

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ସମୀର ଦେ’ଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ମନ୍ତ୍ରୀଙ୍କ ଟ୍ୱିଟ୍‌କୁ ନେଇ ବିବାଦ: କ୍ଷମା ପ୍ରାର୍ଥନା ଦାବି କଲା ବିଜେପି