ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ ଲାଗିପାରେ NSA

ଭୁବନେଶ୍ବର ୨୦।୧୦ : ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ ଲାଗିପାରେ NSA। ଏନ୍‌ଏସ୍ଏ ଲାଗୁ କରିବାକୁ ପ୍ରକ୍ରିୟା ଆରମ୍ଭ କଲା କମିଶନରେଟ୍ ପୋଲିସ। ଦାଦା ବଟି ଆଦାୟ ମାମଲାରେ ଗିରଫ ଗ୍ୟାଙ୍ଗଷ୍ଟର ରାଜାକୁ ୧୧୦ ଧାରା ଲଗାଇଲା କମିଶନରେଟ ପୋଲିସ

ଗ୍ୟାଙ୍ଗଷ୍ଟର ରାଜା ନାଁରେ ରହିଛି ସଙ୍ଗୀନ ଅଭିଯୋଗ । ୨ ଦିନ ତଳେ ଦୁଇ ନମ୍ବର ମାର୍କେଟରେ ସରକାରୀ ଜାଗା ଦଖଲ କରି ବଟି ମାଗୁଥିଲେ ରାଜା। ୨୦ ହଜାର ଟଙ୍କା ପାଇଁ ବଟି ମାଗୁଥିଲେ ରାଜା। ସେହି ସମୟରେ ରାଜାକୁ ଗିରଫ କରିଥିଲା କ୍ୟାପିଟାଲ ଥାନା ପୋଲିସ। ତେବେ ୨୦ ହଜାର ଟଙ୍କା ଦାଦାବଟି ଆଦାୟ ଅଭିଯୋଗରେ ରାଜାକୁ ଗିରଫ କରାଯାଇଥିଲା।